ଗଞ୍ଜାମ: ( ଆମ ଓଡିଶା ଖବର) ଧରାକୋଟ ବ୍ଳକ ଅନ୍ତର୍ଗତ ଢଉଙ୍ଗା ପଞ୍ଚାୟତ ଢଉଙ୍ଗା ଗ୍ରାମ ଜାତୀୟ ରାଜପଥ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବାକେନ୍ଦ୍ର ରେ ଶୂନ୍ୟ ଏକାଉଣ୍ଟ୍ ଖୋଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ୍ କଲେଜ୍ ଛାତ୍ର ଛାତ୍ରୀ ମାନଙ୍କ ସହିତ ଗ୍ରାମବାସୀ ଙ୍କ ସୁବିଧା ନିମନ୍ତେ ଆମ ଅଞ୍ଚଳ ଆମ ବ୍ୟାଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଢଉଙ୍ଗା କିଓସ୍କି ବ୍ୟାଙ୍କ ଅଥବା ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବାକେନ୍ଦ୍ର ର ପରିଚାଳକ ସତ୍ୟବାନ ପଣ୍ଡା ଙ୍କ ତତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମ ତ୍ବରାନିତକରାଯାଇଥିଲା। ଆମ୍ ବ୍ୟାଙ୍କ ଆମ ଆମରି ଠାରେ କାର୍ଯ୍ୟକ୍ରମ କୁ ଆସିକା ଷ୍ଟେଟ୍ ବ୍ୟାଙ୍କ୍ ଆର.ବି. ଓ. ଏଫ. ଆଇ. ମ୍ୟାନେଜର ଶୁକାନ୍ତ ସାହୁ, ଆସିକା ମୂଖ୍ୟ ଶାଖା ଡି. ବି. ଏମ. ସିତାରକାନ୍ତ ବେହେରା,ଅକ୍ସିଜେନ ବି. ସି. ରାଜ୍ୟ ମୂଖ୍ୟ ଦିଲିପ କୁମାର ସାମଲ,ଅକ୍ସିଜେନ ବି. ସି. ଜିଲ୍ଲା କୋଡିନେଟର ମନୋଜ କୁମାର ପଣ୍ଡା ପ୍ରମୁଖ ବ୍ୟକ୍ତି ବିଶେଷ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ