ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର/ରାୟଗଡ଼ା ତା ୦୧/୦୬ ():-
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଅଡ଼ାବାଡ଼ି ଗ୍ରାମ ପଡ଼ିଆ ଠାରେ ବ୍ଲକ୍ଚ ସ୍ତରୀୟ ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ନାମେଣ୍ଟର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି କଲ୍ୟାଣସିଂହପୁର ମଣ୍ଡଳ ସଭାପତି ଅଜିତ୍ କୁମାର ପାଣିଗ୍ରାହୀ ଉପସ୍ଥିତ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ତଥା ସମାଜସେବୀ ସନ୍ତୋଷ କୁମାର ବଛା ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥି ଙ୍କ ମଧ୍ୟରେ କମେଶ୍ୱର କରକରିଆ ଅଡ଼ାବାଡ଼ି ଗ୍ରାମର ଯୁବ ନେତା ସୁରେନ୍ଦ୍ର କୌଶଲ୍ୟା , ଅଜିତ୍ କରକରିଆ, ସଦେଇ କୌଶଲ୍ୟା, ଦିଲ୍ଲୀପ ଭତ୍ରା, ଅଭିରାମ ହିଆଲ, ସୁରେଶ ମହାନନ୍ଦିଆ, ସାହିଲ କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ ଆଜିର ପ୍ରଥମ ଦିନର ଖେଳରେ ଡମଲିମା ଟିମ୍ ସହ କଦମଦ୍ଵାର ସାହି ଟିମ୍ ମଧ୍ୟରେ ଖେଳ ହୋଇଥଲା ଏଥିରେ ଟଚ୍ ଜିତି କଦମଦ୍ଵାର ଟିମ୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ଏବଂ ମୋଟ ୯ ଓଭର ରେ ପ୍ରତିଦ୍ବନ୍ଦୀ ଟିମ୍ କୁ ମାତ୍ର ତିରିଶି ରନ୍ ରେ ଅଲ୍ ଆଉଟ୍ କରିଦେଇଥିଲେ ଏହା ପରେ କଦମଦ୍ଵାର ଟିମ୍ ମାତ୍ର ଦୁଇ ଓଭର ଚାରିଟା ବଲ୍ ରେ ୩୧ ରନ୍ କରି ବିଜୟୀ ହେଇଥିଲେ।
ଏମ୍ପ୍ୟାର ଭାବେ କିରନ କୌଶଲ୍ୟା ଓ ମୋହନ ମହାନନ୍ଦିଆ ଦାୟିତ୍ୱରେ ରହିଥିଲେ। ଆସନ୍ତା ୯ ତାରିଖରେ ଏହାର ଫାଇନାଲ ମ୍ୟାଚ୍ ହେବା ସହ ବିଜେତା ଟିମ୍ କୁ ଟ୍ରଫି ସହ ୯୦୦୦ ଏଵଂ ରନର ଟିମ୍ କୁ ଟ୍ରଫି ସହ ୬୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।
ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ “କୁମ୍ଭୀର ସଂରକ୍ଷଣର ସୁବର୍ଣ୍ଣ ଜୟନ୍ତୀ” ବିଷୟରେ ପାଠଚକ୍ର ଅନୁଷ୍ଠିତ।