ସାରା ରାଜ୍ୟରେ ଓଡିଆ ଅସ୍ମିତାର ଉତ୍ସବ
ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ସାରା ରାଜ୍ୟରେ ଓଡିଆ ପକ୍ଷ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ଏକ ଏପ୍ରିଲ ଠାରୁ ଚଉଦ ଏପ୍ରିଲ ପର୍ଯ୍ୟନ୍ତ ଏହି ଦିବସକୁ ପାଳନ କରାଯାଉଛି | ସମୃଦ୍ଧ ଓଡିଶା ଗଠନର ମୁଖ୍ୟ ଆଧାର ଅସ୍ମିତା,ଉଚ୍ଚାଶା ଓ ଓଡିଶାର ବରପୁତ୍ର ମାନଙ୍କ ଅବିଶ୍ରାନ୍ତ ଉଦ୍ୟମକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଉଛି | ସ୍ୱତନ୍ତ୍ର ଓଡିଶା ପାଇଁ ବରପୁତ୍ର ମାନେ ଯେଉଁ ତ୍ୟାଗ କରିଯାଇଛନ୍ତି ତାହାକୁ ହୃଦୟଙ୍ଗମ କରି ଏକ ସମୃଦ୍ଧ ଓଡିଶା ଗଠନ କରି ସେମାନଙ୍କ ସ୍ୱପ୍ନକୁ ନିଶ୍ଚୟ କରିବା ପାଇଁ ମୋହନ ମାଝୀ ସରକାରଙ୍କ ଏହି ପ୍ରଚେଷ୍ଟାକୁ ସ୍ୱାଗତ କରିଛନ୍ତି ଓଡିଶାର କୋଣ ଅନୁକୋଣରେ ଥିବା ବୁଦ୍ଧିଜୀବୀ,ଶିକ୍ଷାବିତ,ଛାତ୍ର ଛାତ୍ରୀ ଓ ରାଜନୀତିଜ୍ଞ ପ୍ରମୁଖ | ସେହିପରି ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ କୋଦଳା ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସ୍ୱତନ୍ତ୍ର ଦିବସରେ ଗୁରୁବାର ଦିନ କଳାକାର ମାନଙ୍କୁ ସନମାନିତ କରାଯାଇଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଏହି ଅଞ୍ଚଳର କବି, କବୟିତ୍ରୀ ମାନଙ୍କୁ ଉପଢୌକନ,ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା | ଏହି ଅବସରରେ କୋଦଳା ଅଞ୍ଚଳର କବି ତଥା ବହୁ ପ୍ରତିଭାର ଅଧିକାରୀ ଶ୍ରୀ ଦୁର୍ଗା ପ୍ରସାଦ ଦାଶ,ବୃକ୍ଷ ପ୍ରେମୀ ତଥା ଯୁବ ଲେଖକ ମନୋଜ କୁମାର ପାଢ଼ୀ,ଦୀପକ ଙ୍କ ସମେତ ଲକ୍ଷ୍ମୀ ନାରାୟଣ ଡିଗ୍ରୀ କଲେଜର ପନ୍ଦର ଜଣ ଛାତ୍ର ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା | ଏହି ଅଞ୍ଚଳର ପ୍ରତ୍ୟେକ ଟି କଳାକାର, କବି ଯେପରି ନିଜର ପ୍ରତିଭା ବିକାଶ କରିପାରିବେ ସେ ନେଇ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଧ୍ୟକ୍ଷ ଶ୍ରୀ ନାୟକ | ଏହି କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷା ରଞ୍ଜିତା ସେଠି, ସମାଜସେବୀ ଅଚ୍ୟୁତ ସାହୁ ଙ୍କ ସମେତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ |
More Stories
ପୋଷଣ ପାଖୁଡ଼ା କାର୍ଯ୍ୟକ୍ରମ ଡେଙ୍ଗା ପଦର ସେକ୍ଟର ର ଗୋବିନ୍ଦପୁର ଠାରେ ଅନୁଷ୍ଠିତ।
ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭ।
ଭଗବାନ ଶ୍ରୀରାମଙ୍କର ଜନ୍ମ ଠାରୁ ବିବାହ ପର୍ଯ୍ୟନ୍ତ ଉତ୍ସବ ପାଳିତ l