କୋରାପୁଟ, ଦଶମନ୍ତପୁର (ଆମ ଓଡିଶା ଖବର ) ତାରିଖ ୩୦/୦୫/୨୦୨୫
ମଦ ହେଉଛି ମହା ବିପଦ ଏ କଥା ଆଜି ପ୍ରମାଣିତ ହେଇଛି l ଚଳିତ ମାସ ୨୬ ତାରିଖ ଦିନ ଲୋକଙ୍କୁ ଏହି ମହା ବିପଦ ମଦ ରୁ ମୁକ୍ତି କରିବାକୁ ଚେଷ୍ଟା କରିଥିଲେ ଲଷ୍ମୀପୂର ନିର୍ବାଚନ ମଣ୍ଡଳୀ ର ଯୁବ ବିଧାୟକ ଶ୍ରୀଯୁକ୍ତ ପବିତ୍ର ସାଉଁନ୍ତା କିନ୍ତୁ ଏହି ସ୍ଵାଗତ ଯୋଗ୍ୟ ପଦକ୍ଷେପକୁ କେତେକ ନେତାଙ୍କୁ ବୋଧ ହୁଏ ହଜମ ହୋଇପାରିଲା ନାହିଁ । ବିଧାୟକଙ୍କ ଜନ ହିତକର ପଦକ୍ଷେପ ସଫଳ ହେବାର ଗୋଟିଏ ଦିନ ପୂର୍ବରୁ ବନ୍ଦ ହୋଇଥିବା ମଦ ଦୋକାନ ଖୋଲାଗଲା ଯାହା କି ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଆଚମ୍ବିତ କରିଛି । ଜନତାଙ୍କ କହିବାନୁସାରେ ବିଧାୟକ ମହାଶୟ ଏକ ଉଚିତ୍ ପଦକ୍ଷେପ ନେଉଥିବାବେଳେ ତାଙ୍କୁ କିଛି ନେତା ବିଭିନ୍ନ ଅସଙ୍ଗତ କଟୁ ଶବ୍ଦ ପ୍ରୟୋଗ କରି କହିବାର କାରଣ ଏବଂ ପ୍ରଶାସନ ଗୋଟିଏ ଦିନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେବା କେଉଁ ପ୍ରକାର ସୁଶାସନ, ଏହା ନୀରିହ ଲୋକଙ୍କୁ ମୃତ୍ୟୁ ମୁଖରେ ଠେଲିବା ଭଳି ଶାସନ କି ବୋଲି ଚର୍ଚ୍ଚା କରୁଛନ୍ତି। ଆଜି ଏହି ମଦ ଦୁର୍ଦ୍ଦଶାର କବଳରୁ ବଞ୍ଚି ପାରି ନଥିବା ନୋମୁନା କୋରାପୁଟ ଜିଲ୍ଲା ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମ ଠାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ହଁ ଆଜ୍ଞା ଆମେ କହୁଛୁ ମଦ କଥା ଆଜି ସେହି ନିମ୍ନ ମାନ ର ମଦ ପିଇ ନରେଶ ବେନ୍ୟା ନାମକ (୪୬) ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ତାହା ଗ୍ରାମ ବାସୀଙ୍କ ସହିତ ଅଞ୍ଚଳ ର ସମସ୍ତ ଙ୍କୁ କ୍ଷୁବ୍ଧ କରିଛି । ବହୁ ଥର ମଦ ସମ୍ପୂର୍ଣ୍ଣ ଭାବେ ଵନ୍ଦ କରିବା ପାଇଁ ପ୍ରଶାସନ ଓ ସେଇ ସମୟ ର ପ୍ରତିନିଧି ମାନଙ୍କୁ ବାରମ୍ବାର ଜଣାଇ ଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ କିନ୍ତୁ ପ୍ରଶାସନ ର ନୀରିବ ରହିବା ଦ୍ଵାରା ଆମ ଗ୍ରାମ ରେ ପାଖା ପାଖି ୩୫% ଲୋକ ୪୦ ରୁ ୫୦ ବର୍ଷ ମଧ୍ୟ୍ୟରେ ହିଁ ମୃତ୍ୟୁ କରୁଥିବା ସହିତ ଅଳ୍ପ ବୟସ ରେ ସ୍ତ୍ରୀ ମାନେ ବିଧବା ଓ ପିଲାଛୁଆ ମାନେ ବାପା ଛେଉଣ୍ଡ ହେଉଥିବା ଅଭିଯୋଗ କରିଛନ୍ତି ଏହା ଅତ୍ୟନ୍ତ ଦୁଃଖ ର ବିଷୟ ଅଟେ ତଥାପି କିଛି ନେତା ମାନେ ମଦ ବିକିବାକୁ ପ୍ରୋତ୍ସାହିତ କିରୁଛନ୍ତି ଯୋଉଟା କି ଜନ ସାଧାରଣ ଙ୍କୁ ଚକିତ କରୁଛି l କିନ୍ତୁ ଏହାର ହିସାବ ନିଶ୍ଚିତ ଭାବେ ସମୟ ଆସିଲେ ଉଚିତ୍ ଜବାବ ଦେବାକୁ ସବୁ ଗ୍ରାମ ରେ କଥା ବାର୍ତା ହେଉଥିବା ଦେଖିବାକୁ ମିଳୁଛି l ଆଗକୁ କଣ ହେଉଛି ତାହା ସମୟ ହିଁ କହିବ l
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
ମାଟି ଅତଡା ଖୋସି ରାଉଲକେଲା ଓ ହୀରାଖଣ୍ଡ ଟ୍ରେନ ବାତିଲ, ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତୀଲା ରାଉଲକେଲା ଟ୍ରେନ
କଂଗ୍ରେସ ଦଳର ଆସନ୍ତା ୨୯ ତାରିଖ ପାଇଁ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ
ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ – କୁସୁମଗୁଡା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ