୨-୦ଗୋଲରେ ବୈରାଗୀହାଲୁଆକୁ ହରାଇ କୋଦମା ବିଜେତା
ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର )/୧୦/୪() : ରାୟଗଡ଼ାର ସ୍ତାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଗତ ୬ତାରିଖ ଠାରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିୟନ ଟ୍ରଫି ଟୁର୍ଣ୍ଣାମେଂଟ -୨୦୨୫ର ମ୍ୟାଚ ନମ୍ବର ୫ରେ ଆଜି ବୈରାଗୀହାଲୁଆ ଟିମକୁ ହରାଇ ଗୁଡାରୀ ବ୍ଳକ କୋଦମା ଟିମ୍ ବିଜେତା ହୋଇଛି । ବୈରାଗୀହାଲୁଆ ଟିମକୁ ୨-୦ଗୋଲରେ ପରାସ୍ତ କରି କୋଦମା ଟିମ୍ ବିଜେତା ହୋଇଛି । ଜିଲ୍ଲା କ୍ରୀଡା ଅଧିକାରୀ ଶେଖ୍ ଅଲିନୁରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଟୁର୍ଣ୍ଣାମେଂଟର ଆଜିର ଏହି ଲିଗ୍ ମ୍ୟାଚକୁ ସୂଚନା ଓ ଲୋକ ସଂପର୍କ ବିଭାଗ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଶିବ ନାରାୟଣ ଗଉଡ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିବା ବେଳେ ଶ୍ରୀ ପ୍ରଧାନ ଖେଳୁଆଡ ମନୋଭାବ ରଖି ସମସ୍ତ ଖେଳାଳୀ ଖେଳିବା ଆବଶ୍ୟକ ବୋଲି କହିଥିଲେ । ସେହିପରି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅଲିନୁର ଟୁର୍ଣ୍ଣାମେଂଟର କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ । ଆସନ୍ତା ଏପ୍ରିଲ୍ ୧୫ତାରିଖରେ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ବେଳେ ୩ଟି ଫୁଟବଲ କ୍ଳବ ସମେତ ୫ଟି ହାଇସ୍କୁଲ ଟିମ୍ ମୋଟ ୮ଟି ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି । ଗ୍ରୁପ୍ ଏ’ରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବୈରାଗୀହାଲୁଆ,ମା ମଝିଘରିଆଣୀ ଫୁଟବଲ କ୍ଳବ,ରାୟଗଡ଼ା,ସରକାରୀ ହାଇସ୍କୁଲ,କୋଦମା,ଗୁଡାରୀ ଓ ଗୋପବନ୍ଧୁ ମ୍ୟୁନିସିପାଲଟି ହାଇସ୍କୁଲ ,ରାୟଗଡ଼ା ଟିମ ରହିଥିବା ବେଳେ ଗ୍ରୁପ୍ ବି’ରେ ଇଏଆରସି,ଶିରିଗୁଡା,ରାୟଗଡ଼ା,ଟାଉନ ଫୁଟବଲ କ୍ଳବ,ରାୟଗଡ଼ା,ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ,ହାଲୁଆ ଏବଂ ବିଷମକଟକ ସରକାରୀ ହାଇସ୍କୁଲ ଟିମ୍ ରହିଛନ୍ତି । ୧୫ବର୍ଷରୁ କମ ଏହି ଫୁଟବଲ ଟୁର୍ଣ୍ଣାମେଂଟରେ ଯେଉଁ ଦଳ ବିଜେତା ହେବ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅଲିନୁର କହିଛନ୍ତି ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ଗୁଣପୁର ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ପରିସରରେ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ।
୮୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ।
ଜିଲ୍ଲା ସ୍ତରୀୟ ଅନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ।