କୋଦଳା, (ଆମ ଓଡିଶା ଖବର): ବ୍ୟାଟେରୀ ଚାଳିତ ଗାଡିରେ ବାହାଘର ମ୍ୟୁଜିକ ସହିତ ବର ବାହାରିଥିଲେ ଉପ କାରାଗାରରୁ | ପୁଅ କୁ ବାଟ ବରଣ କରିବା ପାଈଁ ବାହାରେ ଅପେକ୍ଷା କରିଥିଲେ କନ୍ୟା ପକ୍ଷ | ଶଙ୍ଖ ଧ୍ୟନି ସହିତ ହୁଳହୁଳି ଶବ୍ଦରେ ଜେଲ ପରିସର କିଛି ସମୟ ପାଈଁ ବିବାହ ମଣ୍ଡପ ପାଲଟି ଯାଇଥିଲା | ଉଭୟ ପକ୍ଷ ଖୁସି ଖୁସିରେ ଯୁବକ ଯୁବତୀଙ୍କୁ ବାହା ବେଦୀରେ ବସାଇଥିଲେ | ସମସ୍ତ କାର୍ଯ୍ୟ ବୈଦିକ ରୀତିନୀତି ଅନୁସାରେ ହୋଇଥିଲା | ଆଜ୍ଞା ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଉପ କାରାଗାର ପରିସରରେ ଥିବା ବୀର ହନୁମାନଙ୍କ ମନ୍ଦିରରେ | ଯେଉଁ ଯୁବତୀଙ୍କ ପାଈଁ ଦିନେ ହାତରେ ହାତକଡ଼ି ପଡିଥିଲା ଶେଷରେ ସେଇ ହାତରେ ପଡିଲା ହାତ ଗଣ୍ଠି | ଯେଉଁ ଯୁବତୀଙ୍କ ପାଈଁ ଯୁବକଙ୍କୁ ଜେଲ ଯିବାକୁ ପଡିଥିଲା ସେଇ ଯୁବତୀ ହେଲେ ସାତ ଜନମର ସାଥି | ବ୍ର|ହ୍ମଣ ମନ୍ତ୍ରରେ ବିବାହ ବନ୍ଧନରେ ବାନ୍ଧି ହେଲେ ବିଚରାଧୀନ କଏଦୀ ଓ ପୀଡିତା | ବିନା ବାଜା, ବାଣ ରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା | ସୂଚନା ଅନୁଯାୟୀ ଗତ ନଭେମ୍ବର ମାସରେ ପୋଲସରା ଥାନା ଅନ୍ତର୍ଗତ ଗୋଛାବାଡ଼ି ଗ୍ରାମର ଭାସ୍କର ବେହେରଙ୍କ ପୁଅ ସୂର୍ଯକାନ୍ତ ବେହେରା(28) ପୋଲସରା ପାଟଣା ସାହି ର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲରେ ବିଚରାଧୀନ କଏଦୀ ଭାବେ ବନ୍ଦୀ ହୋଇ ରହିଥିଲେ | କିନ୍ତୁ ଏହି ଦଣ୍ଡାଦେଶ ସତେ ଯେମିତି ଉଭୟ ପକ୍ଷକୁ ହତାଦର କରିଥିଲା | ଯାହା ଫଳରେ ଉଭୟ ପକ୍ଷର ସହମତି କ୍ରମେ କୋର୍ଟ ରେ ସତ୍ୟ ପାଠ ଦେଇଥିଲେ | ଫଳରେ ଉଭୟ ପକ୍ଷ ର ସମ୍ପୂର୍ଣ୍ଣ ସହମତିରେ ଏହି ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | କୋଦଳା ଜେଲ ସୁପେରଟେଣ୍ଡେଣ୍ଟ ତରଣୀ ସେନ ଦେଉରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ବାହାଘର ସମ୍ପନ୍ନ ହୋଇଥିବା ବେଳେ ଏମିତି ଘଟଣା ନିହାତି ବିରଳ ଏଵଂ ଏହି ବାହାଘର ସମାଜ ପାଈଁ ଅନେକ କିଛି ଶିକ୍ଷା ଦେଉଛି ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ଶ୍ରୀ ଦେଉରୀ | ମୁଦାଲା ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଫୁଲ ମିଶ୍ର ଯୋଗଦେଇ ବର, କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ | ଏହି ସମୟରେ ଆଇନଜୀବୀ ନୀଳମଣି ପଣ୍ଡା, ସବ ଜେଲର ବିରଞ୍ଚି ସାମଲ ଙ୍କ ସମେତ ଜେଲ କର୍ମଚାରୀ ଉପସ୍ଥିତ ଥିଲେ | ବାହାଘର ପରେ ନବ ବିବାହିତ ଯୁବକ ଜଣଙ୍କ ପୁଣି ଜେଲ ଭିତରକୁ ଚାଲି ଯାଇଥିଲେ | ତେବେ ଉକ୍ତ ବାହାଘରେ ଉଭୟ ପକ୍ଷ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା |
ରିପୋର୍ଟ :ଦେବାଶିଷ ମହାରଣା
More Stories
ବି.ନୁଆଁପଲ୍ଲୀରେ ଜଣେ ଯୁବକଙ୍କୁ ହତ୍ୟା!
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ