ସ୍ବର୍ଗତ ନାୟକଙ୍କ ମୃତ୍ୟୁ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି :ତ୍ରିନାଥ ନାହାକ
ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ଗ୍ରାମର ବିଶିଷ୍ଠ ରାଜନେତା, ସମାଜସେବୀ ତଥା ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ବିଷ୍ଣୁ ପ୍ରସାଦ ନାୟକଙ୍କ ଦ୍ଵାଦଶାହ ଦିବସ ଉପଲକ୍ଷେ ସ୍ମୃତି ଉଧ୍ୟେଶ୍ୟରେ ଏକ ସ୍ମୃତି ସଭା ସ୍ଥାନୀୟ ବଲ୍ଳଭ ନାୟକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିନାଥ ନାହାକଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ମୃତି ସଭାରେ ସ୍ବର୍ଗତ ନାୟକଙ୍କ ଦୁଇ ସୁପୁତ୍ର ଦେବାଶିଷ ନାୟକ, ଅଭିଷେକ ନାୟକଙ୍କ ସମେତ ଆଖପାଖ ତଥା ବେଗୁନିଆପଡା ଅଞ୍ଚଳରୁ ଶହ ଶହ ଶୁଭେଛୁ,ବନ୍ଧୁ ପରିଜନ,ସାଙ୍ଗ ସାଥି ଯୋଗଦେଇ ସ୍ବର୍ଗତ ନାୟକଙ୍କ ଉଧ୍ୟେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ | ସ୍ବର୍ଗତ ନାୟକ ଏକାଧାରରେ ଜଣେ ଶିକ୍ଷାବିତ,ସମାଜସେବୀ ତଥା ଅନେକ ଗରୀବ ଲୋକଙ୍କ ଅସମୟର ବନ୍ଧୁ ଭାବେ ପରିଚିତ ଥିଲେ | ତେଣୁ ତାଙ୍କର ଅକାଳ ବିୟୋଗ ଅଞ୍ଚଳ ପାଇଁ ନିହାତି ଏକ ଅପୂରଣୀୟ କ୍ଷତି ବୋଲି ଦୁଃଖ ଭରା କଣ୍ଠରେ କହୁଥିଲେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ | ଏହି ଶୋକାକୁଳ ଶ୍ରଦ୍ଧାଞ୍ଜଳି ସଭାରେ ମଞ୍ଚାସିନ ବ୍ୟକ୍ତି ମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ,କୋଦଳା ନଗରପାଳ ସୂର୍ଯ୍ୟ ନାରାୟଣ ନାୟକ,ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଅବସରପ୍ରାପ୍ତ ପ୍ରଶାସକ ସୀତାରାମ ଶତପଥି,ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହା ସଚିବ ଦଣ୍ଡପାଣି ମହାପାତ୍ର,ସମାଜସେବୀ ଚିତ୍ରସେନ ପରିଡା,ବିଭୁତି ପାଣ୍ଡୀ,ସ୍ଥାନୀୟ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା,ଶିକ୍ଷକ ସୁରେନ୍ଦ୍ର ପ୍ରଧାନ,ଗୌରାଙ୍ଗ ମାହାନ୍ତି,ଭାଗବତ ମାହାନ୍ତି,ତାରା ପ୍ରସାଦ ଶତପଥି, ସୂବଳ ପାତ୍ର,ଯୁଧିଷ୍ଠିର ପ୍ରଧାନ, ଜଗନ୍ନାଥ ମହାନ୍ତି,ପ୍ରଦୀପ ମହାନ୍ତି,ସିମାଞ୍ଚଳ ବେହେରା, ସୁବାସ ବିଶ୍ୱାଳ,ଦିଗାମ୍ବର ପାଣିଗ୍ରାହୀ,ନୀଳକଣ୍ଠ ଦାଶ, ଦିଲ୍ଲୀପ ଜେନା, ବାବାଜୀ ସିଂ,ପାଣୁ ସାହୁ,ମିଟୁ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ନାୟକଙ୍କ ସ୍ମୃତି ଚାରଣ କରିଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସ୍ବର୍ଗତ ନାୟକଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦ୍ବୀପ ପ୍ରଜ୍ଜଳନ କରିଥିଲେ | ପରେ ସ୍ବର୍ଗତ ନାୟକଙ୍କ ଅମର ଆତ୍ମାକୁ ସ୍ମରଣ ପୂର୍ବକ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | କାର୍ଯ୍ୟକ୍ରମ ଶେଷରେ ସ୍ବର୍ଗତ ନାୟକଙ୍କ ସ୍ମୃତି ଉଧ୍ୟେଶ୍ୟରେ ଗୀତ ଗୋବିନ୍ଦ ଭଜନ ସନ୍ଧ୍ୟା ପକ୍ଷରୁ ଏକ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏହି ଭଜନ ସମାରୋହରେ ବିଶିଷ୍ଠ ତବଲା ବାଦକ ବାବୁଲା ମାହାନ୍ତି, ପ୍ରସାଦ ରଥ,ପ୍ରମୋଦ ପାଣିଗ୍ରାହୀ ଙ୍କ ସମେତ ବିଶିଷ୍ଟ କୁନିକୁନି ପ୍ରତିଭା ଯୋଗଦେଇ ସଂଗୀତ ଗାନ କରିଥିଲେ | ପ୍ରକାଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
ରିପୋର୍ଟ :ଦେବାଶିଷ ମହାରଣା
More Stories
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ
ଜୀବନକୁ ହଁ ନିଶାକୁ ନାଁ କାର୍ଯ୍ୟକ୍ରମ