ତାରିଖ ୨୯/୦୪/୨୦୨୫ (ଆମ ଓଡିଶା ଖବର)
କୋରାପୁଟ ଜିଲ୍ଲା ଲଷ୍ମୀପୂର ବ୍ଲକ କୁସୁମଗୁଡା ପଞ୍ଚାୟତ ଅନ୍ତର୍ଗତ ବିରିଯୋଡି ଗ୍ରାମରେ ସରକାରଙ୍କ ଦ୍ୱାରା “ବସୁଧା” ଯୋଜନାରେ ପାଣି ଟାଙ୍କି ନିର୍ମାଣ ହୋଇଛି । ପାଣି ଟାଙ୍କି କାର୍ଯ୍ୟ ସମାପ୍ତ ହେଲାପରେ ଗ୍ରାମାରେ ବାସ କରୁଥିବା ପାଖା ପାଖି ୧୦୦ ପରିବାର ବହୁତ ଖୁସି ଅନୁଭବ କରୁଥିଲେ କାରଣ ସେମାନଙ୍କୁ ସରକାରଙ୍କ ଏହି ଯୋଜନାରେ ନିର୍ମାଣ ହୋଇଥିବା ପାଣି ଟାଙ୍କି ସମସ୍ତଙ୍କ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବ ଯାହା ଫଳରେ ସେମାନେ ପାଣି ପାଇଁ ଯେଉଁ କଲବଲ ହେଉଥିଲେ ସେଥିରୁ ମୁକ୍ତି ପାଇବେ। ନିରୀହଜନସାଧାରଣଙ୍କୁ ୨୦୨୧ ମସିହାରେ ନିର୍ମିତ ହୋଇଥିବା ଏହି ପାଣି ଟାଙ୍କି ସରକାରଙ୍କ ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳ ମଧ୍ୟ ହୋଇଥିଲା ସେମାନଙ୍କ କହିବାନୁସାରେ ଗତ ଦୁଇ ମାସରୁ ଅଧିକ ଦିନ ହେଲାଣି ବୁନ୍ଦାଏ ପାଣି ଉକ୍ତ ଟାଙ୍କିରୁ ଜଗାଣ ହୋଇପାରୁ ନାହିଁ। ନାଳ ବିଲରୁ ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଛୋଟ ଶିଶୁ ମାନଙ୍କ ରୋଗ ପ୍ରତିରୋଧ ଶକ୍ତି କମ୍ ଥିବାରୁ ସେମାନେ ଡାଇରିଆର ଶିକାର ହେବା କଥା ଏଡ଼ାଇ ଦିଆନଯାଇ ପାରେ। ପାଞ୍ଚ କି.ମି. ଦୂରରେ ଥିବା ଏକ ନାଳରେ ଲୁଗା କାଚିବା, ବାସନ ଧୋଇବା, ଗାଧୋଇବା ଇତ୍ୟାଦି ନିତ୍ୟ କାର୍ଯ୍ୟ କରୁବାକୁ ପଡୁଛି । ସରକାରଙ୍କ ଦ୍ୱାରା ମୌଳିକ ସୁବିଧାରୁ କେତେ ଦିନ ବଞ୍ଚିତ ହୋଇ ରହିବୁ ବୋଲି ଦୁଃଖର ସହ ଏହି ପାହାଡ ସନ୍ଦି ଗ୍ରାମର ମହିଳା ମାନେ କହୁଛନ୍ତି। ସରକାର କେବଳ ସହର ବାସୀଙ୍କ ପାଇଁ କି ବୋଲି ପ୍ରଶ୍ନ କରୁଛନ୍ତି ହେଲେ ଏ ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଜଣା ଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ନୀରବ କାରଣ ଗ୍ରାମ ବାସୀ ପଞ୍ଚାୟତ ଅଧିକାରୀଙ୍କ ଠାରୁ ବ୍ଲକ୍ ଅଧିକାରୀଙ୍କ ଦ୍ବାରସ୍ଥ ହେଲେଣି ତଥାପି ଏମାନଙ୍କ କଥା ଶୁଣିଛି କିଏ? ଏ କଥା ଆମେ କହୁନୁ ଆଜ୍ଞା ନୀରିହ ଗ୍ରାମବାସୀ କହୁଛନ୍ତି ଏକଥା ମଧ୍ୟ ସେମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି କି ଏହାର ତୁରନ୍ତ ସମାଧନ ନହୁଏ ତା ହେଲେ ରାଜରାସ୍ତା ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରଉ କରିବାକୁ ।
ଦେଖାଯାଉ ବିରିଯୋଡ଼ି ଗ୍ରାମ ପାଇଁ ଜଳ ଯୋଗାଣ ଦାୟିତ୍ୱରେ ଥିବା ଅଧିକାରୀ ମାନେ କେବେ ନିଦରୁ ଉଠୁଛନ୍ତି।
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
କଂଗ୍ରେସ ଦଳର ଆସନ୍ତା ୨୯ ତାରିଖ ପାଇଁ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ
ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ – କୁସୁମଗୁଡା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ
ଜୟପୁର ପାଇଁ ଅତି ଦୁଃଖର ଖବର