ଗଞ୍ଜାମ ଜିଲ୍ଲା (ଆମ ଓଡିଶା ଖବର )ବେଗୁନିଆପଡା, (ଖବର):ଏହି ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତକୁ ନୋଡାଲ ପ୍ରେରଣା କେନ୍ଦ୍ର ଭାବେ ଚୟନ କରାଯାଇଛି | ସ୍ୱୟଂସିଦ୍ଧା ମହାସଙ୍ଘକୁ ଉକ୍ତ ନୋଡାଲ ପ୍ରେରଣା କେନ୍ଦ୍ର ଭାବେ ଚୟନ କରି ଉଦଘାଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡିଓ ସସ୍ମିତା ଶତପଥି ଭାବେ ଯୋଗ ଦେଇଥିଲା ବେଳେ ସନମାନିତ ଅତିଥି ଭାବେ ଖଣ୍ଡିଆନଈ ସରପଞ୍ଚ ପଙ୍କଜ ସେଠି, ବିପିଏମ ଜ୍ଞାନ ରଞ୍ଜନ ରାଉତ, ବିଏଲସି ଦେବରାଜ ବେହେରା, ଏଫଆଇସି ଦାସୁ ବାବୁ ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମକୁ ଏମବିକେ ସନ୍ତୋଷିନୀ ଗୌଡ଼, ସଭାନେତ୍ରୀ ବିଷ୍ଣୁପ୍ରିୟା ଭୂୟାଁ, ସମ୍ପାଦିକା ଝରଣା ରାୟ ଆୟୋଜନ କରିଥିଲେ | ଏହି କାର୍ଯ୍ୟକ୍ରମରେ 23 ଟି ପଞ୍ଚାୟତର 23 ଜଣ ଏମବିକେ, ସିଆରପି ଏବଂ ଖଣ୍ଡିଆନଈ ପଞ୍ଚାୟତର ସମସ୍ତ ଇସି ସଭ୍ୟା, ସିଆରପି ଙ୍କ ସମେତ ମିଶନଶକ୍ତି ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |
ନୋଡାଲ ପ୍ରେରଣା କେନ୍ଦ୍ର ଭାବେ ଖଣ୍ଡିଆନଈ ପଞ୍ଚାୟତ ଚୟନ

More Stories
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ
ଜୀବନକୁ ହଁ ନିଶାକୁ ନାଁ କାର୍ଯ୍ୟକ୍ରମ