କୋରାପୁଟ (ଆମ ଓଡିଶା ଖବର)ତାରିଖ ୧୭/୦୫/୨୦୨୫
କୋରାପୁଟ ଜିଲ୍ଲା ସ୍ଥିତ ଶହୀଦ ଲକ୍ଷ୍ମଣ
ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ, କୋରାପୁଟଠାରେ ଆଜି ଜିଲ୍ଲା ପ୍ରଶାସନ, କୋରାପୁଟର ସହଯୋଗରେ ନୂତନ ସୁପର ସ୍ପେଶାଲିଟି କ୍ଲିନିକ୍ ଉଦଘାଟିତ ହୋଇଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି କୀର୍ତ୍ତି ଭାସନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଉଦଘାଟନ କରିଥିବା ଦେଖିବାକୁ ମିଳିଥିଲା । ସାଥିରେ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର କର୍ମକର୍ତ୍ତା ଉପସ୍ଥିତ ଥାଇ ସବୁ ପ୍ରକାର ସହଯୋଗ କରିଥିଲେ l କାର୍ଡିଆଲୋଜୀ, ନ୍ୟୁରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗର ବିଶେଷଙ୍କ ଡାକ୍ତରମାନେ କ୍ଲିନିକକୁ ଆସି ରୋଗୀ ସେବା କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।