ଗଞ୍ଜାମ ଜିଲ୍ଲା (ଆମ ଓଡିଶା ଖବର )ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଧିନସ୍ଥ ହାତୀଓଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରମଦେଇପୁର ଶାସନ ଗ୍ରାମ ୨୯୨ ତମ ଶାସନ ପ୍ରତିଷ୍ଠା ଦିବସ ପାଳନ ଅପ୍ରେଲ ୨୭ ତାରିଖ ରବିବାର ଦିନ ଯଥାବିଧି ଅନୁସାରେ ପାଳିତ ହୋଇଯାଇଛି। ଇତ୍ୟବସରରେ ଗ୍ରାମାଧୀଷ୍ଠିତ ଦେବ ଶ୍ରୀଶ୍ରୀ ଗୋପିନାଥ ସ୍ବାମୀଙ୍କ ପିଠେ ଏକ ଲକ୍ଷ ଏକଶହ ଆଠ ତୁଳସୀ ଓ ମା ବିମଳାଙ୍କ ପିଠେ ଏକ ଲକ୍ଷ ଏକ ଶହ ଆଠ ବିଲ୍ବାର୍ପଣ ସହିତ ପୂଜା ହୋମ,ବ୍ରାହ୍ମଣ ଭୋଜନ ଓ ପ୍ରସାଦ ସେବନର ବ୍ୟବସ୍ଥା ହେଇଥିଲା। ଉକ୍ତ ଉତ୍ସବରେ ପୁର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଓ ହାତୀଓଟ ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସର୍ବଶ୍ରୀ ମୁରଲୀ ଧର ନନ୍ଦ,ଦୁର୍ଗା ଚରଣ ନନ୍ଦ,ତ୍ରିପୁରାରୀ ହୋତା,ପୂର୍ଣ୍ଣଚନ୍ଦ୍ର ନନ୍ଦ,ରାଜେନ୍ଦ୍ର ନନ୍ଦ,ମିଥୁନ ନନ୍ଦ,ପାଣ୍ଡବ ନନ୍ଦ,କାହ୍ନୁଚରଣ ମହାପାତ୍ର,ଲିଟୁ ମହାପାତ୍ର,ଶିବଶଙ୍କର ମହାପାତ୍ର,ରବୀନ୍ଦ୍ର କୁମାର ମହପାତ୍ର,କୁମୁଦ ଚନ୍ଦ୍ର ଦାଶ,ତାରାପ୍ରସାଦ ଦାଶ,ଶିବରାମ ଦେବତା,ବିପିନ କୁମାର ମହାପାତ୍ର,ପ୍ରମୋଦ କୁମାର ମିଶ୍ର,ବଳଭଦ୍ର ନନ୍ଦଙ୍କ ସମେତ ସମସ୍ତ ଗ୍ରାମ ପରିଚାଳନା କମିଟି ଓ ଗ୍ରାମ ବାସୀ ଉପସ୍ଥିତ ରହିଥିବା ବେଳେ ଭକ୍ତିପୂର୍ଣ୍ଣ ଭାବାବେଗ ଆନନ୍ଦ ଉଲ୍ଲାସର ସହିତ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିବା ଜଣାଯାଇଛି।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ
More Stories
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ
ଜୀବନକୁ ହଁ ନିଶାକୁ ନାଁ କାର୍ଯ୍ୟକ୍ରମ