କଂଗ୍ରେସର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ PCC ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାର ପର୍ଦ୍ଦାଫାସ। ଟଙ୍କା ନଦେଲେ ହତ୍ୟା କରିବା ପାଇଁ ଧମକ ଦେଇଥିଲା ଅଭିଯୁକ୍ତ। କେନ୍ଦୁଝର ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ। ଗିରଫ ଯୁବକ ଜଣକ ହେଲେ କୁଳମଣି ସେନାପତି ଓରଫ ସୋମନାଥ।
୫୦ ହଜାର ଟଙ୍କା ଦାବି କରିଥିଲେ ଅଭିଯୁକ୍ତ, ଏନେଇ କ୍ୟାପିଟାଲ ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି, ଗିରଫ ଯୁବକ ଜଣଙ୍କ ଜଣେ ଭଲ ପରିବାରର ଯୁବକ। ସେ କୌଣସି ଚାକିରି କମ୍ବା ବ୍ୟବସାୟ କରୁନଥିବାରୁ ବେକାର ହୋଇ ବୁଲାବୁଲି କରନ୍ତି। ତେବେ ଗତ ଫେବ୍ରୁଆରୀ ମାସ ତିନି ତାରିଖରେ ଦିନ ପ୍ରାୟ ୧୨ ଟା ସମୟରେ ଜୟ ଦେବ ଜେନାଙ୍କ ମୋବାଇଲକୁ କଲ୍ କରିଥିଲେ। ସେ କିଛି ନିର୍ଦ୍ଧିଷ୍ଟ ଡିବେଟକୁ ନେଇ ବିରୋଧର କରିବା ସହ ତାଙ୍କୁ ଟଙ୍କା ପଠାଇବାକୁ ଦାବି କରିବା ସହ ଧମକାଇ ଥିଲେ । କେବଳ ସେତିକି ନୁହେଁ ଥରେ ନୁହେଁ ଦୁଇରୁ ତିନି ଥର କଲ୍ କରି ୫୦ ହଜାର ଟଙ୍କା ଦାବି କରିବା ସହ ନଦେଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲା । ଏନେଇ କ୍ୟାପିଟାଲ ଥାନାରେ ସେ ଅଭିଯୋଗ ହୋଇଥିଲା ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।
ସର୍ବଭାରତୀୟ ଓପନ କୋରାଟେରେ ମହମ୍ମଦ ଓକିଲଙ୍କ ସର୍ଣ୍ଣ ପଦକ ହାସଲ।