ସୂଚନା ଫଳକରେ ଅଟକଳ ପରିମାଣ ନାହିଁ, ତରବରିଆ ଭାବେ ପକାଯାଉଛି ପିଚୁ, ସଠିକ ଢଙ୍ଗରେ କାମ ହେଉନଥିବା ଅଭିଯୋଗ
ବେଗୁନିଆପଡା:-(ଆମ ଓଡିଶା ଖବର): କ୍ଷୁଦ୍ର ଜଳସେଚନ ବିଭାଗ ବେଗୁନିଆପଡା ପକ୍ଷରୁ ଏହି ବ୍ଲକ ଅନ୍ତର୍ଗତ ବଡ଼ ଖଇରଖମା ପଞ୍ଚାୟତର ଶ୍ରଦ୍ଧ।ପୁର ଠାରୁ ବଡରାଉଳ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡିଛି । ୨ କିମି ରାସ୍ତା କାର୍ଯ୍ୟ ପାଇଁ ୭୦ ଲକ୍ଷ ୩୨ ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ ଏହି ରାସ୍ତା ଉପରେ ୩ ଟି ସ୍ତର ପଡିବା କଥା । କିନ୍ତୁ ଉକ୍ତ ଠିକାଦାର ନାଲି ମୋରମ ସ୍ତର ପରେ ବଡ ମେଣ୍ଟାଲ ପକାଇ ଦେଇ ତା ଉପରେ ନାମକୁ ମାତ୍ର ଗୋଡି ବିଛାଇ ପିଚୁ ପକାଉଥିବା ଦେଖିବାକୁ ମିଳିଛି । ପ୍ରଥମେ ଇମ୍ୟୁଲସନ, ପରେ ପ୍ରି ମିକ୍ସ କର୍ପେଟ,ତା ଉପରେ ଵଜୂରୀ ପକାଇ ପିଚୁ ପକାଇବା କଥା କିନ୍ତୁ ଏହା ସଠିକ ଭାବରେ ନ ହୋଇ ମନ ଇଛା ପିଚୁ ପକାଇ କାମ ସାରିବାକୁ ମସୁଧା କରାଯାଉଛି । ସେପଟେ ଯେଉଁ ସୂଚନା ଫଳକ ନିର୍ମାଣ ହୋଇଛି ସେଥିରେ ଅନୁଦାନ ସମ୍ପର୍କିତ ଓ ନିର୍ମାଣ ସ୍ତର ସମ୍ପର୍କରେ କୌଣସି ତଥ୍ୟ ନାହିଁ ଯାହା ଫଳରେ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗରୁ ଏହି ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସି ବାଟ ମାରଣା ହୋଇଥିବା ବେଳେ ଏବେ ପୁଣି ଏହି କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ବିଭାଗୀୟ ଅଧିକାରୀ ଏହି ସ୍ଥାନକୁ କାଁ ଭାଁ ଆସି ଚାଲିଯାଉଥିବା ବେଳେ ଏହା ଜନବସତି ଠାରୁ ଦୂର ହୋଇଥିବା ଯୋଗୁଁ କାର୍ଯ୍ୟରେ ଯଥେଷ୍ଟ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ବିଭାଗିୟ ଯନ୍ତ୍ରୀ ଏବଂ ଠିକାଦାର ଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ସମ୍ଭବପର ହୋଇପାରି ନାହିଁ । ଅନ୍ୟପଟେ ବର୍ଷା ହେଲେ ରାସ୍ତା ପାର୍ଶ୍ଵ ଧୋଇ ହୋଇ ଯାଉଥିବାରୁ ଏହି ରସ୍ତା କାର୍ଯ୍ୟର ସ୍ଥାୟୀତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ତେବେ ବିଭାଗୀୟ କର୍ତୃପକ୍ଷ ତୁରନ୍ତ ଏହି କାର୍ଯ୍ୟର ତଦାରଖ କରି ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଆଲୋଚନା ହେଉଛି |
ରିପୋର୍ଟ :ଦେବାଶିଷ ମହାରଣା
More Stories
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ
ଜୀବନକୁ ହଁ ନିଶାକୁ ନାଁ କାର୍ଯ୍ୟକ୍ରମ
ବେଗୁନିଆପଡା ପୋଲିସ ଦ୍ୱାରା ହୋମିଓ ମେଡିସିନ ସ୍ପିରିଟ ଜବତ