ନବୀନଙ୍କ ବିଜେଡିର ବରିଷ୍ଠ ନେତା ତଥା ୪ ଥର ସାଂସଦ ହୋଇଥିବା ପିନାକୀ ମିଶ୍ର ୬୫ ବର୍ଷରେ ଦିତିୟ ବିବାହ କଲେ, ମମତାଙ୍କ ତୃଣମୂଳ କଂଗ୍ରେସର ସାଂସଦ ମୋହୁଆ ମୈତ୍ର ୫୦ ବର୍ଷିଆଙ୍କୁ। ବିବାହ ନେଇ ଜାତୀୟ ଗଣମାଧ୍ୟମରେ ପ୍ରବଳ ଚର୍ଚ୍ଚା। ଜର୍ମାନୀରେ ବିବାହ କରିଥିବା ସୂଚନା ଏବଂ ଫଟୋ ମୋହୁଆ ସାଧାରଣରେ ସେୟାର କରିଥିଲେ। ଗତ ମଇ ୩ ତାରିଖରେ ଜର୍ମାନୀର ବର୍ଲିନ ଠାରେ ଉଭୟ ଗୋପନରେ ବିବାହ କରିଥିବା ପ୍ରକାଶ ପାଇଛି। ଉଭୟ ଙ୍କର ଏହା ଥିଲା ଦ୍ଵିତୀୟ ବିବାହ। ବିଜୁ ଜନତା ଦଳ ନେତା ଏବଂ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କ ସହ ତୃଣମୂଳ କଂଗ୍ରେସ ନେତା ତଥା ସାଂସଦ ମହୁଆ ମୈତ୍ରଙ୍କ ଦ୍ଵିତୀୟ ବିବାହ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଜାଣନ୍ତୁ ପିନାକୀ ମିଶ୍ରଙ୍କ ବିଷୟରେ କିଛି କଥା। ପିନାକୀ ମିଶ୍ର ହେଉଛନ୍ତି ବରେଣ୍ୟ କବି ଗୋଦାବରୀଶ ମିଶ୍ରଙ୍କ ନାତି। ପୂର୍ବତନ ମୁଖ୍ୟ ବିଚାରପତି ରଙ୍ଗନାଥ ମିଶ୍ରଙ୍କ ପୁତୁରା। ପୂର୍ବତନ ରାଜ୍ୟପାଳ ଲୋକନାଥ ମିଶ୍ରଙ୍କ ସୁପୁତ୍ର।ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ତଥା ବିଚାରପତି ଦୀପକ ମିଶ୍ରଙ୍କ ବଡବାପା ପୁଅ ଭାଇ। ଅତିତରେ ପିନାକୀ ମିଶ୍ର ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ।୨୦୧୯ ନିର୍ବାଚନୀ ଶପଥପତ୍ର ଅନୁଯାୟୀ, ପିନାକୀ ମିଶ୍ରଙ୍କ ମୋଟ ସମ୍ପତ୍ତି ୧୩୭ କୋଟି ଟଙ୍କା।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ଜଟଣୀର ସୂକ୍ଷ୍ମ କଳାକାର ଏଲ୍ ଇଶ୍ଵର ରାଓ, ଚକ୍ ଖଡିରେ ଦେଖାଇଛନ୍ତି କଳାକୃତି ।
ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ l
ଖୋର୍ଦ୍ଧା ତହସିଲଦାର ଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର l