ଗତ ୧୧ ଦିନରୁ ଅନ୍ଧାର ରେ ରାଜନପଣସ ଗୁଡା ଗ୍ରାମ ବାସୀଙ୍କ ଦ୍ଵାରା ରାସ୍ତା ଅବରୋଧ

ତାରିଖ ୨୬/୦୪/୨୫ କୋରାପୁଟ (ଆମ ଓଡିଶା ଖବର)କୋରାପୁଟ ଜିଲ୍ଲା ଲଷ୍ମୀପୂର ବ୍ଲକ ଓଡ଼ିଆ ପେଣ୍ଟ ପଞ୍ଚାୟତ ଅନ୍ତର୍ଗତ ରାଜନପଣସ ଗୁଡା ଗ୍ରାମରେ ବିଜୁଳିକୁ ନେଇ ଏକ  ଅଭାବନୀୟ ଘଟଣା ଘଟିଛି । ଗ୍ରାମ ରେ ପାଖା ପାଖି ୧୮୦/୨୦୦ ପରିବାର ବସ ବାସ କରନ୍ତି । ଉକ୍ତ ଗ୍ରାମର ଲୋକ ଦୀର୍ଘ ୧୧ ଦିନ ବିତିଲାଣି ଅନ୍ଧାରରେ ରାତି କାଟୁଛନ୍ତି  କାରଣ ଏହି ଗ୍ରାମକୁ ସଂଯୋଗ ହୋଇଥିବା ବିଦ୍ୟୁତ କୌଣସି କାରଣ ବଶତଃ ବିଚ୍ୟୁତ ହୋଇଯାଇଛି ଯାହାଫଳରେ ଗ୍ରାମରେ ଅତି ନିତାନ୍ତ ଆବଶ୍ୟକ ପାଣିର ଘୋର ସମସ୍ୟା ଦେଖାଦେଇଛି,  ପାଣି ପାଇଁ କଲବଲ ହୋଇ ଲୋକେ ବିଲ, ଝରଣା ଉପରେ ନିର୍ଭର କରୁଛନ୍ତି ଯେଉଁ ଅପରିଷ୍କାର ପାଣି ପିଇ ରୋଗ ହେବାର ଆଶଙ୍କା ରହିଛି । ଗ୍ରୀଷ୍ମ ଛୁଟି ଯୋଗୁଁ ପିଲାମାନେ ଅନଲାଇନରେ ପାଠ ପଢ଼ିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ପିଲାମାନେ ଅନଲାଇନ୍ ପାଠତ ଦୂରର କଥା ବିଦ୍ୟୁତ୍ ନଥିବା ଯୋଗୁଁ ସନ୍ଧ୍ୟା ଓ ରାତ୍ରୀକାଳୀନ ପାଠ ପଢାରୁ ମଧ୍ୟ ନିବୃତ ରହିଛନ୍ତି। ଆଜିକାଲିର ଆଧୁନିକ ଦୁନିଆରେ ସମସ୍ତଙ୍କ ପାଇଁ ମୋବାଇଲ ଅପରିହାର୍ଯ୍ୟ ହୋଇପଡିଛି, ମୋବାଇଲ୍ ଅଛି କିନ୍ତୁ ବିଦ୍ୟୁତ୍ ନଥିବାରୁ ତାହା ମଧ୍ୟ ଅଚଳ ଅବସ୍ଥାରେ ରହିଛି ଯାହାଫଳରେ ଜରୁରୀ କାଳୀନ ପରିସ୍ଥିତିରେ ଯୋଗାଯୋଗର ସମସ୍ୟା ଉପୁଜିଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଦିନ ରାତିର ଅସହ୍ୟ ଗରମକୁ ସମ୍ଭାଳିବା ଭାରି କଷ୍ଟ ହେଉଛି ବଡ଼ ମାନେ ଏହି ତାତିକୁ ସମ୍ଭାଳିବା ଯେ କେତେ କଷ୍ଟ ଛୋଟ ଶିଶୁଙ୍କ କଥା ନକହିବା ଭଲ, ସେଇଥି ପାଇଁ ତ ଛୋଟ ଛୋଟ ଶିଶୁ ମାନେ ଶୋଇବା ଖାଇବାରେ ବାଧା ପ୍ରାପ୍ତ ହେଉଛନ୍ତି । ଏ ପ୍ରକାର  ବିଦ୍ୟୁତ ବିଛିନ୍ନ ହେବା ଫଳରେ ନାହିନଥିବା ଅସୁବିଧାର ସମ୍ମୁଖିନ ହୋଇ ଗ୍ରାମ ବାସୀ  ଆମେ ଆମ ମୌଳିକ ଅଧିକାର ରୁ ବଞ୍ଚିତ ହେଉଅଛି ବୋଲି ଲକ୍ଷ୍ମୀପୁର ବିଦ୍ୟୁତ ନିର୍ବାହ ଯନ୍ତ୍ରୀଙ୍କୁ ଲିଖିତ ଦରଖାସ୍ତ ପ୍ରଦାନ କରିଛନ୍ତି । ଦରଖାସ୍ତ ମାଧ୍ୟମରେ ଉପୋରକ୍ତ ବିଷୟ ଗୁଡ଼ିକ ଉଲ୍ଲେଖ କରି ଯଥାଶୀଘ୍ର ଏହାର ସମାଧାନ ନହେଲେ ଉପରିସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହେବାର ଚେତାବନୀ ଦେଇଥିଲେ, କୌଣସି ସୁଫଳ ନମିଳିବାରୁ ନିର୍ବାହ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ନଥିବା ମତ ପ୍ରକାଶ କରି ଆଜି ବାଧ୍ୟ ହୋଇ ଗ୍ରାମର ଛୋଟ ବଡ଼ ସମସ୍ତେ ମିସି ଲଷ୍ମୀପୂର ରୁ ଟିକିରି ଯିବା ମୁଖ୍ୟ ରାସ୍ତା କୁ ଅବରୋଧ କରିଥିବା ଦେଖିବାକୁ ମିଳୁଛି ଯୋଦ୍ଵାରା ବହୁତ ଜରୁରୀ କାର୍ଯ୍ୟରେ ଯାତାୟାତ କରୁଥିବା ଯାତ୍ରୀ ସମସ୍ୟାର ସୁମୁଖୀନ ହେବା ଦେଖିବାକୁ ମିଳୁଛି, ଗ୍ରାମ ବାସୀ ଙ୍କ କହିବା କଥା ସରକାର ଗ୍ରୀଷ୍ମ ପ୍ରବାହରେ ବିଦ୍ୟୁତ କାଟ କରାନଯିବା ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ଆଜି ୧୧ ଦିନ ହେଲାଣି କ’ଣ ପାଇଁ ଆମ ଗ୍ରାମରେ ବିଦ୍ୟୁତ ନାହିଁ ଏହି ପ୍ରକାର ପ୍ରଶ୍ନ କରିଛନ୍ତି ଗ୍ରାମବାସୀ , ଆଜି ସନ୍ଧ୍ୟା ସୁଦ୍ଧା ଯଦି ବିଦ୍ୟୁତ ସମସ୍ୟା ଦୂର ନ ହୁଏ ତାହା ହେଲେ ଆମେ ଉପରିସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହେବୁ ବୋଲି କହିବା ସହ ତୁରନ୍ତ ଆମ ଗ୍ରାମରେ ବିଦ୍ୟୁତ ସମସ୍ୟା ଦୂର କରିବାକୁ ନିବେଦନ କରିଛନ୍ତି କିନ୍ତୁ ଦେଖିବାକୁ ବାକି ରହିଲା ବିଦ୍ୟୁତ ଅଧିକାରୀ ବାବୁ ମାନେ କେତେ ତତ୍ତ୍ୱର ସହ ନିଜ ଦାୟିତ୍ୱ ତୁଲାଇବେ l

କୋରାପୁଟ ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର ।

error: Content is protected !!