ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ତା ୧୩.୦୪.୨୦୨୫ ରବିବାର ଦିନ ଦଶ ଘଟିକା ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ପକ୍ଷ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାର ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ସୁସ୍ବାଦ ଖାଦ୍ୟର ପ୍ରଦର୍ଶନ କରି ଓଡ଼ିଆ ଖାଦ୍ୟପ୍ରେମୀଙ୍କ ମନ ମୋହିଥିଲେ ।
ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ଯୋଗଦେଇ ଖାଦ୍ୟ ପସରାଗୁଡିକୁ ବୁଲି ପାରମ୍ପରିକ ଖାଦ୍ୟର ମାନ ଓ ସ୍ବାଦ ପରଖିବା ସହ ସ୍ବଂୟ ସହାୟିକା ଗୋଷ୍ଠୀର ଏତଦ ପ୍ରୟାସ ପାଇଁ ଭୂୟଷୀ ପ୍ରଶଂସା କରିଥିଲେ ।
ଉଦଯାପନୀ ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିମାରାଣୀ ଦାସ, ପ୍ରକଳ୍ପ ଅଧିକାରୀ ଶୈଳଜା ଦାସ, ରାୟଗଡ ସିଡିପିଓ ମୀନାକ୍ଷୀ ଦାଶ, କୋଲନରା ସିଡିପିଓ ବିଜୟଲକ୍ଷ୍ମୀ ନିଶଙ୍କ,ଜିଲ୍ଲା ମିଶନ ଶକ୍ତି ଆକାଉଣ୍ଟାଣ୍ଟ ସାରଙ୍ଗ ଶବର, ରାୟଗଡ ବ୍ଲକ ମିଶନ ଶକ୍ତି ସଂଯୋଜିକା ପ୍ରିୟଙ୍କା ମୁଲିୟା ଓ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।
ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଷ୍ଟଲ ଗୁଡିକର ମୂଲ୍ୟାୟନ କରାଯାଇଥିଲା । ଓଁ ସାଇ ଏସଏଚଜି, ଦାମୋଦର ଏସଏଚଜି ଓ ମାଁ ହିଙ୍ଗୁଳା ଏସଏଚଜି ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ପୁରସ୍କୃତ କରାଯିବା ସହ ସଭିଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସଂସ୍କୃତି ଭବନ ପରିସରରେ ଝୋଟି, ଚିତା ଓ ହୁଳହୁଳି ପ୍ରତିଯୋଗିତାମାନ ଆୟୋଜିତ କରାଯାଇ ସଭିଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କୃତି ପ୍ରତିଯୋଗୀଙ୍କୁ ପରବର୍ତ୍ତି ଦିନ ରାୟଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପୁରସ୍କାର ବିତରଣ କରାଯିବ ବୋଲି ସଂସ୍କୃତି ଅଧିକାରୀ ପ୍ରକାଶ କରିଛନ୍ତି ।
ସଂସ୍କୃତି ଅଧିକାରୀ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।