ସେବା ଓ ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ – ସାର୍ ଜିନ ହେନରୀ ଡ୍ୟୁନଟ : ମୁଖ୍ୟବକ୍ତା
ସେବା ମାଧ୍ୟମରେ ବ୍ୟକ୍ତିତ୍ବ ବିକାଶ କରିବା ପାଇଁ ଯୁବ ପୀଢୀଙ୍କୁ ଆହ୍ବାନ – ସମ୍ମାନିତ ଅତିଥି।
ଗଞ୍ଜାମ:(ଆମ ଓଡିଶା ଖବର)ଆସିକା ତା ୮/୫ – ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ବିଶ୍ବ ରେଡକ୍ରସ ଦିବସ ସମାରୋହ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆନୁଷ୍ଠାନିକ ରୂପେ ଅନୁଷ୍ଠିତ ହୋଇଯାଇଛି। ସ୍ବମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ଡ. ଅଜିତ କୁମାର ମୁନୀ ଅତିଥିମାନଙ୍କ ସଂକ୍ଷିପ୍ତ ପରିଚ଼ୟ ପ୍ରଦାନ ପୂର୍ବକ ମଞ୍ଚାସୀନ କରାଇଥିଲେ। ଏହି ସମାରୋହରେ ଦକ୍ଷିଣ ଓଡ଼ିଶା ଯୁବ ରେଡକ୍ରସ ଶାଖାର ଉପଦେଷ୍ଟା ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବି. ଗୋବିନ୍ଦ ରାଓ ମୁଖ୍ୟ ବକ୍ତା ରୂପେ ଏବଂ ସ୍ବମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ପ୍ରଥମେ ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ପବିତ୍ର ବେଦମନ୍ତ୍ର ଧ୍ବନୀରେ ଅତିଥିଙ୍କ ଦ୍ବାରା ଦେବ ବିଗ୍ରହ ସମେତ ସାର ଜିନ୍ ହେନେରୀ ଡ୍ୟୁନଟଙ୍କ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଡ. ମୁନୀ ସଭା ସଂଯୋଜନା କରିଥିଲେ। ଅଧ୍ୟକ୍ଷ ସ୍ବାଗତ ଭାଷଣ ଏବଂ ବିଶ୍ବ ରେଡକ୍ରସ ଦିବସର ମୁଖ୍ୟ ଉଦ୍ୟେଶ୍ୟ ସଂପାଦନ କରିଥିଲେ। ସଂପ୍ରତି ବିଶ୍ବ ରେଡକ୍ରସର ବାର୍ତ୍ତା ଥିଲା – ମାନବିକତାର ପାର୍ଶ୍ବରେ। ମହାମାନ୍ୟ ତଥା ରେଡକ୍ରସର ପୃଷ୍ଠପୋଷକ ସାର୍ ଜିନ ହେନରୀ ଡ୍ୟୁନଟଙ୍କ ଅବଦାନକୁ ସ୍ମୃତିଚାରଣ କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ବି. ଗୋବିନ୍ଦ ରାଓ ରେଡକ୍ରସର ଇତିହାସ ସହ ସାର ଜିନ୍ ହେନରୀ ଡ୍ୟୁ୍ନଟ୍ ସନଫ୍ରାନ୍ସିକୋ ଯୁଦ୍ଧ ବିଭିଷୀକାରେ କ୍ଷତବିକ୍ଷତ ସୈନିକମାନଙ୍କୁ କିପରି ସେବାଶୁଷ୍ରୁଷା ପ୍ରଦାନ କରିଥିଲେ ତାହାର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ହେନରୀ ଡ୍ୟୁନଟ ସେବା ଓ ମାନବିକତାର ପଥପ୍ରଦର୍ଶକ ରୂପେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ। ନୋବଲ ଶାନ୍ତି ପୁରସ୍କାରର ପ୍ରଥମ ହକଦାର ଥିଲେ ସାର ଜିନ ହେନରୀ ଡ୍ୟୁନଟ। ସମ୍ମାନିତ ଅତିଥି ଡ. ଅଧିକାରୀ ମାନବ ସେବା ମାଧ୍ୟମରେ ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ପାଇଁ ଯୁବ ପୀଢୀଙ୍କୁ ଆହ୍ବାନ କରିଥିଲେ। ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖାର ଶୀର୍ଷ ସ୍ବେଚ୍ଛାସେବକ ରୂପେ ଛାତ୍ର ଶ୍ରୀ ପବନ କୁମାର ପଟ୍ଟନାୟକ ଏବଂ ଶୀର୍ଷ ସ୍ବେଚ୍ଛାସେବିକା ରୂପେ ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ପଟ୍ଟନାୟକଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସଭା କକ୍ଷରେ ମହାବିଦ୍ୟାଳୟ ଯୁବ ରେଡକ୍ରସ ଏବଂ ରେଡ ରିବନ୍ କ୍ଳବର ପ୍ରାୟ ସମସ୍ତ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଉପସ୍ଥିତ ଥିବାର ନଜିର ରହିଥିଲା। ପରିଶେଷରେ ଯୁବ ରେଡ୍ ରିବନ କ୍ଳବର ଉପଦେଷ୍ଟା ହିନ୍ଦୀ ଅଧ୍ୟାପକ ରାଜେଶ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
କୋଦଳା ଦଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ କୋଦଳା ବଣିକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ
ଜୀବନକୁ ହଁ ନିଶାକୁ ନାଁ କାର୍ଯ୍ୟକ୍ରମ