Gist of the Case:(ଆମ ଓଡିଶା ଖବର)
ଅଭିଯୋଗକାରୀ ସନ୍ତୋଷ ସାହୁଙ୍କ ଲିଖିତ ରିପୋର୍ଟ ଆଧାରରେ, ଉପରୋକ୍ତ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ନିମ୍ନୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ସୂଚନାଯୋଗ୍ୟ ଯେ, ଅଭିଯୋଗ କାରୀଙ୍କ ମୋଟରସାଇକେଲଟି କଳିଙ୍ଗ ବିହାରରୁ ଚୋରି ହୋଇଥିବା ପରେ ସେ ଏନେଇ ତମାଣ୍ଡୋ ଥାନାରେ ଲିଖ୍ତ ଅଭିଯୋଗ ଦାଖଲ କରିଥିଲେ। ତଦନ୍ତ ସମୟରେ, ଆଜି, ନିର୍ଭରଯୋଗ୍ୟ ସୂଚନା ଆଧାରରେ, ଅଭିଯୁକ୍ତି ମନୀଷ ପଟ୍ଟନାୟକ ଏବଂ ବାବୁରାଓ ଆଚାର୍ଯ୍ୟଙ୍କ କବଜାରୁ ଚୋରି ହୋଇଥିବା ମୋଟର ସାଇକେଲଟିକୁ ଜବତ କରାଯାଇଥିଲା। ଅଧିକ ପଚରାଉଚରା ପରେ, ଉଭୟ ଅଭିଯୁକ୍ତ ଚୋରୀ କରିଥିବା ନେଇ ସେମାନଙ୍କର ଅପରାଧ ସ୍ବୀକାର କରିଥିଲେ ଓ ସେମାନେ ଦେଇଥିବା ତଥ୍ୟ ଆଧାରରେ ଅଭିଯୁକ୍ତି ମନୀଷ ଙ୍କ ହେପାଜତରୁ ୪ଟି ଏବଂ ଅଭିଯୁକ୍ତ ବାବୁରାଓ ଙ୍କ ହେପାଜତରୁ ମଧ୍ୟ ୪ଟି ଚୋରୀ ମୋଟରସାଇକେଲ ଜବତ କରାଯାଇଥିଲା। ଏହି ମାମଲାର ଅଧିକ ତଦନ୍ତ ବେଳେ ରିସିଭର ସନ୍ତୋଷ କୁମାର ବେହେରା, ସଚିନ ଗୌଡ଼ ଏବଂ ବିଜନ କୁମାର ସ୍ବାଇଁଙ୍କ ଠାରୁ ତିନୋଟି ଚୋରି ବୁଲେଟ୍ ମୋଟରସାଇକେଲ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତ ମାନଙ୍କର ଅପରାଧ୍ୟାକ ସମ୍ପୃକ୍ତି ଯାଞ୍ଚ ସମୟରେ, ଅଭିଯୁକ୍ତ ମନୀଷ ପଟ୍ଟନାୟକ ଏବଂ ବାବୁରାଓ ଆଚାର୍ଯ୍ୟ ପୂର୍ବରୁ ଶ୍ରୀ ଲିଙ୍ଗରାଜ ଥାନା, ମୈତ୍ରୀ ବିହାର ଥାନା ଏବଂ ପିପିଲି ଥାନାରେ ପଞ୍ଜିକୃତ ଅନ୍ୟ ତିନୋଟି ଚୋରି ମାମଲାରେ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ସେହିପରି ଅଭିଯୁକ୍ତ ବିଜନ କୁମାର ସ୍ବାଇଁ ପୂର୍ବରୁ ତମାଣ୍ଡୋ ଥାନା ଅଧୀନରେ ପାଞ୍ଚଟି ସମ୍ପୃତ୍ତି ଅପରାଧ ମାମଲାରେ ଜଡିତ ଥିବା ଜଣାପଡ଼ିଥିଲା। ଅନ୍ୟ ଅଭିଯୁକ୍ତଙ୍କ ଅପରାଧିକ ପୂର୍ବାବଲୋକନ ଯାଞ୍ଚାଧୀନ ଅଛି। ସମ୍ପୃକ୍ତ ଆସାମୀଙ୍କ ଠାରୁ ୧୦ ଟି ଦୁଇଚକିଆ ଯାନ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ସମ୍ପୃକ୍ତ ଆସାମୀ ହେଲେ, କମିଶନରେଟ ପୋଲିସକୁ ବଡ ସଫଳତା। ସମ୍ପୃକ୍ତ ଆସାମୀ ହେଲେ,
Name and Address of Accused Persons:
1. Manish Pattanayak (21), S/o Late Pradip Kumar Pattanayak, of AIIMS Nagar, Lane No-8, Patrapada, PS-Khandagiri, Dist-Khurdha, BBSR
2. Baburao Acharjya (24), S/o Late Suryaprakashrao Acharjya, of village-Rajsunakhala, PS- Bolagada, Dist-Khurdha; A/P-Bhagabanpur, near Nandighosa Office, PS-Tamando, BBSR UPD
3. Santosh Kumar Behera (22), S/o Jagannatha Behera, of Patrapada Krishna Vihar, PS- Khandagiri, Dist-Khurdha, BBSR
4. Sachin Gauda (23), S/o Manoj Gauda, of Patrapada, Kalyaninagar Lane-07, PS-Khandagiri, Dist-Khurdha, BBSR
5. Bijan Kumar Swain (31) @ Silu, S/o Rabindra Swain, of Village-Baliapada, PS-Tamando, Dist-Khurdha, BBSR.
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର।
ପୋଲିସ କମିଶନରେଟ ଭୁବନେଶ୍ଵର- କଟକ।ଡେପୁଟି କମିଶନର ପୋଲିସ, ଭୁବନେଶ୍ବର।

More Stories
IPS caught taking bribe, Rs 5 crore cash, expensive car and gold bars.
ଭୋଟ ଚୋରୀ ବିରୁଦ୍ଧରେ କଂଗ୍ରେସର ଦସ୍ତଖତ ଅଭିଯାନ
କୁକୁଡ଼ାଖଣ୍ଡି ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମହା ଦୁର୍ନୀତିରେଜିଷ୍ଟ୍ରି କାମ ପାଇଁ ସାଧାରଣ ଲୋକ ହେଉଛନ୍ତି ନିର୍ଦୟ ଶୋଷଣର ସିକାର ।