ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର/ରାୟଗଡ଼ା ତା ୦୧/୦୬ ():-
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଅଡ଼ାବାଡ଼ି ଗ୍ରାମ ପଡ଼ିଆ ଠାରେ ବ୍ଲକ୍ଚ ସ୍ତରୀୟ ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ନାମେଣ୍ଟର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି କଲ୍ୟାଣସିଂହପୁର ମଣ୍ଡଳ ସଭାପତି ଅଜିତ୍ କୁମାର ପାଣିଗ୍ରାହୀ ଉପସ୍ଥିତ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ତଥା ସମାଜସେବୀ ସନ୍ତୋଷ କୁମାର ବଛା ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥି ଙ୍କ ମଧ୍ୟରେ କମେଶ୍ୱର କରକରିଆ ଅଡ଼ାବାଡ଼ି ଗ୍ରାମର ଯୁବ ନେତା ସୁରେନ୍ଦ୍ର କୌଶଲ୍ୟା , ଅଜିତ୍ କରକରିଆ, ସଦେଇ କୌଶଲ୍ୟା, ଦିଲ୍ଲୀପ ଭତ୍ରା, ଅଭିରାମ ହିଆଲ, ସୁରେଶ ମହାନନ୍ଦିଆ, ସାହିଲ କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ ଆଜିର ପ୍ରଥମ ଦିନର ଖେଳରେ ଡମଲିମା ଟିମ୍ ସହ କଦମଦ୍ଵାର ସାହି ଟିମ୍ ମଧ୍ୟରେ ଖେଳ ହୋଇଥଲା ଏଥିରେ ଟଚ୍ ଜିତି କଦମଦ୍ଵାର ଟିମ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ଏବଂ ମୋଟ ୯ ଓଭର ରେ ପ୍ରତିଦ୍ବନ୍ଦୀ ଟିମ୍ କୁ ମାତ୍ର ତିରିଶି ରନ୍ ରେ ଅଲ୍ ଆଉଟ୍ କରିଦେଇଥିଲେ ଏହା ପରେ କଦମଦ୍ଵାର ଟିମ୍ ମାତ୍ର ଦୁଇ ଓଭର ଚାରିଟା ବଲ୍ ରେ ୩୧ ରନ୍ କରି ବିଜୟୀ ହେଇଥିଲେ।
ଏମ୍ପ୍ୟାର ଭାବେ କିରନ କୌଶଲ୍ୟା ଓ ମୋହନ ମହାନନ୍ଦିଆ ଦାୟିତ୍ୱରେ ରହିଥିଲେ। ଆସନ୍ତା ୯ ତାରିଖରେ ଏହାର ଫାଇନାଲ ମ୍ୟାଚ୍ ହେବା ସହ ବିଜେତା ଟିମ୍ କୁ ଟ୍ରଫି ସହ ୯୦୦୦ ଏଵଂ ରନର ଟିମ୍ କୁ ଟ୍ରଫି ସହ ୬୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।