ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ରେ ଦୀର୍ଘଦିନ ଧରି ବିଭିନ୍ନ ଉପାୟରେ ବ୍ରାଉନ ସୁଗାର ବେପାର ବଢିଚାଲିଥିବା ବେଳେ ଅପରାଧୀ ମାନେ ବ୍ରାଉନ ସୁଗାର ଖାଇ ଅନେକ ଅପରାଧ ଘଟଣା କରିଚାଲିଛନ୍ତି।ଯାହାକୁ ନେଇ ଖୋର୍ଦ୍ଧା ଏସ୍ପି ଙ୍କ ନିର୍ଦ୍ଦେଶ ରେ ଖୋର୍ଦ୍ଧା କୁ ଅପରାଧ ଶୁନ୍ୟ କରିବାକୁ ଖୋର୍ଦ୍ଧା ପୋଲିସି ତାର ମାଷ୍ଟର ପ୍ଲାନ କରିଛି ।ଆଉ ଆଜି ସେଇ ପ୍ଲାନ ଅନୁସାରେ ଖୋର୍ଦ୍ଧା ପୋଲିସି କୁ ବଡ଼ ସଫଳତା ମିଳିଛି।ଏସ୍ପି ସିଦ୍ଧାର୍ଥ କଟାରିଆ ଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡିପିଓ ଦିଲ୍ଲୀପ କୁମାର ଦାସ ଓ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ ଙ୍କ ତତ୍ୱାବଧାନ ରେ ଏକ ଟିମ ଗଠନ କରାଯାଇ ଟିମ ର ମୁଖ୍ୟ ସବ ଇନ୍ସପେକ୍ଟର ସୌମ୍ୟରଂଜନ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଖୋର୍ଦ୍ଧା ଗୁରୁଜଙ୍ଗ ମହୋତ୍ସବ ପଡିଆ ଠାରେ ଚଢ଼ାଉ କରାଯାଇ ୨୬୨ ଗ୍ରାମ ବ୍ରାଉନ ସୁଗାର ସହିତ ୬ ଜଣଙ୍କୁ ପୋଲିସି ଗିରଫ କରିଛି।ଆଉ ଏଥିରେ ଜଣେ ମହିଳା ମଧ୍ୟ ସାମିଲ ଥିବା ଏକ ପ୍ରେସ ମିଟ ରେ ଏସ୍ପି ଶ୍ରୀ କଟାରିଆ ସୂଚନା ଦେଇଛନ୍ତି।ଏହି ଅଭିଯୁକ୍ତ ମାନେ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ବିଶେଷ ସୁତରୁ ସୂଚନା ପାଇ ଖୋର୍ଦ୍ଧା ପୋଲିସି ଏହି ଚଢ଼ାଉ କରିଥିଲା।ଏହି ଚଢ଼ାଉ ସମୟରେ ୨୬୨ ଗ୍ରାମ ବ୍ରାଉନ ସୁଗାର, ଏକ ଧଳା ରଙ୍ଗର ସ୍କୋର୍ପିଓ,୫ ଟି ମୋବାଇଲ ଫୋନ ସହିତ ୬ଜଣ ଯଥା-ଲଷ୍ମୀଧର ସାହୁ(୩୦) ଭାଲିଆବାଡ଼ି,ଏସକେ ଜାଫର(୨୯)ରଣପୁର ଥାନା ,ବାମ୍ବଡା,ଅଭିଜିତ ସାମନ୍ତରାୟ(୨୬)ଗୁରୁଜଙ୍ଗ ଟାଙ୍ଗିସାହି,,ସୁରଜ ଦଳବେହେରା(୨୨)ମୁକୁନ୍ଦ ପ୍ରସାଦ,ତାପସ କୁମାର ସ୍ୱାଇଁ(୩୪)ଉପରସାହି ,ଖୋର୍ଦ୍ଧା,ସସ୍ମିତା ପ୍ରଧାନ(୨୭) ଭାଲିଆବାଡ଼ି ଙ୍କୁ ଗିରଫ ସହିତ ଏନ୍ଡିପିଏସ ଆକ୍ଟ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି।


More Stories
Prof. Dr. Sanatan Behera caught taking bribe in vigilance net
Interstate Arms License Racket Busted by Rourkela Police.
ବାଇକ ସହ ସ୍କୁଟି ମୁହାଁମୁହିଁ ଧକ୍କା,ଦୁଇ ମୃତ, ଜଣେ ଗୁରୁତର, ଦୁଇ ଆହତ l