ଗଞ୍ଜାମ :(ଆମ ଓଡିଶା ଖବର)ବ୍ରହ୍ମପୁର ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଜଣେ ଦକ୍ଷ ଅନୁଭୂତି ସମ୍ପନ୍ନ ବ୍ୟକ୍ତିତ୍ଵ ହେଉଛନ୍ତି ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରାଧାକନ୍ତ ନାୟକ l ସେ ଦୀର୍ଘ ୨୫ ବର୍ଷ ଧରି ସେ ନିଜ କର୍ତ୍ତବ୍ୟବୋଧକୁ ସୂଚାରୁ ରୂପେ ସଂପାଦନ କରି ଆସୁଛନ୍ତି l ତାଙ୍କର ଦିଗଦର୍ଶନ, ଉତ୍ତମ ବ୍ୟକ୍ତିତ୍ଵ ଓ ବଳିଷ୍ଠ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ସଫଳ ହାସଲ କରି ଛନ୍ତି l ବିଗତ ଦିନରେ ତାଙ୍କରି ଦିଗ୍ ଦର୍ଶନରେ ଅନୁପ୍ରେରିତ ଓ ପ୍ରଭାବିତ ହୋଇ ଜାପାନରେ ଅନୁଷ୍ଠିତ ବିଶ୍ବ ସମ୍ମିଳନୀରେ ଯୁବଛାତ୍ର ଅଭିଷେକ ପାଣିପାଗ ପରିବର୍ତ୍ତନ ସଂପର୍କିତ ପ୍ରସଙ୍ଗ ଉପସ୍ଥାପନ କରି ସଫଳତା ହାସଲ କରିଛନ୍ତି l ସର୍ବୋପରି ତାଙ୍କ ଦୃଢ଼ ଇଚ୍ଛାଶକ୍ତି , ଅଭିଜ୍ଞତା ଓ ଦକ୍ଷତାକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗପତ୍ର ସଂଖ୍ୟା ୪୨୯୨୫/ ତା ୨୯.୧୦.୨୪ ମୁତାବକ ତାଙ୍କୁ ଆସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି ମିଳିଛି l ଏଥିପାଇଁ ଡ଼ଃ ନାୟକଙ୍କୁ ବିଦ୍ୟାଳୟର ଅଧ୍ୟାପିକା ଡ଼ଃ ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବି , ପ୍ରଶଂସକ ସମେତ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟି ଚାଲିଛି l
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ।
More Stories
ଅଙ୍ଗାରଗାଁ ଠାରୁ ଗିଲିଣ୍ଡା ରାସ୍ତା ବର୍ଷାରେ ଭୁଶୁଡିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ ଉପରେ ପ୍ରଶ୍ନବାଚୀ ।
ବ୍ୟକ୍ତିଗତ କାମରେ ବ୍ୟବହୃତ ହେଉଛି ପାଣି ପଞ୍ଚାୟତକୁ ମିଳିଥିବା ଯନ୍ତ୍ରପାତି!
ଦୀର୍ଘ ୨ ବର୍ଷ ପରେ କୋଦଳା ମେଡ଼ିକାଲରେ ଆମ୍ବୁଲାନ୍ସ ସେବା ଆରମ୍ଭ ହେଲା