ଗଞ୍ଜାମ (ଆମ ଓଡିଶା ଖବର)ହିଞ୍ଜିଳିକାଟୁ ୧୪/୦୬/୨୫ଆସ୍କା ଘୁମୁସର ବିଜେପି ସାଂଗଠନିକ ଜିଲ୍ଲା ଗଞ୍ଜାମର ସାମ୍ବାଦିକ ସମ୍ମିଳନୀ ହିଞ୍ଜିଳିକାଟୁ ବିଜେପି କାର୍ଯ୍ଯାଳୟ ଠାରେ ହୋଇଯାଇଛି ।
ସାଂଗଠନିକ ଜିଲ୍ଲା ସଭାପତି ବିଜୟ ସ୍ବାଇଁ, ମୁଖ୍ୟ ଅତିଥି ଆସିକା ସାଂସଦ ଅନିତା ଶୁଭଦର୍ଶନୀ ,ଖଲିକୋଟ ବିଧାୟକ ପୁର୍ଣ୍ଣଚନ୍ଦ୍ର ସେଠି, ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର ,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ଦ୍ବାରା ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ବିଜେପି ନିର୍ବାଚନ ସମୟରେ ଜନତାଙ୍କ ପାଇଁ ୨୧ଟି ପ୍ରତିଶ୍ରୁତି ଦେଇଥିଲା ଆଉ ସେହି ପ୍ରତିଶ୍ରୁତିକୁ ମୋହନ ସରକାର ପାଳନ କରିଛନ୍ତି ।ସେଥିପାଇଁ ବିକାଶ ବାହନ ରଥ ସାହାର୍ଯରେ ଗାଁ ଗାଁ ରେ ସଚେତନତା ସୃଷ୍ଟି ଲାଗି ସାରା ରାଜ୍ୟରେ ଉତ୍ସବ ପାଳନ କରାଯାଇଛି । କେବଳ ବିରୋଧୀ ଦଳ କହିଚାଲିଥିଲେ କି ରାଜ୍ୟରେ ବିକାଶ ହୋଇନାହିଁ , ସେହିମାନେ ଯେତେ ଚିଲେଇ ଚାଲିଥିଲେବି ବର୍ତ୍ତମାନ ରାଜ୍ୟ ବିଜେପି ସରକାର ଏକ ବର୍ଷ ମଧ୍ୟରେ କିଛି ପ୍ରତିଶୃତି ପାଳନ କରିଛନ୍ତି । ସେହିଭଳି ଏକ ବର୍ଷ ମଧ୍ୟରେ ଗତ ସରକାରଙ୍କ ଅମଳରେ ଯାହା ହୋଇନଥିଲା ତାହା ଏକ ବର୍ଷ ମଧ୍ୟରେ ଡ଼ବଲ ଇଞ୍ଜିନି ସରକାର ସମସ୍ତ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ବିଜେପି ବିଧାୟକ ପୁର୍ଣ୍ଣଚନ୍ଦ୍ର ସେଠୀ ଓ ପ୍ରତାପ ଚନ୍ଦ୍ର ନାୟକ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପୁର୍ବ ସରକାର ସାମ୍ବାଦିକମାନଙ୍କୁ କୌଣସି ପ୍ରଶ୍ନ ଏପରିକି ଭୁଲଭଟକା ଉପରେ ମତାମତ ଦେବା ରୋକ ଲଗାଇବା ବେଳେ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଭୁଲ ପଦକ୍ଷେପକୁ ନିରପେକ୍ଷ ଭାବେ ସ୍ଥାନୀୟ ଅଞ୍ଚଳର ବିକାଶ ଉପରେ ମତାମତ ଦେବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଞ୍ଚସିନ ଏବଂ ସମ୍ମାନିତ ଅତିଥି ମାନେ କହିଛନ୍ତି । ସେହିପରି ଓଡ଼ିଶାର ଜନତାଙ୍କ ପାଇଁ ୧୧ ପ୍ରତିଶୃତି ପାଳନ କରାଯାଇଛି ଏବଂ ଆଗାମୀ ଦିନରେ ବାକି ସବୁତକ ପ୍ରତିଶୃତି ପାଳନ ସହିତ ଗଞ୍ଜାମ ଜିଲ୍ଲାରେ ଖୁବଶୀଘ୍ର ଶିଳ୍ପ ପ୍ରତିଷ୍ଠା କରାଯାଇ ସମ୍ପୂର୍ଣ୍ଣ ଦାଦନ ଶ୍ରମିକଙ୍କ ଦୂର ନହେଲେ ମଧ୍ୟ ଦାଦନ ଙ୍କ ସଂଖ୍ୟା କମାଇବା ଉପରେ ଧ୍ଯ୍ୟାନ ଦେବା ରାଜ୍ୟ ବିଜେପି ସରକାର ଲକ୍ଷ୍ୟ ରଖିଥିବା ଆସିକା ସାଂସଦ ଅନିତା ଶୁଭଦର୍ଶନୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ହିଞ୍ଜିଳିକାଟୁ ରୁ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ।
କେବଳ ଏହା ସ୍ଳୋଗାନ ନୁହେଁ ,ଭୂମିଗତ ବାସ୍ତବତା ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେଲେ ବିଜେପି ସାଂସଦ ଓ ବିଧାୟକ।

More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ