କୋଦଳା, (ଆମ ଓଡିଶା ଖବର):ବୁଧବାର ଦିନ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆସ ବହିଟିଏ କିଣିବା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଆମ୍ଭ ଜୀବନରେ ପୁସ୍ତକର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଅଧ୍ୟାପିକା ତଥା ଓଡ଼ିଆ ପକ୍ଷ ସଂଯୋଜିକା ଶ୍ରୀମତୀ ରଞୁବାଳା ନନ୍ଦ ପୁସ୍ତକର ଉପାଦେୟତା ବିଷୟରେ ଅବଗତ କରାଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀ ବିନୋଦ କୁମାର ମିଶ୍ର, ଶ୍ରୀ ସପନ କୁମାର ଦାଶ, ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ରତ୍ନାକର ପ୍ରଧାନ ଆଦି ଯୋଗଦେଇ ଓଡିଶା ସରକାରଙ୍କ ଏହି ମହତ୍ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ମାନଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ଲବ୍ଧ ପୁସ୍ତକମାନ ବଣ୍ଟନ କରାଯାଇଥିଲା । ପରିଶେଷରେ ଅଧ୍ୟାପିକା ପ୍ରିୟଦର୍ଶନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଓଡ଼ିଆ ପକ୍ଷ ପାଳନ ଅବସରରେ ଆସ ବହିଟିଏ କିଣିବା ଦିବସ ପାଳିତ


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?