ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଗୁଣପୁର/ରାୟଗଡ:- ତା.୧୬-୦୬-୨୦୨୫ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ରେ ଜିଲ୍ଲାପାଳ, ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ଆରକ୍ଷୀ ଅଧିକ୍ଷକ ସ୍ୱାଥି ଏସ କୁମାର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ କିରନଦୀପ କୌର ସହୋତା, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ପ୍ରଫୁଲ କୁମାର ପାଢୀ ଯୋଗଦେଇ ଅଭିଯୋଗର ଶୁଣାଣୀ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ତତ୍ୱାବଧାନ ରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଆଜି ମୋଟ ୨୮ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୧୭ଟି ବ୍ୟକ୍ତିଗତ, ୦୬ଟି ସାମୁହିକ, ପାଞ୍ଚଟି ସ୍ବାସ୍ଥ୍ୟଗତ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ମୋଟ ପାଞ୍ଚ ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୩୫୦୦୦/- ଟଙ୍କାର ଆର୍ଥିକ ସାହାଯ୍ୟ ଜିଲ୍ଲାପାଳ ପ୍ରଦାନ କରିଥିଲେ । ଅନ୍ୟ ଅଭିଯୋଗ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରିବା ସହ ଗ୍ରହଣ କରିଥିବା ପଦକ୍ଷେପର ବିବରଣୀ ଜିଲ୍ଲାପାଳଙ୍କୁ ଅବଗତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅଭିଯୋଗ ଶିବିରରେ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ କର, ଜିଲ୍ଲା ପ୍ରାଣିଧନ ଚିକତ୍ସା ଅଧିକାରୀ ଡାକ୍ତର ମୃମୟ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଦୟାନିଧି ରାଉତ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂର୍ଯ୍ୟ ନାରାୟଣ ମହାରଣା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ,ଲିଡ଼ ବ୍ୟାଙ୍କ ମ୍ୟାନେଜର ଦେବେନ୍ଦ୍ର ବାଉରୀ, ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଶିଶୁ ବିକାଶ ଯୋଜନା ଅଧିକାରୀ ସୁଷମା ପ୍ରସାଦ ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ l ସହକାରି ଜିଲ୍ଲାପାଳ ତଥା ଅଭିଯୋଗ ଶୁଣାଣି ଅଧିକାରୀ ସସ୍ମିତା ପଟ୍ଟନାୟକ, ଅଭିଯୋଗ ଶୁଣାଣିର ବରିଷ୍ଠ ରାଜସ୍ୱ ସହାୟକ ଅଚ୍ୟୁତାନନ୍ଦ ଲିମା କନିଷ୍ଠ ରାଜସ୍ୱ ସହାୟକ ଲୋପାମୁଦ୍ରା ଶିବିର ପରିଚାଳନା କରିଥିବା ବେଳେ ଗୁଣପୁର ଆଦର୍ଶ ଥାନା ଅଧିକାରୀ କେକେବିକେ କହଁର ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ବୁଡ଼ାଗୁଡ଼ା ଗ୍ରାମ ପଡ଼ିଆ ଠାରେ ଜିତୁ ଓ ନରେଶ ମେମୋରିଆଲ କ୍ରିକେଟ ନୋକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ ଶୁଭ ଉଦ୍ଘାଟନ , ଜିଲୁଣ୍ଡା ଟିମ୍ ହେଲେ ବିଜୟୀ।
ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ।
ODISHA VIGILANCE ARRESTS CO-OPERATIVE OFFICIAL IN RS.75 LAKH FRAUD.