କୋଦଳା, (ଆମ ଓଡିଶା ଖବର):କଇଁ କଇଁ ହୋଇ କାନ୍ଦୁଛି ସାରା ପରିବାର | ନିମିଷକେ ମଧ୍ୟରେ ପରିବାର ମଧ୍ୟରେ ଘୋଟି ଆସିଲା କଳା ବାଦଲ | ଭଗବାନଙ୍କ ନିଷ୍ଠୁର ନିର୍ଧେଶ ଯୋଗୁଁ ଗୋଟିଏ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଲା | କିଏ ବାପା ବାପା ବୋଲି କାନ୍ଦି କାନ୍ଦି ଡାକୁଛି ତ ପୁଣି କିଏ ପୁଅ ପୁଅ ବୋଲି କାନ୍ଦି କାନ୍ଦି ସଂଜ୍ଞହୀନ ହୋଇ ପଡୁଛି | ଧାର ଧାର ଲୁହର ବନ୍ୟା ଏହା ପ୍ରମାଣିତ କରୁଛି ଯେ ଘରର ଜଣେ ରୋଜଗାରିଆ ପୁଅ ଚାଲିଗଲା ପରେ କେତେ କଷ୍ଟ ହେଉଛି | ହଁ ଆଜ୍ଞା ଇଏ ହେଉଛି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ପାଞ୍ଚ ନମ୍ବର ୱାର୍ଡ ର ବାଇଗିଣିଆ ସାହି ମୃତକ କଂଗ୍ରେସ ଙ୍କ ପରିବାରର ଦୃଶ୍ୟ | ଚଳିତ ସପ୍ତାହ ସୋମବାର ଦିନ କୋଦଳା ଦଣ୍ଡେଶ୍ୱର ମନ୍ଦିର ନିକଟସ୍ଥ ଗୁଡ଼ିଖାତ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥିଲେ କଂଗ୍ରେସ । ବାହାରୁ ଚିନାବାଦାମ୍ କ୍ରୟ କରି କୋଦଳାରେ ବିକ୍ରୟ କରି ନିଜର ପେଟ ପୋଷୁଥିବା କଂଗ୍ରେସ ଅକାଳରେ ଝଡି ପଡିଲେ | ପ୍ରତ୍ୟେହ ବୁଗୁଡ଼ାରୁ ଚିନାବାଦାମ୍ ଆଣି ପୋଖରୀରେ ଧୋଇବାକୁ ଯାଇଥିଲେ, ହେଲେ ଵିଧି ର ବିଧାନ ଥିଲା କିନ୍ତୁ ଅଲଗା | ଚିନାବାଦାମ ଧୋଇବା ହେଲା କାଳ | ଚିନାବାଦାମ ଧୋଉ ଧୋଉ ପୋଖରୀରେ ଗୋଡ଼ ଖସି ଯିବାରୁ ଗଭୀର ପାଣିକୁ ଚାଲି ଯାଇଥିଲେ କଂଗ୍ରେସ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ବୟସ ତାଙ୍କର 40,ଘରେ କୁନି କୁନି ଦୁଇଟି ପୁଅ ଝିଅ |କୁନି କୁନି ଦୁଇ ଛୁଆ ବାପାଙ୍କ ମୃତ୍ୟୁ ଖବର ଶୁଣି କାନ୍ଦି କାନ୍ଦି ନୟାନ୍ତ | ମୃତକଙ୍କ ମା ଓ ପତ୍ନୀ ଙ୍କ ଆଖିରୁ ଲୁହ ର ଧାର ବୋହି ଚାଲିଛି | ଗୋଟିଏ ସ୍ୱର ସେ ତାଙ୍କର ଆପଣାର ଲୋକକୁ ଖୋଜି ଖୋଜି ସଂଜ୍ଞହୀନ ହୋଇପଡୁଛନ୍ତି | ଖବର ଜାଣିବା ପରେ ସହାୟତାର ହାତ ବଢ଼ାଇଛନ୍ତି କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ | ମୃତକ କଂଗ୍ରେସର ନିଜସ୍ୱ ବାସ ଭବନରେ ପହଞ୍ଚି ପରିବାର କୁ ସାନ୍ତ୍ୱନା ଦେବା ସହ ଛୁଆ ମାନେ କିଭଳି ଆଗକୁ ବଢିବେ ସେ ନେଇ ଆଶ୍ୱାସନା ଦେଇଛନ୍ତି | ପରିବାରର ଏଭଳି ଦୁର୍ଦିନ ପରିସ୍ଥିତିରେ ଅଧ୍ୟକ୍ଷ ଙ୍କ ଏଭଳି ପଦକ୍ଷେପ କୁ ନେଇ ପରିବାର ତଥା ସ୍ଥାନୀୟ ସାହି ବାସିନ୍ଦା ବେଶ କୃତଜ୍ଞତା ଜଣାଇଛନ୍ତି | ଏଵଂ ଆଗାମୀ ଦିନରେ ସରକାରୀ ସ୍ତରରେ କେମିତି ସହଯୋଗ ହୋଇ ପାରିବ ସେ ନେଇ ମଧ୍ୟ ଚେଷ୍ଟା ଜାରୀ ରଖିବେ ବୋଲି କହିଛନ୍ତି | ତେବେ ଉକ୍ତ ଗରୀବ, ଖଟିକିଆ ପରିବାରକୁ ପ୍ରଭୁ ଦଣ୍ଡେଶ୍ୱର ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି କହିଛନ୍ତି ଶ୍ରୀ ନାୟକ | ଜଣେ ଅଭାବୀ ପରିବାରକୁ ସରକାରୀ ସହାୟତା ପ୍ରଦାନ କଲେ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ ହୋଇପାରିବ ବୋଲି କହିଛନ୍ତି ସାହି ପଡୋଶୀ ।
ଦେବାଶିଷ ମହାରଣା ଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ବ୍ରହ୍ମପୁର ସହରରେ ବିଷୁବ ସଂକ୍ରାନ୍ତି /ପଣା ସଂକ୍ରାନ୍ତି , ଏବଂ ହନୁମାନ ଜୟନ୍ତୀ ପାଳନ କରାଯାଇଛି।
ବ୍ରହ୍ମପୁର ଗେଟ୍ ବଜାର ମୁଖ୍ୟ ରାସ୍ତାରେ ଗୋଟିଏ ଅଜଣା ଲୋକର ମୃତଦେହ ଉଦ୍ଧାର।
ମହାବୀର ଜୟନ୍ତି ମହା ବିଷୁବ ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଋଷିକୂଲ୍ୟା ତଟ ମୁକୁନ୍ଦପୁରସ୍ଥ ଶ୍ରୀ ବଟ ମହାବୀର