ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ରାୟଗଡ ବ୍ଲକର ଚାନ୍ଦିଲି, ପେଣ୍ଟା ଓ କର୍ଲାକଣା ପଞ୍ଚାୟତରେ ବିକାଶ ବାହନ ଚତୁର୍ଥ ଦିନରେ ସଚେତନତା ବାର୍ତ୍ତା ପ୍ରଚାର କରିଛି । ଅଠର ହଜାରରୁ ଉର୍ଦ୍ଧ ଲୋକ ସଂଖ୍ୟା ସମ୍ବଳିତ ଚାନ୍ଦିଲିର ଚବିଶି ଗୋଟି ୱାର୍ଡରୁ ବିକାଶ ବାହନ ନିକଟରେ ଅଧିକ ଜନସମାଗମ ଦେଖିବାକୁ ମିଳିଥିଲା । ତିନିଗୋଟି ପଞ୍ଚାୟତରେ ରଥକୁ ସ୍ବାଗତ କରାଯାଇଥିଲା । ତହସିଲଦାର ରାୟଗଡ ପ୍ରିୟଦର୍ଶିନୀ ସ୍ଵାଇଁ, ଏବିଡିଓ ତଥା ନୋଡାଲ ଅଧିକାରୀ କାଳୁଚରଣ ନାୟକ , ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁନିଲ ବ୍ରହ୍ମା, ଅରୁଣ ପାଣିଗ୍ରାହୀ, ମଙ୍ଗଳ ଅଧିକାରୀ ପ୍ରକାଶ କୁମାର ନାୟକ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ରବିବାର ଦିନ ବତିଷିଗୋଟି ବୟୋବନ୍ଦନା ଯୋଜନାରେ କାର୍ଡ, ବ୍ଲକ ପକ୍ଷରୁ ତେରଗୋଟି ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ଯାଦେଶ, ନଅଗୋଟି ଜବ କାର୍ଡ, ଚାରିଗୋଟି ହିତାଧିକାରୀଙ୍କୁ ନୂତନ ରେସନ କାର୍ଡ, ଆୟୁଷ୍ମାନ ଭାରତ ଯୋଜନାରେ ନବେଗୋଟି ସ୍ବାସ୍ଥ୍ୟକାର୍ଡ, ଜଙ୍ଗଲ ଅଧିକାର ଆଇନରେ ତେରଗୋଟି ବ୍ୟକ୍ତିଗତ ଓ ତିନୋଟି ସାମୁହିକ ଜମିପଟ୍ଟା, ଆଠଟି ନୂତନ ଭତ୍ତା, ଦୁଇଟି ଶ୍ରମ କାର୍ଡ ଓ ଦୁଇଟି ନିର୍ମାଣ ଶ୍ରମିକ କାର୍ଡ, ଚଉଦ ଜଣଙ୍କ ଆଧାର ପଞ୍ଜିକରଣ ଏବଂ ଛପନ ଗୋଟି ଗଛ ମାଁଙ୍କ ନାମରେ ରୋପଣ କରାଗଲା ।
ବ୍ଯାନର ମାଧ୍ୟମରେ ସରକାରୀ ଯୋଜନା ସଂପର୍କିତ ଜନ ସଚେତନତା ସୃଷ୍ଟି କରାଯାଇ ଥିଲା । ଜାଣିଲେ ଜିଣିବା ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା, ଯୋଗାଣ , ଭତ୍ତା, ପାନୀୟଜଳ ଆଦି ସମସ୍ୟା ସଂପର୍କିତ ଅଭିଯୋଗ ମାନ ଗ୍ରହଣ କରାଯାଇଥିଲା ।
ହା ମାଧ୍ୟମରେ ଲୋକଙ୍କ ନିକଟତର ହେଉଛନ୍ତି ସରକାର ବୋଲି ତହସିଲଦାର ଶ୍ରୀମତୀ ସ୍ବାଇଁ ପ୍ରକାଶ କରିଛନ୍ତି ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।