ସିଙ୍ଗାପୁର ରେଳ ଷ୍ଟେସନ ବ୍ରିଜ ଅଣ୍ଡରଗ୍ରାଉଣ୍ଡରେ ଫସିଲା ବସ ଓ କାର।

ରାୟଗଡା, ୧/୬( ଆମ ଓଡିଶା ଖବର ):- ରାୟଗଡା ଜିଲ୍ଲା କଲନରା଼ ବ୍ଲକ କର୍ଲାକଣା ପଞ୍ଚାୟତ ସିଙ୍ଗାପୁର ରେଳ ଷ୍ଟେସନ ଜେକେପୁର, କଲ୍ୟାଣ ସିଂହପୁର ଯିବା ମୁଖ୍ୟ ୪୫ନମ୍ବର ରାଜ୍ୟରାଜପଥ ବ୍ରିଜ ଅଣ୍ଡରଗ୍ରାଉଣ୍ଡ ପରିସରରେ ବସ ଓ କାର ଫସି ରହିଥିବା ଦେଖିବାକୁ ମିଳିଛି। ଆଜି ସକାଳ ସମୟ ୧୦ ଘଣ୍ଟିକା ବେଳେ କଲ୍ୟାଣ ସିଂହପୁର ଠାରୁ ରାୟଗଡା ଯିବା ଜୟ ହନୁମାନ ମାଁ ଶାରଳା ବସ ଗାଡି ନମ୍ବର ଓଡି ୧୮ଏମ ୭୩୪୦ ଥିବା ବେଳେ ରାୟଗଡା ଠାରୁ କଲ୍ୟାଣ ସିଂହପୁର ରାଜ୍ୟରାଜପଥ ୪୫ନମ୍ବର ରାସ୍ତାରେ କୌଣସି କାମଥିବାରୁ ଆସୁଥିବା ମହିନ୍ଦ୍ରା କାର ଗାଡି ନମ୍ବର ଓଡି ୦୨ ସିଏମ ୫୩୫୬ ଆସୁଥିବା ସମୟରେ ବ୍ରିଜ ଅଣ୍ଡରଗ୍ରାଉଣ୍ଡ ଉଭୟ ବସ ଓ କାର ପ୍ରାୟ ଏକ ଘଣ୍ଟା ଧରି ଫସି ରହିଥିଲେ। କଲ୍ୟାଣ ସିଂହପୁର ଠାରୁ ଯାଉଥିବା ଜୟ ହନୁମାନ ମାଁ ଶାରଳା ବସ ଗାଡି ନମ୍ବର ଓଡି ୧୮ଏମ ୭୩୪୦ ଆଜି କଲ୍ୟାଣ ସିଂହପୁର ଠାରୁ ବାହାରି ସିକରପାଇ ପର୍ଯ୍ୟନ୍ତ ଗାଡି ଗଡ଼ିଲା ପରେ ବ୍ରେକ କାମକରି ନଥିଲା  ଫଳରେ ବସ ରେ ବସିଥିବା ଯାତ୍ରୀ ଭୟଭୀତରେ ରହିଥିଲେ। ଯାତ୍ରୀ ମାନେ ବସରଖ ଆମେ ଏଠାରେ ଓଲେହିବୁ କହିବାରୁ ମଧ୍ୟ ଡ୍ରାଇଭର ଯାତ୍ରୀଙ୍କ କଥାକୁ ଅବମାନନା କରି ବସଟି ଚଳାଇ ଥିଲେ। ଉକ୍ତ ବସରେ ପ୍ରାୟ ୫୦ ରୁ ୬୦ ଜଣ ଯାଉଥିବା ଯାତ୍ରୀମାନେ ଭୟରେ ଜୀବନକୁ ହାତରେ ଧରି ଯାତ୍ରା କରୁଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ସିଙ୍ଗାପୁର ରେଳ ଷ୍ଟେସନ ,ବ୍ରିଜ ଅଣ୍ଡରଗ୍ରାଉଣ୍ଡ ପରିସରରେ କାର ଓ ବସ ଫସି ରହିଯାଇଥିଲା। ଉଭୟ ବସ ଓ କାର ମଧ୍ୟରେ ଥିବା ଯାତ୍ରୀମାନଙ୍କୁ କୌଣସି କ୍ଷତିଗ୍ରସ୍ତ ହୋଇନଥିବା ବେଳେ କାରର ବଡି ନଷ୍ଟହୋଇଥିବା ସୂଚନା ମିଳିଛି। ଉକ୍ତ ଘଟଣାର ଖବର ପାଇ ଚାନ୍ଦିଲି ଥାନା ପୋଲିସ ପହଞ୍ଚି ଉଭୟ କାର ଓ ବସ କୁ ବାହାର କରି ଥାନାରେ ଅଟକ ରଖିଛନ୍ତି।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!