କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର )ତାରିଖ ୩୦/୦୪/୨୦୨୫.ନାରାୟଣପାଟଣା ବ୍ଲକରେ ପ୍ରାକୃତିକ ଦୁର୍ବିପାକ ଥମିବାର ନାଁ ନେଉ ନାହିଁ । ଆଜି ନଙ୍ଗଲବେଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫୁଲବାଡି ଗ୍ରାମରେ ମଧ୍ୟ କାଳବୈଶାଖୀ ଅସହାୟ ନୀରିହ ଲୋକଙ୍କ ଜୀବିକାର ସହାୟ ହେଉଥିବା ନୀରିହ ପ୍ରାଣୀଙ୍କ ଜୀବନ ନେଇଛି । ରାତ୍ରର ବିଜୁଳି ଘୋଡ ଘୋଡ଼ି ସାଙ୍ଗକୁ ନିଗାଡ଼ ବର୍ଷା ପୁଣି ଭୟଙ୍କର ବଜ୍ରାଘାତରେ ୧୧ ଗୋଟି ଗାଈ ମୃତ୍ୟୁର ଶିକାର ହୋଇଛନ୍ତି, ଗୋପାଳକ ମାନେ ଭାଙ୍ଗି ପଡିଥିବା ସହିତ ଗାଈ ହିଁ ଆମର ସବୁ କିଛି ଗାଈ ଥିଲେ ହିଁ ଆମେ ଚାଷ କରି ପରିବାର ଭୋରଣ ପୋଷଣ କରୁଛୁ ଏବେ ଆମେ କେମିତି କରିବୁ କହି ମୁଣ୍ଡରେ ହାତ ଦେଇ ଦୁଃଖର ସହି କାନ୍ଦୁଥିବା ଦେଖିବାକୁ ମିଳୁଛି ଫୁଲବାଡି ଗ୍ରାମ ରେ l ଏ ପ୍ରକାର ପରିସ୍ଥିତି ହେବା ଦ୍ଵାରା ଗ୍ରାମରେ ପ୍ରାୟ ସମସ୍ତ ଚାଷୀ ଭାଇଙ୍କ ମାନେ ଶୋକ ପ୍ରକାଶ କରିଛନ୍ତି l ସରକାରଙ୍କ ବଜ୍ରାଘାତରେ ମୃତ୍ୟୁ ପ୍ରାଣୀ ମାନଙ୍କ ପାଇଁ ସ୍ଥିରୀକୃତ ହେଇଥିବା ସହାୟତା ରାଶିକୁ ଉପଯୁକ୍ତ ମାଲିକ ମାନେ ପାଇ ପାରିବେ କି ନାହିଁ ଦେଖିବାକୁ ବାକି ରହିଲା ।
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର ।


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।