ଭାରତୀୟ ବୀର ଯବାନ ମାନଙ୍କ ଉଦେଶ୍ୟରେ ଲକ୍ଷ୍ମୀପୁର ଠାରେ ପରାକ୍ରମ ଶୋଭାଯାତ୍ରା

କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର) ତାରିଖ୧୫/୦୫/୨୦୨୫
କିଛି ଦିନ ପୂର୍ବେ ପହଲଗାମ ଠାରେ ଆତଙ୍ଗବାଦୀ ମାନେ ନିରୀହ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଇଥିଲେ ଯାହା ଆମ ଭାରତ ଦେଶ ପାଇଁ ଏକ ଦୁଃଖଦ ଘଟଣା ଥିଲା । ଏହାର ପ୍ରତିଶୋଧ ଏବଂ ଦେଶର ସୁରକ୍ଷା ନିମନ୍ତେ ଭାରତୀୟ ସେନା ଅପରେସନ ସିନ୍ଦୂର୍ ମାଧ୍ୟମରେ ପାକିସ୍ତାନ ଭିତରେ ପଶି ଆତଙ୍ଗବାଦୀ ଆଡ୍ଡା କୁ ଧ୍ଵଂସ କରିବା ସହିତ ଅନେକ ସ୍ଥାନରେ ଆକ୍ରମଣ କରି ନିରୀହରେ ମୃତ୍ୟୁ ବରଣ କରିଥିବା ପରିବାର ଙ୍କୁ ସାନ୍ତ୍ଵନା ଦେଇଥିଲେ l ଏ ପ୍ରକାର କାର୍ଯ୍ୟ କରିଥିବାରୁ ସାରା ଭାରତରେ ଖୁସିର ଲୋହରୀ ଖେଳିଯାଇଛି । ଅନେକ ଜାଗାରେ ଭାରତୀୟ ନାଗରିକ ତ୍ରିରଙ୍ଗା ରାଲି କରି ବୀର ଯବାନ ମାନଙ୍କୁ ସମ୍ମାନ ଜଣାଇବା ସହ ମନବଳ ବଢ଼ାଇବା ଦେଖିବାକୁ ପାଇଥିଲୁ । ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପଞ୍ଚାୟତ ସମିତି ତରଫରୁ ବୀର ଯବାନ ମାନଙ୍କୁ ସମ୍ମାନ ଜଣାଇବା ସହ ମନବଳ ଦୃଢ଼ ନିମନ୍ତେ ପରାକ୍ରମ ଯାତ୍ରା ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଶୋଭାଯାତ୍ରା ସମୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଆଇ କୁଲେସିକା, ଉପାଧ୍ୟାକ୍ଷା ଶ୍ରୀମତୀ ଆରତୀ କୁଲଦୀପ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ଝିନ ହିକକା, ପୂର୍ବତନ ବିଧାୟକଶ୍ରୀ ଯୁକ୍ତ କୈଳାଶ କୁଲେସିକା,ବିଜେପି ଯୁବ ନେତା ଶ୍ରୀ ଦେବ୍ ଖୋରା, ଶ୍ରୀ ମୋନଜ ସାହୁ, ଶ୍ରୀ ଅଗଷ୍ଟି ହାଲୱା, ଲକ୍ଷ୍ମୀପୁର ଆରକ୍ଷୀ ଅଧିକ୍ଷକାରୀ ଗଣ, ପଞ୍ଚାୟତ ସମିତିର କର୍ମକର୍ତ୍ତା ଗଣ, ଅଙ୍ଗନୱାଡି କର୍ମୀ, ବିଭିନ୍ନ ଆଞ୍ଚଳିକ ସଂଗଠନ ତଥା ଅନେକ ଜନତା ଉପସ୍ଥିତ ଥିଲେ। ପରାକ୍ରମ ଶୋଭାଯାତ୍ରାରେ ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଦେଖିବାକୁ ମିଳିଥିଲା, ଟାଣୁଆ ନେତା ଦେବ୍ ଖୋରା ଙ୍କ ମୁହଁରୁ “ଇଣ୍ଡିଆନ୍ ଆର୍ମି ଜିନ୍ଦାବାଦ”, “ଭାରତୀୟ ସେନା ଜିନ୍ଦାବାଦ ” , “ଜୟ ଯବାନ ଜୟ କିଷାନ” “ଭାରତ ମାତା କି ଜୟ”ଧ୍ଵନି ନିଶୃତ ହେଉଥିଲା ଯାହାର ତାଳେ ତାଳେ ଉପସ୍ଥିତ ସମସ୍ତେ ସ୍ଲୋଗାନ ଦେଇ ବୀରତ୍ୱର ଧ୍ଵନି ସହର ସାରା କମ୍ପନ କରିଥିଲେ । ଭାରତ ମାଟି ଓ ବୀର ଯବାନ ମାନଙ୍କୁ ବୀରତ୍ୱର ପରିଚୟ ଦେଇ ପରାକ୍ରମ ଶୋଭାଯାତ୍ରା ଟି ଶାନ୍ତି ପୂର୍ଣ୍ଣ ଭାବେ ସମ୍ପନ୍ନ କରିଥଲେ।

କୋରାପୁଟ ଜିଲ୍ଲା ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର

error: Content is protected !!