ଖବର ପ୍ରକାଶନ ପରେ ବୈଠକକୁ ଚାଷୀଙ୍କ ତୀବ୍ର ବିରୋଧ
୨୮୮ ଜଣ ଆଖୁ ଚାଷୀ ପାଇନାହାନ୍ତି ୧୬ ଲକ୍ଷରୁ ଅଧିକ ଟଙ୍କା
ବିଡ଼ିଓ ଙ୍କୁ ଦେଲେ ଫେରାଦ
ରିପୋର୍ଟ:ଦେବାଶିଷ ମହାରଣା
ବେଗୁନିଆପଡା:(ଆମ ଓଡିଶା ଖବ):ମନମାନି ରେ ଚାଲିଛି ବେଗୁନିଆପଡା ବ୍ଲକ କୃଷି ବିଭାଗ | ଆଗରୁ ବୈଠକ ନକରି ଖବର ପ୍ରକାଶନ ପରେ ହାତଗଣତି ଅଣ ଆଖୁଚାଷୀଙ୍କୁ ନେଇ ତରବରିଆ ଭାବେ କୃଷି ବିଭାଗ ନିଜ ଦୋଷକୁ ଲୁଚାଇବା ପାଇଁ କରିଥିବା ପ୍ରୟାସ କୁ ଆଜି ପ୍ରକୃତ ଆଖୁ ଚାଷୀ ପହଞ୍ଚି କୃଷି ଅଧିକାରୀ ରାମଲାଲ ସମଦ ଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ସହ ଉତ୍ତେଜନା ସୃଷ୍ଟି ହୋଇଛି ଓ ଏହା ପରେ ବିଡ଼ିଓ ସସ୍ମିତା ଶତପଥୀଙ୍କୁ ଚାଷୀ ଫେରାଦ ଦେଇ ଏହାର ତଦନ୍ତ କରିବା ସହ ଚାଷୀଙ୍କୁ ଆଜିଯାଏ ଦୀର୍ଘ ୧ ବର୍ଷ ହେଲା କାହିଁକି ୧୬ ଲକ୍ଷରୁ ଅଧିକ ଟଙ୍କା ମିକିନି ସେ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।ଗଞ୍ଜାମ ଜିଲ୍ଲାର ୨୨ ଟି ବ୍ଲକ ମଧ୍ୟରୁ ୧୬ ଟି ବ୍ଲକରେ ଆଖୁଚାଷ ହେଉଥିବା ବେଳେ ବେଗୁନିଆପଡା ବ୍ଲକ ଆଖୁଚାଷ ପାଇଁ ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଛି କିନ୍ତୁ ବେଗୁନିଆପଡା କୃଷି ବିଭାଗର ଆଖୁ ଚାଷୀଙ୍କ ପ୍ରତି ଅବହେଳା ହେଉଥିବା ଯୋଗୁଁ ଏହି ଆଖୁଚାଷୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ଏହି ଚାଷୀ ମାନେ ଦୀର୍ଘ ୧ ବର୍ଷ ଧରି ୧୬ ଲକ୍ଷ ୯ ହଜାର ଟଙ୍କାର ପ୍ରୋତ୍ସାହନ ଅର୍ଥ ରାଶି ପାଇବାରୁ ବଂଚିତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ନୂତନ ଆଖୁ ନିର୍ଦ୍ଧାରିତ ଜ୍ଞାନ କୌଶଳ ମାଧ୍ୟମରେ ଏହି ବ୍ଲକର ୩୯ ଜଣ ଚାଷୀ ଆଖୁ ଚାଷ କରିଥିବା ବେଳେ ଏକର ପିଛା ୯୦୦୦ ଟଙ୍କା ହିସାବରେ ୫୪ ଏକର ରେ ଆଖୁ ଚାଷ କରିଥିବା ବେଳେ ଏହା ବାବଦକୁ ୪ ଲକ୍ଷ ୮୬ ହଜାର ଟଙ୍କା ପ୍ରାପ୍ୟ ପାଇ ନଥିବା ବେଳେ ଜାନୁଆରୀ ମାସ ଠାରୁ ଅପ୍ରେଲ ମାସ ମଧ୍ୟରେ ଆଖୁ ଚାଷର ଇନପୁଟ ସବସିଡି ୧୦୮ ଜଣ ଚାଷୀ ଏକର ପିଛା ୧୯୦୦ ଟଙ୍କା ହିସାବରେ ୧୩୫ ଏକରକୁ ୨ ଲକ୍ଷ ୫୬ ହଜାର ୫୦୦ ଟଙ୍କା ପାଇବା କଥା କିନ୍ତୁ ତାହା ଆଜିପର୍ଯ୍ୟନ୍ତ ମିଳିନାହିଁ। ପୁଣି ମୂଳିଆଖୁ ଚାଷର ଇନପୁଟ ସବସିଡି ଭାବରେ ୧୪୨ ଜଣ ଚାଷୀ ଏକର ପ୍ରତି ୨୫୦୦ ଟଙ୍କା ହିସାବରେ ୩୪୭ ଏକରକୁ ମୋଟ ୮ ଲକ୍ଷ ୬୭ ହଜାର ଟଙ୍କା ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି। ଏଣୁ ମୋଟ ୨୮୮ ଜଣ ଚାଷୀ ଆଜି ପର୍ଯ୍ୟନ୍ତ ୧୬ ଲକ୍ଷ ୯ ହଜାର ୫୦୦ ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି। ଖାଲି ସେତିକି ନୁହେଁ ଆଖୁଚାଷୀଙ୍କୁ ଏହି ଚାଷ ଉପରେ ପ୍ରୋତ୍ସାହନ ଓ ତାଲିମ ଦେବା ପାଇଁ ଚଳିତ ବର୍ଷ ଅପ୍ରେଲ ୨ ତାରିଖ, ୫ ତାରିଖ, ୮ ତାରିଖ, ୯ ତାରିଖ ଓ ୧୧ ତାରିଖରେ ପର୍ଯ୍ୟାୟ ଭିତ୍ତିକ ବୈଠକ କରାଯିବା ପାଇଁ ନିର୍ଦେଶନାମା ଥିବା ବେଳେ ଏହି ତାରିଖ ସବୁ ବିତିଗଲାଣି ସିନା କୌଣସି ବୈଠକ ହୋଇନାହିଁ କି କୌଣସି ଆଖୁଚାଷୀଙ୍କୁ ସୂଚନା ଦିଆଯାଇନାହିଁ। ଆଖୁଚାଷୀ ବାରମ୍ବାର ବ୍ଲକ କୃଷି ବିଭାଗକୁ ଦୌଡ଼ୁଥିବା ବେଳେ ଏମାନଙ୍କୁ ଅଣଦେଖା କରାଯାଉଛି ବୋଲି ଚାଷୀ ମାନେ ଗୁରୁତର ଅଭିଯୋଗ କରିଛନ୍ତି। ଆଖୁଚାଷୀଙ୍କୁ ସବସିଡି ଅର୍ଥ ପ୍ରଦାନ ପାଇଁ ଗଞ୍ଜାମ ଜିଲ୍ଲାର ୧୬ ଟି ବ୍ଲକକୁ ୨ କୋଟି ୫୬ ଲକ୍ଷ ୧୨ ହଜାର ଟଙ୍କା ଆସିଥିବା ସୂଚନା ଥିବା ବେଳେ ବେଗୁନିଆପଡା ବ୍ଲକ ଚାଷୀ କାହିଁକି ଏହି ଅର୍ଥ ଆଜି ପର୍ଯ୍ୟନ୍ତ ପାଇ ନାହାନ୍ତି ତାହା ସମସ୍ତଙ୍କୁ ସନ୍ଦେହ ଘେରରେ ପକାଇଛି। ଅନ୍ୟ ପକ୍ଷରେ କୃଷି ଅଧିକାରୀ ଦୀର୍ଘ ଦିନ ହେବ ଫିଲଡ କୁ ନଯାଇ କାଗଜ ପତ୍ରରେ କାମ ସାରୁଥିବା ମଧ୍ୟ ଅଭିଯୋଗ ହୋଇଛି | ବେଗୁନିଆପଡା ବ୍ଲକର ସୁମଣ୍ଡଳ, ତାଳସର, ହଂସତୁଳି, ସାଙ୍କୁଡ଼ା, କୁମ୍ଭାର ଗାଁ, କାଳିମେଘି, ସୌରାପଲ୍ଲୀ, କନିଆରୀ ବାଡ଼ି, ନୂଆଗାଁ, ଭାଲିଆ ଝର ଆଦି ଗ୍ରାମ ସମେତ ଅଧିକାଂଶ ଗ୍ରାମ ର ଶହ ଶହ ଚାଷୀ ଆଖୁ ଚାଷ କରୁଥିବା ବେଳେ କୃଷି ବିଭାଗର ଏ ପ୍ରକାର ଅଣଦେଖା ଯୋଗୁଁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ୨୦୧୭ ମସିହା ଅପ୍ରେଲ ୧୦ ତାରିଖରେ ୨୦୧୩ ମସିହା ଫାଇଲିନ ରେ କ୍ଷତିଗ୍ରସ୍ତ ଅର୍ଥ ମିଳିବା ଦାବିରେ ଶତାଧିକ ଆଖୁଚାଷୀ ବେଗୁନିଆପଡା ବ୍ଲକରେ ୨ ଦିନ ଧରି ଅହୋରାତ୍ର ଧାରଣା ଦେଇ ତୀବ୍ର ଆନ୍ଦୋଳନ ହୋଇଥିଲା। ଏହା ଏବେ ପୁନରାବୃତ୍ତି ହୋଇପାରେ ବୋଲି ଆଶଙ୍କା ଦେଖା ଦେଇଛି।ଯଦି ତୁରନ୍ତ ଏହି ଅର୍ଥ ନ ମିଳେ କିମ୍ବା ସଠିକ ପ୍ରୋତ୍ସାହନ ଚାଷୀଙ୍କୁ ନ ମିଳେ ତେବେଚାଷୀ ଆନ୍ଦୋଳନ ତୀବ୍ର କରିବେ ବୋଲି ଆଖୁ ଚାଷୀ ବଳରାମ ସ୍ୱାଇଁ, କିଶୋର ମେହେଣା, ନିରାକାର ଜେନା, ସଞ୍ଜୟ ଖଟୁଆ, ଶରତ ଜେନା,ରମେଶ ଦୋରା ଙ୍କ ସମେତ ବହୁ ଚାଷୀ ଚେତାବନୀ ଦେଇଛନ୍ତି।
More Stories
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ