ନଅ ଦିନ ବ୍ୟାପୀ ହେବ ଯଜ୍ଞ କାର୍ଯ୍ୟ
ବେଗୁନିଆପଡା, (ଆମ ଓଡିଶା ଖବର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଞ୍ଚଣା ପଞ୍ଚାୟତର ପୁସ୍ତପୁର ନିକଟସ୍ଥ ପାହାଡ଼ ଉପରେ ଥିବା ହନୁମାନ ବାଟିକା ରେ ପୂଜ୍ୟ ମହାପ୍ରଭୁ ଶ୍ରୀରାମ ଚରିତ ମାନସ ପାରାୟଣ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଯାଇଛି | ସିଦ୍ଧ ପୁରୁଷ ଶ୍ରୀ କୈଳାସ ବାବା ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାବାଜୀ ଶ୍ରୀ କିଶୋର ସାମଲ ଏଵଂ ବାବା ଶ୍ରୀ କାମରାଜୁ ଘୋଷ, ବାବା ଭାଗବତ ଘୋଷ ପ୍ରମୁଖ ଯୋଗଦେଇ ଶ୍ରୀରାମ ଗାଥା କୁ ବର୍ଣନା କରିଥିଲେ | ଏହି କାର୍ଯ୍ୟକ୍ରମ ଦୀର୍ଘ ନଅ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରଥମ ଦିବସରେ ହୋମ, ଯଜ୍ଞ ବୈଦିକ ରୀତି ନୀତି ଅନୁଯାୟୀ ସମ୍ପନ୍ନ ହୋଇଯାଇଛି | ସୂଚନା ଯୋଗ୍ୟ ଯେ ବାବା କୈଳାସଙ୍କ ନିଜସ୍ୱ ଉଦ୍ୟମରେ ଏଠାରେ ଏକ ଶ୍ରୀରାମ ମନ୍ଦିର ଏଵଂ ବୀର ହନୁମାନ ମନ୍ଦିର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଅଛି | ସହୃଦୟ ବ୍ୟକ୍ତି ବିଶେଷ ଙ୍କ ସାହାଯ୍ୟ ହେଲେ ଏହି ଦୁଇ ମନ୍ଦିର ପୂର୍ଣ୍ଣାଙ୍ଗ ରୂପ ନେଇ ପାରିବ ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ବାବା କୈଳାସ | ତେବେ ଏହି ରାମ ଚରିତ ମାନସ ପାରାୟଣ କାର୍ଯ୍ୟକ୍ରମରେ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ସମସ୍ତ ଭକ୍ତ ଙ୍କୁ ନିମନ୍ତ୍ରଣ କରିଛନ୍ତି ବାବା କୈଳାଶ | ଏହି କାର୍ଯ୍ୟକ୍ରମ ରେ ଅମୀୟ ଲୋଚନ ପଲେଇ, ଅଶୋକ ସେନାପତି ଙ୍କ ସମେତ ଅଞ୍ଚଳ ବାସୀ ସହଯୋଗ କରୁଛନ୍ତି |
ରିପୋର୍ଟ :ଦେବାଶିଷ ମହାରଣା
More Stories
ଅଙ୍ଗାରଗାଁ ଠାରୁ ଗିଲିଣ୍ଡା ରାସ୍ତା ବର୍ଷାରେ ଭୁଶୁଡିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ ଉପରେ ପ୍ରଶ୍ନବାଚୀ ।
ବ୍ୟକ୍ତିଗତ କାମରେ ବ୍ୟବହୃତ ହେଉଛି ପାଣି ପଞ୍ଚାୟତକୁ ମିଳିଥିବା ଯନ୍ତ୍ରପାତି!
ଦୀର୍ଘ ୨ ବର୍ଷ ପରେ କୋଦଳା ମେଡ଼ିକାଲରେ ଆମ୍ବୁଲାନ୍ସ ସେବା ଆରମ୍ଭ ହେଲା