ବେଗୁନିଆପଡା, (ଆମ ଓଡିଶା ଖବର): ଗୁରୁବାର ଦିନ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ବିଶ୍ୱ ରେଡ କ୍ରସ ଦିବସ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଏହି ଦିବସର ତାପ୍ତର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ | ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ସଂଯୋଜକ ଶ୍ରୀଯୁକ୍ତ ରତ୍ନାକର ପ୍ରଧାନ ସଂଯୋଜନା କରିଥିଲେ | ଏଥିରେ ମହାବିଦ୍ୟାଳୟର ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଶ୍ରୀଯୁକ୍ତ ସପନ କୁମାର ଦାଶ ଙ୍କ ସମେତ ଅନେକ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ |
ରିପୋର୍ଟ:ଦେବାଶିଷ ମହାରଣା


More Stories
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,
କାଲିମେଘି ଠାରୁ ଲୁହାକୋଟ ନବ ନିର୍ମିତି ରାସ୍ତାର ଆୟୁଷ କେତେ ?