ଆସିକା ତା ୩୧/୫: (ଆମ ଓଡିଶା ଖବର)ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ନିମନ୍ତେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଏକ ଭବ୍ୟ ଏବଂ ବର୍ଣ୍ଣାଢ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ କରିଥିଲେ। ବରିଷ୍ଠ ଅଧ୍ୟାପିକା ଡ. ନନ୍ଦିତା ଦାଶ ସମସ୍ତ ଅତିଥିଙ୍କୁ ମଞ୍ଚାସୀନ ପୂର୍ବକ ପୁଷ୍ପଗୁଚ୍ଛ ଦ୍ବାରା ସ୍ବାଗତ କରିଥିଲେ। ଅତିଥିଙ୍କ କରକମଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦମନ୍ତ୍ର ଧ୍ବନୀରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ନୂତନ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀ ସ୍ବାଗତ ଭାଷଣ ରଖିଥିଲେ ଏବଂ ଡ. ତ୍ରିପାଠୀଙ୍କ ପାଞ୍ଚ ବର୍ଷ ଅବଧିରେ ମହାବିଦ୍ୟାଳୟର ବିକାଶୋନ୍ମୁଖୀ କାର୍ଯ୍ୟର ଧାରା ବିବରଣୀ ରଖିଥିଲେ ଏବଂ ଉକ୍ତ ମହାବିଦ୍ୟାଳୟ ଚାକିରିରେ ଯୋଗଦେବା ସମୟରେ ଡ. ତ୍ରିପାଠୀଙ୍କ ସହଯୋଗକୁ ସ୍ମୃତିଚାରଣ କରିଥିଲେ। ପ୍ରଶାସନିକ ଅଧିକାରୀ ଡ. ଶଂକର ପ୍ରସାଦ ଅଧିକାରୀ ବିଦାୟୀ ଅଧ୍ୟକ୍ଷଙ୍କ ଛାତ୍ର ଶୃଙ୍ଖଳା, ପ୍ରଶାନିକ ଦକ୍ଷତା, ଶୈକ୍ଷିକ ବାତାବରଣ, ପରୀକ୍ଷା ନିୟନ୍ତ୍ରଣ, ସମସ୍ତ ମହୋତ୍ସବର ବିବରଣୀ, କଲେଜର ସାଜସଜ୍ଜା, ଉପବନର ରକ୍ଷଣାବେକ୍ଷଣ, ସ୍ବତନ୍ତ୍ରରୂପେ ମହାବିଦ୍ୟାଳୟର ପରିଚାଳନା ସମିତି ଅଧିନସ୍ଥ କର୍ମଚାରୀଙ୍କ ପାଇଁ ଯେଉଁ ସବୁ ଗୁରୁ ଦାୟିତ୍ବ ରଖିଛନ୍ତି ତାହାର ସମସ୍ତ ବିବରଣୀ ଅତି ଚୁମ୍ବକରେ ଉପସ୍ଥାପନ କରିଥିଲେ। ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ଅଧ୍ୟକ୍ଷଙ୍କ ବିଦାୟ କାଳୀନ ସଭାରେ ଅଧ୍ୟକ୍ଷଙ୍କ ପ୍ରତି କିଛି ମୁହୁର୍ତ୍ତ ପାଇଁ ଭାବପ୍ରବଣ ହେବାର ନଜିର ରହିଥିଲା। ସେ ଅଧ୍ୟକ୍ଷଙ୍କୁ ବନ୍ଧୁବତ୍ସଳରୂପେ କହିଥିଲେ ଏବଂ କାର୍ଯ୍ୟପନ୍ଥାର ନିୟାରା ଉଚ୍ଚକୋଟିର ତରିକ୍କା ଉପରେ ସୁଚାଇ ଥିଲେ। ଉପ ପରୀକ୍ଷା ନିୟନ୍ତ୍ରକ ଡ. ନନ୍ଦିତା ଦାଶ ଅଧ୍ୟକ୍ଷଙ୍କ ମିତବ୍ୟୟତା ବିଷୟରେ ନିଜ ମତ ରଖିଥିଲେ। ଅଧ୍ୟାପିକା ମିନତି ବେହେରା ଅଧ୍ୟକ୍ଷଙ୍କ ସମୟାନୁବର୍ତ୍ତିତା ଏବଂ କାର୍ଯ୍ୟକୁଶଳତା ଉପରେ ନିଜ ମତ ଦେଇଥିଲେ। ଅଧ୍ୟାପକ ଚିତ୍ରସେନ ବେହେରା ମଧ୍ୟ ଅନୁରୂପ ମନ୍ତବ୍ୟ ରଖିଥିଲେ। ଅଧ୍ୟାପକ ରାଜେଶ କୁମାର ସାହୁ ବିଦାୟକାଳୀନ ଅଧ୍ୟକ୍ଷଙ୍କ ମହାବିଦ୍ୟାଳୟର ଭିତ୍ତି ସରଂଚନା ଏବଂ ଅନ୍ତଃନିର୍ମାଣ ଉପରେ ଆଲୋକପାତ କରିଥିଲେ। ବିଦାୟୀ ଅଧ୍ୟକ୍ଷ ଡ. ତ୍ରିପାଠୀ ନିଜର ପାଞ୍ଚ ବର୍ଷ ସକାରାତ୍ମକ ଅଧ୍ୟକ୍ଷତାର ଅନୁଭୂତିକୁ ସଂକ୍ଷେପରେ ବ୍ୟକ୍ତ କରିଥିଲେ। ତତ୍ପଶ୍ଚାତ ଅଧ୍ୟକ୍ଷଙ୍କୁ ଉପଢୌକନ ଏବଂ ବିଦାୟୀକାଳୀନ ମାନପତ୍ର, ଉପହାର ମାଧ୍ୟମରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କ ଦ୍ବାରା ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ଅଧ୍ୟାପକ ଭାନୁଚନ୍ଦ୍ର ରାଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ


More Stories
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।
ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ “କୁମ୍ଭୀର ସଂରକ୍ଷଣର ସୁବର୍ଣ୍ଣ ଜୟନ୍ତୀ” ବିଷୟରେ ପାଠଚକ୍ର ଅନୁଷ୍ଠିତ।