ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଯୋଜନା(ସହରୀ)-୨.୦” ସ୍ଵତନ୍ତ୍ର ସଚେତନତା ଶିବିର ଉଦ୍ ଘାଟିତ
ରାୟଗଡ:-ତ. ୨/୦୫- ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ରାୟଗଡା ପୌରପରିଷଦ ଆନୁକୁଲ୍ଯରେ ପୌର ପରିଷଦ ସଭା ଗୃହରେ ୦୨ ମେ ୨୦୨୫ରିଖ ଦିବା ୯ ଘଟିକା ୩୦ ମିନିଟ ସମୟରେ “ପ୍ରଧାନମନ୍ତ୍ରୀ ଆବସ ଯୋଜନା (ସହରୀ)-୨.୦” ସ୍ଵତନ୍ତ୍ର ସଚେତନତା ଅଭିଯାନ ଶିବିର ଉଦଘାଟିତ ହୋଇଯାଇଅଛି । ଦେଶର ସହରାଞ୍ଚଳରେ ବାସ କରୁଥିବା ସମସ୍ତ ଯୋଗ୍ୟ ଆର୍ଥିକ ଅନଗ୍ରସର ଏବଂ ନିମ୍ନ ଆୟ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ସେମାନଙ୍କ ମୁଣ୍ଡ ଉପରେ ପକା ଛାତ ଗଢିତୋଳିବା ଏହି ଯୋଜାନାର ମୂଳ ଲକ୍ଷ ଅଟେ । ଏହି ସଚେତନତା ଶିବିର ରାୟଗଡ଼ ପୌରପରିଷଦର ସମସ୍ତ ୨୪ ଗୋଟି ୱାର୍ଡର ଜନସାଧାରଣଙ୍କ ନିମନ୍ତେ ପର୍ଯ୍ୟାୟ କ୍ରମେ ୧ ମେ ୨୦୨୫ ଠାରୁ ୧୫ ମେ ୨୦୨୫ ମଧରେ ଆୟୋଜନ କରାଯିବ ବୋଲି ପରିଷଦର ନିର୍ବାହୀ ଅଧିକାରୀ ମତବ୍ୟକ୍ତ କରିଥିଲେ । ଏହି ସଚେତନତା ଶିବିରରେ ରାୟଗଡ଼ ପୌରପରିଷଦ ଅଧୀନରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ପାଇ ଉପକୃତ ହୋଇଥିବା ତଥା ନିଜର ଜୀବନ ଶୈଳୀକୁ ଉନ୍ନତ ମାନର କରିପାରିଥିବା ଜଣେ ସଫଳ ମହିଳା ହିତାଧିକାରୀ “ଚିନ୍ତାଡ଼ା ଭବାନୀ “ ୱାର୍ଡ ନ.୯ ର ଅଧିବାସୀଙ୍କୁ ପ୍ରକଳ୍ପ ନିର୍ଦେଶକ, ଜିଲା ନଗର ଉନ୍ନୟନ ସଂସ୍ଥାଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଏହି ସଭାରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡ, ପରିଷଦର ଅଧକ୍ଷ ଶ୍ରୀ ପି ମହେଶ କୁମାର ପଟନାୟକ , ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର , ଉପାଧକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା , ସମସ୍ତ ପାରିଷଦ ବର୍ଗ, ଜିଲା ନଗର ଉନ୍ନୟନ ସଂସ୍ଥାର କର୍ମକର୍ତା, ପରିଷଦର ସମସ୍ତ କର୍ମଚାରୀ, ସମସ୍ତ ସ୍ବଚ୍ଛ ସାଥି, ସ୍ବଚ୍ଛ ସୁପରଭାଇଜର ତଥା ସାମାଜିକ ଗଣମାଧ୍ୟମର ପ୍ରତିନିଧୀମାନେ ଉପସ୍ଥିତ ଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ଗୁଣପୁର ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ପରିସରରେ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ।
୮୧ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ।
ଜିଲ୍ଲା ସ୍ତରୀୟ ଅନ୍ତଃ ବିଦ୍ୟାଳୟ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ।