ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର -୧୫/୪( ଖବର )ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରୁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ନାରୀ ନିର୍ଯ୍ୟାତନା କୁ ନେଇ ସନ୍ଧ୍ୟା ରେ ଏକ ମଶାଲ ଶୋଭାଯାତ୍ରା କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚାରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ କଂଗ୍ରେସ ଦଳ ର ସଭାପତି ସି ହେଚ ନାଗେଶ୍ୱର ରାଓ ଙ୍କୁ ନେତୃତ୍ୱରେ ବ୍ଲକର ସମସ୍ତ କର୍ମୀ ନେତା ମାନେ ଏକତ୍ରିତ ହୋଇ ସ୍ଥାନୀୟ ଶିଵ ମନ୍ଦିର ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା କରିଥିଲେ ।
ଏହାର ଉଦ୍ଧେଶ୍ୟ ରାଜ୍ୟ ସରକାରଙ୍କ ମହିଳାଙ୍କ ପ୍ରତି ଅନ୍ୟାୟ,ଅତ୍ୟାଚାର ଏବଂ ନାରୀ ନିର୍ଯାତନା କୁ ବିରୋଧ କରି ଉକ୍ତ କାର୍ଯ୍ୟକ୍ରମ କରାଯାଇଛି ।
ଏଥିରେ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା , ଲେଙ୍ଗିଡି ଲକ୍ଷ୍ମଣ, ଚିତ୍ତରଞ୍ଜନ ଗାଣ୍ଟା , ପ୍ରକାଶ କରକରିଆ, ଲାଡ଼ି ଶଙ୍କର, ପ୍ରହଲ୍ଲାଦ କନ୍ଧପାଣି, କାମସିଙ୍ଗ କାଡ୍ରାକା, ଯଦୁ କୌଶଲ୍ୟା, ସୁରଥ କୌଶଲ୍ୟା, ଅର୍ଜୁନ କଣ୍ଡାଗରୀ, ଭାସ୍କର କରକରିଆ, ରାଜେନ୍ଦ୍ର କୌଶଲ୍ୟା, ପ୍ରହଲ୍ଲାଦ ମହନନ୍ଦିଆ,
ପୂର୍ଣ୍ଣଚନ୍ଦ୍ର କରକରିଆ,ଲଇଚନ୍ୟ କରକରିଆ ଓ ପର୍ଯ୍ୟବେକ୍ଷକ ଭାବେ ପ୍ରଶାନ୍ତ କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ଗୁଣପୁର ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ପରିସରରେ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ।
୮୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ।
ଜିଲ୍ଲା ସ୍ତରୀୟ ଅନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ।