ବୁଦ୍ଧ ପୂର୍ଣ୍ଣିମା ଅବସରରେ ଡ. ଭୀମରାଓ ବାବାସାହେବ ଆମ୍ବେଦକର ପାଠାଗାର ଉଦଘାଟନ୍ ।

ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର ) ତା :-୧୨/୦୫ (ଖବର) ବୁଦ୍ଧ ପୁର୍ଣିମା ଅବସରରେ ଆଜି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସ୍ଥିତ ସଦର ମହକୁମା ଅମ୍ୱାଦଳା ଠାରେ ବାବାସାହେବ ଭୀମ ରାଓ ଆମ୍ବେଦକର ପାଠାଗାର, ଅମ୍ବାଦଳା ସମ୍ବିଧାନ ସୁରକ୍ଷା ସମିତି ସଭାପତି କୃପାସିନ୍ଧୁ କୁସୁଲିଆ ଓ ସମସ୍ତ ସହକର୍ମୀ ଙ୍କ ସହଯୋଗ ରେ ଉଦଘାଟନ ହୋଇଥିଲା, ଉକ୍ତ ଉତ୍ସବ କୁ ବେଶ ଆଡମ୍ବର ସହ ଆୟୋଜନ କରାଯାଇଥିଲା ଇ ମୂଖ୍ୟ ଅତିଥି ତଥା ସମାଜସେବି ଲାଡ଼ି ଚନ୍ଦ୍ର ମୌଳି ଙ୍କ କରକମଳ ରେ ଆଜିର ଏହି ପାଠାଗାର କୁ ଉଦଘାଟନ କରାଯାଇଥିଲା I ଏହି ଶୁଭ ଉଦଘାଟନି ସମାରୋହ ରେ ସମ୍ମାନିତ ଅତିଥି ଭାବେ ଅମ୍ବାଦଳା ସରପଞ୍ଚ ଚଞ୍ଚଳା ମାଝୀ,ମୁନିଗୁଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଆଦର୍ଶ କୌଶଲ୍ୟା,ଅମ୍ବାଦଳା ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ପ୍ରଭାକର ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ, ଉକ୍ତ ଉଦଘାଟନି କାର୍ଯ୍ୟକ୍ରମ ଅବସରରେ ଅମ୍ବାଦଳା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ,ଯୁବ ବର୍ଗ,ଛାତ୍ର ଛାତ୍ରୀ,ସମାଜସେବି,ସ୍ଥାନୀୟ ସ୍ବେଛାସେବୀ ସଂଗଠନ ର କର୍ମ କର୍ତ୍ତା, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହିଥିଲେ, ଏହି ମହତ ଉଦେଶ୍ୟ ନେଇ ଉଦଘାଟନ କରାଯାଇଥିବା ପାଠଗାର ପ୍ରତି ସମସ୍ତ ଆବାଳ ବୃଦ୍ଧ ବନିତା ସଚେତିତ ଓ ସମର୍ପିତ ହେବା ନେଇ ଆମନ୍ତ୍ରିତ ଅତିଥି ଧ୍ୟାନ କେନ୍ଦ୍ରୀତି କରିଥିଲେ I ମୁଖ୍ୟ ଅତିଥି ଶ୍ରୀ ମୌଳି ନିଜର ବହୁମୂଲ୍ୟ ସମୟ ଦେଇ ଏହି ଉଦଘାଟନୀ ଅବସରରେ ଉପସ୍ଥିତ ରହିଥିବାରୁ ଆୟୋଜକ ଶ୍ରୀ ମୌଳି ଙ୍କୁ ସହୃଦୟ କୃତଜ୍ଞତା ଜ୍ଞାପନ କରିଥିଲେ, ଶ୍ରୀ ମୌଳି ନିଜର ଅଭିଭାଷଣରେ ଏକ ସୁସ୍ଥ ସମାଜ ତଥା ଆଧୁନିକ ଯୁଗର ଯୁବ ବର୍ଗ ପାଇଁ ଏଭଳି ପାଠାଗାର ର ଆବଶ୍ୟକତା ପ୍ରତି ନିଜର ମତ ସାବ୍ୟସ୍ତ କରିଥିଲେ I ଏଥି ସହ ଏଭଳି ମହତ ଉଦେଶ୍ୟ ର ଦାୟୀତ୍ୱ, ତଦାରଖ କୋୖଣସି ବ୍ୟକ୍ତି ବିଶେଷ କିମ୍ବା ସଂଗଠନ ର ଦାୟତ୍ୱ ନହୋଇ ସାମୁହିକ ଦାୟିତ୍ୱ ବୋଧତା ବୋଲି ଗ୍ରହଣ କଲେ ଯାଇ ଏହି ଉଦଘାଟନ ର ଉଦ୍ଦେଶ୍ୟ ସଫଳ ହୋଇ ପାରିବ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଚଞ୍ଚଳା ମାଝୀ ପ୍ରକାଶ କରିଥିଲେ l ଶେଷରେ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ଉପସ୍ଥିତ ସମସ୍ତ ଜନମାନସ କୁ ସମ୍ବିଧାନ ସୁରକ୍ଷା ସମିତିର ସଭାପତି ଶ୍ରୀ କୁସୁଲିଆ ଧନ୍ୟବାଦ ଅର୍ପଣ କରିଥିଲେ ଲ

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!