ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭ।

ଗଞ୍ଜାମ (ଆମ ଓଡିଶା ଖବର) ଆସିକା ବ୍ଳକ ଆଧିନ ପଢାଳ ସ୍ବାସ୍ଥ୍ୟ କେନ୍ଦ୍ର,ଭେଟନଇ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗହଙ୍ଗୁ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅପରାହ୍ନ ୨:୩୦ ରେ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭ ହୋଇଯାଇଛି।ପଢାଳ ଠାରେ ଜୟପୁର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ମତୀ ଲକ୍ଷ୍ମି ବେହାରା ଓ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ବାଲାଜିରାମ ସାହୁ ଉଭୟେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟ କ୍ରମ ଆରମ୍ଭ କରିଥିଲେ। ଡ଼ଃ ଅକ୍ଷୟ କୁମାର ପାଣିଗ୍ରାହୀ (ଆୟୁଷ),ଜି. ରମେଶ ପ୍ରଧାନ ( ଜେ ଇ), ଅଶୋକ କୁମାର ସେଠୀ ( ଜେ. ଇ) ଓ ଶ୍ରୀ ଯୁକ୍ତ ଶୁଶାନ୍ତ କୁମାର ଭୂୟାଁ ( ପି. ଇ.ଓ.) ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆସିକା ବ୍ଳକ ର ବହୁ ପଞ୍ଚାୟତ ଅଧୀନ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରୁଥିବାବେଳେ ଉକ୍ତ ଅଂଚଳ ର ହଜାରରୁ ଊର୍ଦ୍ଧ୍ଵ ପୁରୁଷ ଓ ମହିଳା ଉକ୍ତ କାର୍ଯ୍ୟକ୍ରମ ରେ ସମାଗମ ଥିଲେ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା ମଞ୍ଚାସିନ ଅତିଥି ଙ୍କ ଦ୍ଵାରା। ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ।ଏତତ ବ୍ୟତୀତ ପଞ୍ଚାୟତ ସମିତି ସଭ୍ୟ, ପଞ୍ଚାୟତ ଯୋଗାଣ ସହାୟକ ଓ ଅନ୍ୟାନ୍ୟ କର୍ମ କର୍ତ୍ତା ଉପସ୍ଥିତ ରହି କାର୍ଯ୍ୟ କୁ ସୂଚାରୁରୂପେ ପରିଚାଳିତ କରିଥିଲେ।ସେହି ପରି ଗହଙ୍ଗୁ ସ୍ବାସ୍ଥ୍ୟ କେନ୍ଦ୍ର ଓ ଭେଟନଇ ସ୍ବାସ୍ଥ୍ୟ କେନ୍ଦ୍ର ରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଦ୍ଵାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଭେଟନଇ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭ କାର୍ଯ୍ୟ ଆସିକା ବିଧାୟକ ଶ୍ରୀ ଯୁକ୍ତ ସରୋଜ କୁମାର ପାଢୀ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଶ୍ରୀ ଯୁକ୍ତ ପାଢ଼ୀ ହିତାଧିକାରୀ ମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ। ପଢାଳ ସ୍ବାସ୍ଥ୍ୟ କେନ୍ଦ୍ର ରେ ଶ୍ରୀ ରତ୍ନାକର ଶିଅ ଅତି ସୁନ୍ଦର ଭାବରେ ଉପସ୍ଥାପନ କରି ଜନସାଧାରଣଙ୍କ ମନମୋହିଥିଲେ। କଟକରେ ସ୍ବାସ୍ଥ୍ୟ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୁକ୍ତ ଜେପି ନଡ୍ଡା ଙ୍କ ଦ୍ଵାରା ଶୁଭାରମ୍ଭ କାର୍ଯ୍ୟ ସମସ୍ତ ଉପସ୍ଥିତ ଜନତା ଦୂରଦର୍ଶନ ମାଧ୍ୟମ ରେ ( ଆୟୁଷ୍ମାନ ଭାରତ) ଉପଭୋଗ କରୁଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସରପଞ୍ଚ ଙ୍କ ପ୍ରତିନିଧିତ୍ଵ ବ୍ୟକ୍ତି ଓ ଶ୍ରୀ ଶୁଶାନ୍ତ କୁମାର ଭୂୟାଁ ଙ୍କ ଅକ୍ଳାନ୍ତ ପରିଶ୍ରମ ରେ କାର୍ଯ୍ୟକ୍ରମ ଟି ଅତି ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା।

ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡିଶା ଖବର

error: Content is protected !!