ଯୌତୁକ ନିର୍ଯାତନା ରେ ଶାଶୁ ଶଶୁର ଙ୍କ ମାଡର ଶିକାର ହୋଇଛନ୍ତି କଳ୍ପନା ପାତିକା l

ରାୟଗଡା ଜ଼ିଲ୍ଲା (ଆମ ଓଡିଶା ଖବର )ରାମନାଗୁଡ଼ା ବ୍ଲକ୍ ଗୋଗୁପାଡୁ ପଞ୍ଚାୟତ ଅନ୍ତର୍ଗତ ଝାର୍ଲିଙ୍ଗ୍ ଗ୍ରାମରେ ୨୫ ବର୍ଷ ର ଝିଅ ଯୌତୁକ ନିର୍ଯାତନାରେ ଶିକାର ହୋଇଛି l ଗୁଡାରି ବ୍ଲକ୍ ଶିରୀଗୁଡା ଗ୍ରାମର ଲଷ୍ମୀକାନ୍ତ ପାତିକାଙ୍କ ଝିଅ ଶ୍ରୀ କଳ୍ପନା ପାତିକାଙ୍କୁ  ରାମନାଗୁଡ଼ା ବ୍ଲକ୍ ଗୋଗୁପାଡୁ ପଞ୍ଚାୟତ ଝାର୍ଲିଙ୍ଗ୍ ଗ୍ରାମର ପଞ୍ଚାନନ ଲିମାଙ୍କ ପୁଅ ସୋମନାଥ ଲିମାଙ୍କୁ ପ୍ରେମ ବିବାହ କରି ୯ବର୍ଷ ହୋଇଛି l ପୁଅ ୬ବର୍ଷ ଓ ଝିଅ ୩ବର୍ଷ ଦୁଇଟି ସନ୍ତାନ ପରେ ତୃତୀୟ ସନ୍ତାନ ୨ମାସ ଚାଲିଥିବାବେଳେ ଜାଣିଶୁଣି ଯୌତୁକ ନିର୍ଯାତନା ରେ ଶଶୁର ପଞ୍ଚାନନ ଳିମା, ଭାଗ୍ୟ ଲିମା ଓ ସୁବାସିନୀ ଲିମା ସ୍ୱାମୀ ଅନୁପସ୍ଥି ସୁଯୋଗ ନେଇ ତୃତୀୟ ସନ୍ତାନ ନଷ୍ଟ କରିବା ନିମନ୍ତେ ଏହିଭଳି ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି  l ପୀଡିତା କଳ୍ପନା ଲିମା ଓ ତାଙ୍କ ପରିବାର ବାପା, ମା ଭାଇ ସୁଶାନ୍ତ ପାତିକା ଶହ ୩ଟା ସମୟ ରେ ରାମନାଗୁଡ଼ା ଥାନା ପହଞ୍ଚି ଅଭିଯୋଗ ଜଣାଇଥିଲେ କିନ୍ତୁ ପୁଲିସ ଅଧିକାରୀ ମାନେ ଜାଣିଶୁଣି କେଶ୍ କୁ ଝୁଲାଇବାପାଇଁ ରାତ୍ର ୧୦:୩୦ ସମୟ କରିଥିବା ଅଭିଯୋଗ କରିଥିଲେ  l ଆଇ.ପି.ସି ୧୮୬୦ ଧାରା-୪୯୮-ଏ , ଧାରା-୩୨୩ , ଧାରା-୨୯୪ , ଧାରା-୫୦୬ , ଧାର-୩୪ରେ ମାମଲା ରୁଜୁକରି ପୀଡିତା ଓ ତାଙ୍କ ପରିବାରଙ୍କୁ ୧୦:୩୦ରେ ଘରରକୁ ଫେରାଇ ଦେଇଥିବା ଦେଖିବାକୁ ମିଳିଥିଲା  l ଗଟେ ପୀଡିତା ଅଭିଯୋଗ କରିବାକୁ ରାମନାଗୁଡ଼ା ଥାନାକୁ ଗଲେ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବାକୁ ପଡୁଛି ବୋଲି ପୀଡିତା ଓ ତାଙ୍କ ପରିବାର ମତ ରଖିଥିଲେ  l ବର୍ତ୍ତମାନ ର ସରକାର ମାନ୍ୟବର ଗୃହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପଲିସ ବିଭାଗକୁ ସାଧାରଣ ଲକଙ୍କୁ ସୁସଂମାନେ ନ୍ୟାୟ ଦେବାରେ ତତ୍ଵର ହୁଅନ୍ତୁ କହିଥିବାବେଳେ ଏଠାରେ ଶ୍ରୀ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶକୁ ଫୁ କରି ଅବମାନନ କରିବା ଦେଖିବାକୁ ମିଳିଥିଲା  l ଖବର ସଂଗ୍ରହ କରିବାକୁ ଯାଇଥିବା ( ଆୱାଜ୍ ଓଡିଶା )ଗଣମାଧ୍ୟମ ପ୍ରତିନିଧିଙ୍କୁ ରାମନାଗୁଡ଼ା ଏ.ଏସ୍.ଆଇ  ଜଗନ୍ନାଥ ବେହେରା ନାଲି ଆଖି ଦେଖାଇ ପରିଚୟ ପତ୍ର ମାଗିବା ଶହ ପୁରା ଠିକଣା ଲେଖିରଖିଥିବା ଦେଖିବାକୁ ମିଳିଥିଲା l ପଲିସ କେଶ୍ ଆକ୍ସନ ନ ନେଲେ ସାମ୍ବାଦିକ ନ୍ୟୂଜ୍ କରିବ କିନ୍ତୁ ତା ପୂର୍ବରୁ ନ୍ୟୂଜ୍ କରିବାର ନାହିଁ ବୋଲି ଏ.ଏସ୍.ଏସ୍.ଆଇ ଜଗନ୍ନାଥ ବେହେରା କହିଥିଲେ l ଗଣମାଧ୍ୟମଙ୍କୁ ଏହିଭଳି ଆଚରଣ ଯଦି ସାଧାରଣ ଜନତାଙ୍କୁ କିଭଳି ବ୍ୟବହାର କରାଯାଉଥିବ ତାହା ସ୍ପଷ୍ଟ ଜଣାପଡୁଛି ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମୋହଳରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି  l ପୀଡିତା କଳ୍ପନା ପାତିକାଙ୍କୁ ରାମନାଗୁଡ଼ା ପଲିସ କେବେ ଓ କିଭଳି ଭାବେ ନ୍ୟାୟ ଦେବେ ତାହା ଦେଖିବାକୁ ବାକି ରହିଲା  l

ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।

error: Content is protected !!