ଭଗବାନ ଶ୍ରୀରାମଙ୍କର ଜନ୍ମ ଠାରୁ ବିବାହ ପର୍ଯ୍ୟନ୍ତ ଉତ୍ସବ ପାଳିତ l

ଗଞ୍ଜାମ: ( ଆମ ଓଡିଶା ଖବର)ଆସିକା ସହରର ପାକଲାପଲୀ ସ୍ଥିତ ଶ୍ରୀରାମ ମନ୍ଦିର ରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଜୟନ୍ତି,ବାଲ୍ୟ ଲୀଳା ଓ ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।୨୧ଦିନଧରି ଏହି ଉତ୍ସବ ପରମ୍ପରା ଗତଶୈଳିରେ ଜନ୍ମ ଠାରୁ ବିବାହ ପର୍ଯ୍ୟନ୍ତ ଉତ୍ସବ ପାଳିତ ହୋଇଯାଇଛି।ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏହି ଉତ୍ସବ କୁ ବହୁ ଆଡମ୍ବର ରେ ପାଳନ କରିଥିଲେ। ପ୍ରତ୍ୟେକ ଦିନ ପ୍ରଭୁଙ୍କୁ ନଗର ଭ୍ରମଣ ଘଣ୍ଟ ଘଣ୍ଟା ମୃଦଙ୍ଗ ତୁରୀ ରେ ଅଞ୍ଚଳ ପ୍ରକମ୍ପିତ ହେଉଥିଲା। ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ସମସ୍ତ ଗ୍ରାମ ବାସୀ ଶ୍ରଦ୍ଧା ଓ ବିଶ୍ବାସ ନେଇ ପ୍ରଭୁ କୃପା ଲାଭ କରନ୍ତି। ଗ୍ରାମ ସଭାପତି ଶ୍ରୀ ସନ୍ତୋଷ କୁମାର ପୋଲାଇ, ଶ୍ରୀ ସିମାଞ୍ଚଳ ପରିଡ଼ା, ଶ୍ରୀ ସୂର୍ଯ୍ୟ କାନ୍ତ ପରିଡ଼ା, ଶ୍ରୀ ଜଗତ ମୋହନ ପୋଲାଇ, ଶ୍ରୀ କୈଳାଶ ପୋଲାଇ ପ୍ରମୁଖ ବ୍ୟକ୍ତି ବିଶେଷ ଙ୍କ ଅକ୍ଳାନ୍ତ ପରିଶ୍ରମ ରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଠାରୁ ବିବାହ ଉତ୍ସବ ମହାସମାରୋହରେ ପାଳନ କରିଥିଲେ। ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଭଗବାନ ଶ୍ରୀରାମଙ୍କର ଉତ୍ସବ ପାଳିତ ହୋଇଥିଲା।ଗତ କାଲି ରାତିରେ ପ୍ରଭୁ ଙ୍କ ବିବାହ ସମ୍ପନ୍ନ ବର ପକ୍ଷ କନ୍ୟା ପକ୍ଷ ହୋଇ ଜାକଜମକରେ ପାଳନ କରିଥିଲେ। ପରିଶେଷରେ ଗ୍ରାମ ବାସୀ ହର୍ଷ ଉଲ୍ଲାସ ରେ ପ୍ରଭୁ ଲାଗି ହୋଇଥିବା ପ୍ରସାଦ ସେବନ କରି ଆନଂଦ ରେ କାର୍ଯ୍ୟକ୍ରମ କୁ ସମାପ୍ତ କରିଥିଲେ।

ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ

error: Content is protected !!