ବେଗୁନିଆପଡା, (ଆମ ଓଡିଶା ଖବର):ରାଜ୍ୟରେ ବହୁ ପ୍ରତିକ୍ଷିତ ‘ଆୟୁଷ୍ମାନ ଭାରତ’ ଯୋଜନାର ଏପ୍ରିଲ ୧୧ ଅର୍ଥାତ୍ ଶୁକ୍ରବାର ଶୁଭାରମ୍ଭ ହୋଇଛି । କଟକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଏହାର ଶୁଭାରମ୍ଭ କରିଛନ୍ତି । ‘ଆୟୁଷ୍ମାନ ଭାରତ’ ଓ ‘ଆୟୁଷ୍ମାନ ବୟୋ ବନ୍ଦନା’ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ପରିସରରେ ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଉପସ୍ଥିତ ରହି ଯୋଜନା ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ | ଏହି ଯୋଜନାରୁ ସମସ୍ତେ ଭରପୁର ଫାଇଦା ନେବା ସହ ବିଜେପି ସରକାର ମାନବ ଜାତିର ସ୍ୱାସ୍ଥ୍ୟ ପାଈଁ ସଦା ତତ୍ପର ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ | ସୂଚନା କ୍ରମେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଓଡିଶାର ପ୍ରାୟ ସାଢେ ୩ଟି ଲୋକଙ୍କୁ ମାଗଣାରେ ମିଳିବ ଚିିକିତ୍ସା ସୁବିଧା । ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ପାଇ ପାରିବେ ରୋଗୀ ।ସୂଚନାନୁଯାୟୀ, ରାଜ୍ୟରେ ୧.୦୩ କୋଟିରୁ ଊର୍ଦ୍ଧ୍ବ ପରିବାରର ୩.୪୬ କୋଟି ଲୋକଙ୍କ ପାଇଁ ଏହି ଯୋଜନା ସମର୍ପିତ। ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମିଳିବ ଯୋଜନାର କାର୍ଡ। ଅନ୍ୟପକ୍ଷରେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ମିଳିବ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ସହାୟତା। ଦେଶର ସବୁ ରାଜ୍ୟର ୨୯ ହଜାରରୁ ଊର୍ଦ୍ଧ୍ବ ସରକାରୀ ଓ ପଞ୍ଜିକୃତ ଘରୋଇ ଚିକିତ୍ସାଳୟରେ ଏହି କାର୍ଡ ଦେଖାଇଲେ ମିଳିବ ମାଗଣା ସ୍ୱାସ୍ଥ୍ୟସେବା। ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ ଜନତା | ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରତାପ ନାୟକ ଙ୍କ ସମେତ ସାଂସଦ ପ୍ରତିନିଧି ଆଲୋକ ଶତପଥି,ଯୁବନେତା ଅଶୋକ ତାରିଣୀ,ଯୁବନେତା ଚିତ୍ରସେନ ପରିଡା, ଖଣ୍ଡିଆନଈ ସରପଞ୍ଚ ପଙ୍କଜ ସେଠି,ଏସ.ଛଚିନା ସରପଞ୍ଚ ଗୀତାଞ୍ଜଳି ସେଠି, ବେଗୁନିଆପଡା ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ,ମସରସିଂ ମଣ୍ଡଳ ସଭାପତି ରତନ ବିଶୋଇ, ବେଗୁନିଆପଡା ସମିତିସଭ୍ୟ, ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ,ବିପିଏମ ସନ୍ତୋଷ କୁମାର ପଣ୍ଡା, ଡ଼ଃ ସଞ୍ଜୟ କୁମାର ସାହୁ,ବେଗୁନିଆପଡା ବିଡିଓ ସସ୍ମିତା ଶତପଥି, ଏବିଡିଓ ନିରଞ୍ଜନ ବେହେରା,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ ଙ୍କ ସମେତ ଆଶା କର୍ମୀ, ଏଏନଏମ ଏଵଂ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ | ଏହି ଅବସରରେ ଯୋଜନା ସମ୍ପର୍କିତ ଏକ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମାନ୍ୟବର ବିଧାୟକ |
ଦେବାଶିଷ ମହାରଣା ଙ୍କ ରିପୋର୍ଟ।
More Stories
ରଥ ଟଣାରେ ସାଙ୍ଘାତିକ୍ ବିଭ୍ରାଟ, ନନ୍ଦିଘୋଷ ରଥ ଟଣା ହେବା ପୂର୍ବରୁ ଦଉଡ଼ି ଉଭାନ।
ବିଏମସି ଅଫିସରେ ଗୁଣ୍ଡାରାଜ, ଅତିରିକ୍ତ କମିଶନରଙ୍କୁ ଘୋଷାଡି ଘୋଷାଡି ପିଟିଲେ।
ଜେଲବନ୍ଦୀଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର: ବୋଲଗଡ଼ ଅଞ୍ଚଳରେ ସମ୍ବର୍ଦ୍ଧିତ ହେଲେ ହରିହର