ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମହା ଦୁର୍ନୀତି ହୋଇଥିବା ନେଇ ୧୪ଦଫା ଦାବି ପତ୍ର ଜଣାଇଲେ ବୋଲଗଡ଼ ବ୍ଲକ୍ କାର୍ଯ୍ୟରତ ଗାଁ ସାଥୀ (ମେଟ) ସଂଘ । ଗାଁ ସାଥ୍ ସଂଘ ବୋଲଗଡ ବ୍ଲକର ସଭାପତି କମୋଳ କାନ୍ତ ବେବର୍ତ୍ତା ପଟ୍ଟନାୟକ, ସମ୍ପାଦକ ବିରୁପକ୍ଷା ମହାପାତ୍ର , କୋଷଧକ୍ଷ ସୁରେଶ କୁମାର ସେନାପତିଙ୍କ ସମେତ ୧୯ଗୋଟି ପଞ୍ଚାୟତର ଗାଁ ସାଥ୍ ମାନେ । କେନ୍ଦ୍ର ସରକାରଙ୍କ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୦୮ ମସିହା ଠାରୁ ରାଜ୍ୟରେ ଗାଁ ସାଥୀ ମେଟ ଭାବେ ନିଯୁକ୍ତି ପାଇଥିଲେ ମଧ୍ୟ ତାହା ବୋଲଗଡ଼ ବ୍ଲକରେ ଅଣ ଦେଖା କରାଯାଉଛି ।ସେହିପରି ୨୦୧୯-୨୦ ମସିହା ଠାରୁ ୨୦୨୩-୨୪ ମସିହା ଭିତରେ ମନରେଗାର ମାର୍ଗ ଦର୍ଶିତାକୁ ଖାତିରି ନ କରି ବ୍ଲକ ପ୍ରଶାସନର ସହାୟକ ପ୍ରକଳ୍ପ ଅଧିକାରୀ, ସହାୟକ କନିଷ୍ଠ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଗ୍ରାମ ରୋଜଗାର ସେବକ ମାନେ ଚଞ୍ଚକତା କରି ନୂତନ ଗାଁ ସାଥି ନିଯୁକ୍ତି କରି କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ NMMS APP କୁ ମନରେଗା ପ୍ରକଳ୍ପ ରେ ବ୍ୟବହାର କରି ବହୁ ଦୁର୍ନୀତି ଚଳାଇଛନ୍ତି। ଏହାକୁ ପ୍ରକୃତ ଗାଁ ସାଥ୍ ମେଟ ମାନଙ୍କୁ ଏହି APPକୁ ବ୍ୟବହାର କରିବାପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା କରାଯିବା ପାଇଁ ଦାବି କରିଛନ୍ତି। ବ୍ଲକ ର ପ୍ରତି ପଞ୍ଚାଯତର ରାଜସ୍ବ ଗ୍ରାମରେ ଗ୍ରାମ ସଭା ନହୋଇ ମନଇଚ୍ଛା ବ୍ଲକ ପ୍ରଶାସନ ମନରେଗା ପ୍ରକଳ୍ପ ନିର୍ଧାରଣ କରି ଅନୁମୋଦନ ପାଇଁ ପଠାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମାସାତ କରିଛନ୍ତି । ସେହିପରି ବାହ୍ୟ ଭେଣ୍ଡରଙ୍କ ନାମରେ ବିଲ କରିବା, ମନରେଗା ପ୍ରକଳ୍ପ କାର୍ଯ୍ୟ ଅଣକୁଶଳୀ ଶ୍ରମିକ ମାନଙ୍କଦ୍ୱାରା ନ ହୋଇ ମେସିନ ଦ୍ବାରା କରାଯାଇଥିବା ,ପ୍ରତ୍ୟକ ଗ୍ରାମରେ ସୋକ ପିଟ ନିର୍ମାଣ ନକରି ମିଥ୍ୟା ବିଲ କରିଥିବା , SHG ମାନଙ୍କ ଦ୍ବାରା ମୋ ବଗିଚା ପ୍ରକଳ୍ପ କାର୍ଯ୍ୟ ନ ହୋଇ ମିଥ୍ୟା ବିଲ କରିବା ଏବଂ କେନ୍ଦ୍ର ସରକାରଙ୍କ ସଚ୍ଛ ଭାରତ ଯୋଜନା ଅଧିନସ୍ଥ ଗୋଷ୍ଠୀ ଆବର୍ଜନା କୁଣ୍ଡ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମାସାଥ କରିବା ଏହାକୁ ତଦନ୍ତ କରାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରିଛନ୍ତି ।ଦାବି ଗୁଡ଼ିକ ମଧ୍ୟରେ ନିର୍ମାଣ କ୍ଷେତ୍ରରେ ଗାଁ ସାଥୀ ମାନଙ୍କୁ ନିଯୁକ୍ତି ,
ସ୍ବତନ୍ତ୍ର ପରିଚୟ ପତ୍ର ଦେବାର ବ୍ୟବସ୍ଥା ,ପଞ୍ଚାଯତ ରାଜ ଓ ପାନୀୟ ଜଳ ବିଭାଗରେ ସାମିଲ କରିବା , ସର୍ବନିମ୍ନ ୧୦ଦିନରୁ ଅଧିକ ମନରେଗା ଯୋଜନାରେ ସାମିଲ କରିବା ,
୨ଥର ତାଲିମ ଦେବାର ବ୍ୟବସ୍ଥା , ଅଣକୁଶଳୀ ଶ୍ରମିକ ମାନଙ୍କୁ ଅଗ୍ରାଧିକାର ଭିତ୍ତି ରେ ବ୍ୟକ୍ତିଗତ ପ୍ରକଳ୍ପ ଦେବାର ବ୍ୟବସ୍ଥା ଭଳି ୧୪ଦଫା ଦାବି ନେଇ ସ୍ଥାନୀୟ ବିଡ଼ିଓଙ୍କୁ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରିଥିଲେ।
ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା
More Stories
ଶିଥିଳ ହେଲା ମୌସୁମୀ,ବାଧା ସାଜିଲା ପଶ୍ଚିମାଝଡ଼, ରଜ ବେଳକୁ ବର୍ଷା ହେବା ସମ୍ଭାବନା।
ବାଉରୀବନ୍ଧୁ ମହାବିଦ୍ୟାଳୟରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ।
ଗଛକୁ ପିଟିଲା ଗ୍ଲାମର ଗାଡି ଘଟଣା ସ୍ଥଳରେ କଲେଜ ଛାତ୍ରଙ୍କ ମୃତ l