ମୁହଁ ରୁଢ଼ିଆ
ଦେହ ମଢିଆ
ତଥାପି ମୋ ଜେଜ
ଭାରି ବଢିଆ।
ଯେବେ ସେ ପିନ୍ଧନ୍ତି
ତାଙ୍କ କୁରୁତା
ଭାବେ ଆଜି କିଛି
ଅଛି ବାରତା
ଯଦି ପାଇଥିବେ
କାହା ନିମତା
ମାପନ୍ତିନି ବାଟ
କେତେ ଦୂରତା
ପୋଖତ ବୟସେ
ସେ ଚଞ୍ଚଳିଆ
ଆନ ବିଘ୍ନ ପାଖେ
ହୁଅନ୍ତି ଠିଆ
ଏ ଗୁଣ ତାଙ୍କର
ନିତି ଦିନିଆ
ଗୁପତେ ରଖି
ନିଜର ନାଆଁ,
ନିଜ ମାଟି, ଭାଷା
ବିକାଶେ ତତ୍ପର
ସାଧକ, ସେବକ
ଭାରି ସ୍ପଷ୍ଟବାଦୀ
ନୁହଁନ୍ତି ସେ କେବେ
ଫୁଲାଫାଙ୍କିଆ
ତେଣୁ ମୋ ଜେଜ
ଭାରି ବଢିଆ।
କୁରୁତା ତାଙ୍କର
ତିନି ଫୁଟିଆ
ଅତି ସାଧାରଣ
ଟିକେ ରଂଗିଆ
ଜେଜଙ୍କ ନିୟମ
ଚୌରସ ବୁଦ୍ଧି
ଦରଜୀ ବାପୁଡ଼ା
ହୁଏ ଛାନିଆ,
କୁରୁତାର ଢଙ୍ଗ
ତ୍ରି ପକେଟିଆ
ଛାତି ପକେଟରେ
କମଳା ମାଆ
ବାମେ ପ୍ରତିଚକ୍ଷୁ
ଡାହାଣେ ବାଆ
ତାଙ୍କୁ ସୁହାଏନି
ଯେ ଅମାନିଆ
ପାଶ୍ଚାତ୍ୟ ବେଢଙ୍ଗ
ହୀନ ମ୍ଳେଚ୍ଛିଆ
ଯାହା ଆଦରିଛି
କଳିକାଳିଆ
ତେଣୁ ମୋ ଜେଜ
ଭାରି ବଢିଆ।
ଜେଜଙ୍କ କୁରୁତା
ସୂଚାଏ ଯାହା
ସ୍ବଦେଶୀ ଉତ୍ପତ୍ତି
ସୁ, ସରସିଆ
ନିଜ ଆଦର୍ଶରେ
ସ୍ବାଭିମାନିଆ
ସତ୍ଯତା ପରଖି
କରନ୍ତି ଯାହା
ରୁଢ଼ିଆ ମଢିଆ
ହେଲେ ସଦା ଚିନ୍ତା
ସଂକଳ୍ପ ସୁରକ୍ଷା
ଭାରତ ମାଆ
ତେଣୁ ମୋର ଜେଜ
ଭାରି ବଢିଆ।
ଜୟଦେବ ସିଠ। ରାଣୀ ଗୁଡା ଫାର୍ମ, ରାୟଗଡ଼। ୯୪୩୭୫୨୭୩୪୯ ।


More Stories
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।
ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ “କୁମ୍ଭୀର ସଂରକ୍ଷଣର ସୁବର୍ଣ୍ଣ ଜୟନ୍ତୀ” ବିଷୟରେ ପାଠଚକ୍ର ଅନୁଷ୍ଠିତ।