ରାୟଗଡା ଜିଲ୍ଲା (ଆମ ଓଡିଶା ଖବର):-
ରାମନାଗୁଡା:-୩୦-୦୬-୨୦୨୫- ଆଦିବାସୀ ସଂଘର୍ଷ ମୋର୍ଚା ତରଫରୁ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ର ଲାଉଗୁଡ଼ା ଗାଁ ରେ ଆଦିବାସୀ ମାନଙ୍କ ଦଖଲରେ ଥିବା ଜଗଂଲ ଜମି ପଟ୍ଟା ପ୍ରଦାନ କରିବା ନେଇ ଆଲୋଚନା କରାଯାଇଛି। ରାୟଗଡା ଜିଲ୍ଲା ର ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୋଗୁପାଡୁ ପଞ୍ଚାୟତ ଅଧୀନରେ ଥିବା ଲାଉଗୁଡ଼ା ଗାଁ ଏକ ଆଦିବାସୀ ଅଧ୍ୟୁଷିତ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ପାର୍ବତୀପୁର ଜିଲ୍ଲା ଅବସ୍ଥିତ l ଲାଉଗୁଡ଼ା ଗାଁ ପାହାଡ଼ ପର୍ବତ ନିକଟ ଓଡିଶା ରେ ୨୦ ରୁ ଉର୍ଦ୍ଧ ସୈରା ସମ୍ପ୍ରଦାୟର ପରିବାର ବସବାସ କରି ଆସୁଛନ୍ତି । ସମ୍ଭିଧାନ ର ୫ମ ଅନୁଛେଦ ଅନୁଯାୟୀ ଆଦିକାଳରୁ ଆଦିବାସୀ ମାନେ ରହୁଥିବା ଯାଗା ରେ ରହିଥିବା ଜଗଂଲ ଜମି ପାଇବାର ଅଧିକାର ଅଛି କିନ୍ତୁ ଆଦିବାସୀ ମାନଙ୍କୁ ସରକାର ଠକି ଦେଇଛନ୍ତି। ଆଦିବାସୀ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ର ଅଣ ଆଦିବାସୀ ମାନଙ୍କୁ ସରକାର ସୁଯୋଗ ଦେଉଛି ଯାହା ଫଳରେ ଆଦିବାସୀ ଜଗଂଲ ଜମି ର ଅଧିକାର ପାଇ ପାରୁନାହାନ୍ତି l ଆଦିବାସୀ ମାନଙ୍କୁ ଜଗଂଲ ଅଧିକାର ନ ଦେଇ ଧନୀ ପୁଞ୍ଜିପତି କର୍ପୋରେଟ ମାନକୁଂ ଦେବା ର ବ୍ୟବସ୍ଥା କରିଛନ୍ତି l ଆଦିବାସୀ ଅଞ୍ଚଳରେ ଆଦିବାସୀ ମାନଙ୍କୁ ଅଣ-ଆଦିବାସୀ ମାନଙ୍କ ଜମି ଥିଲେ ପଟା ରଦ୍ଧ କରିବା ଓ ଆଦିବାସୀ ମାନଙ୍କ ଜଗଂଲ ଅଧିକାର ନେଇ ସରକାର ଓ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ଆଦିବାସୀ ସଂଘର୍ଷ ମୋର୍ଚା ର ସର୍ବ ଭାରତୀୟ ନେତା ତ୍ରିପତି ଗମାଙ୍ଗ ଦାବି କରିଛନ୍ତି। ଏହି ସଭାରେ ଶରତ ଶବର, ଇଣ୍ଡିମ ଶବର,କସ୍ତୁରୀ ଶବର, ଭାରତି ଶବର, କୁଶନ ବିଡିକା, ଗଣେଶ ଶବର, ତନମୟ ଶବର, ଅଭି ଶବର, ସୁରେଷ ଶବର, ରାମେଶ୍ବର ଶବର, ରାମଦସ ନିମାଲା, ଜଗଦୀଶ ମାଣ୍ଡାଗିଂ ପ୍ରମୁଖ ଉପସ୍ଥିତ ଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.
ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା–୨୦୨୬ ପାଇଁ ଜିଲ୍ଲାସ୍ତରୀୟ ପୂର୍ବ ପ୍ରସ୍ତୁତି ବୈଠକ।
ଓସଡ଼ାମା ମୁଖ୍ୟ ପରିଚାଳକଙ୍କ ବାତ୍ୟା ଆଶ୍ରୟସ୍ଥଳୀ ଗସ୍ତ।