ବେଗୁନିଆପଡା, (ଆମ ଓଡିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ଏହି ବ୍ଲକରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ 172 ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ସେଥିମଧ୍ୟରୁ 153 ଜଣ ଭିନ୍ନକ୍ଷମ, 18 ଜଣ ଅବିବାହିତା ଅସହାୟ ମହିଳା, ଜଣେ ତୃତୀୟ ଲିଙ୍ଗି ହିତାଧିକାରୀଙ୍କୁ ବଣ୍ଟନ କରିଛନ୍ତି । ଏଥିରେ ବିଧାୟକ ଯୋଗଦେଇ ଉପଯୁକ୍ତ ହିତାଧିକାରୀଙ୍କୁ ଚୟନ କରିବା ସହ ପର୍ଯାୟ କ୍ରମେ ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଦାନ କରାଯିବ ବୋଲି କହିବା ସହ ଅନ୍ତୋଦୟ ଅର୍ନ୍ନ ଯୋଜନାରେ ଗୃହ ଯୋଗାଇ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏଥିରେ ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଆକାଉଣ୍ଟ ଅଫିସର ଏମ ଡି ଆଝାରୁଧୀନ, ସହକାରୀ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ, ଵି ଏସ ଏସ ଓ ଦୁର୍ଗା ପ୍ରସାଦ ପଣ୍ଡା ଙ୍କ ସମେତ ସମସ୍ତ ସରପଞ୍ଚ ସମିତି ସଭ୍ୟ ଯୋଗଦେଇ ଥିଲେ । ଯୋଗ୍ୟ ହିତାଧିକାରୀ ମାନେ ଉପସ୍ଥିତ ରହି କାର୍ଡ ଗ୍ରହଣ କରିବା ସହ ଉତ୍ସାହ ପ୍ରକାଶ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା
More Stories
ଅଙ୍ଗାରଗାଁ ଠାରୁ ଗିଲିଣ୍ଡା ରାସ୍ତା ବର୍ଷାରେ ଭୁଶୁଡିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ ଉପରେ ପ୍ରଶ୍ନବାଚୀ ।
ବ୍ୟକ୍ତିଗତ କାମରେ ବ୍ୟବହୃତ ହେଉଛି ପାଣି ପଞ୍ଚାୟତକୁ ମିଳିଥିବା ଯନ୍ତ୍ରପାତି!
ଦୀର୍ଘ ୨ ବର୍ଷ ପରେ କୋଦଳା ମେଡ଼ିକାଲରେ ଆମ୍ବୁଲାନ୍ସ ସେବା ଆରମ୍ଭ ହେଲା