ବେଗୁନିଆପଡା, (ଆମ ଓଡିଶା ଖବର): ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ ର ପଦ୍ମପୁର ନୂଆଗାଁ ଠାରେ ପୌରାଣିକ ନାଟକ “ସୁନା ପୁଅ ପାଇଁ ଝୁରେ ଅଯୋଧ୍ୟା” ନାଟକ ମଞ୍ଚସ୍ଥ ହୋଇଯାଇଛି | ପ୍ରତିକୂଳ ପାଗ ସତ୍ୱେ ପି.ନୁଆଗାଁ ଗ୍ରାମବାସୀ ତଥା ଗ୍ରାମ୍ୟ କମିଟି ର ମିଳିତ ସହଯୋଗରେ ଶ୍ରୀ ଶ୍ରୀ ମା ଦକ୍ଷିଣକାଳୀ ଯୁବ ନାଟ୍ୟ ସଂସଦ ପକ୍ଷରୁ ଆୟୋଜିତ ଉକ୍ତ ନାଟକରେ ମୁଖ୍ୟ ଅତିଥି ଭାବେ କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇ ମଞ୍ଚସ୍ଥ ନାଟକକୁ ଉଦଘାଟନ କରିବା ସହିତ ସଭାମଞ୍ଚରେ ରାମାୟଣର ବିଭିନ୍ନ ଚରିତ୍ର ସମ୍ପର୍କିତ ବେଶ ଗୁରୁତ୍ୱପୂର୍ଣ ବକ୍ତବ୍ୟ ଉପସ୍ଥାପନ କରିବା ସହିତ ସମସ୍ତେ ପୌରାଣିକ ନାଟକ ଦେଖି ଗଞ୍ଜାମ ମାଟିର କଳାକୁ ଉପଭୋଗ କରିବା ପାଇଁ ଅନୁରୋଧ କରିଥିଲେ | ପରେ ଆସିକା ସାଂସଦ ପ୍ରତିନିଧି ଶ୍ରୀ ଆଲୋକ ଶତପଥି ନିଜ ବକ୍ତବ୍ୟରେ ରାବଣ ଓ ଶ୍ରୀରାମଙ୍କ ନାଟ୍ୟ ଚରିତ୍ର ଉପରେ ଏକ ସମୟପଯୋଗୀ ଅଭିଭାଷଣ ପ୍ରଦାନ କରିଥିଲେ | ରାମାୟଣରେ ଯେପରି ରାବଣ ଜ୍ଞାନ କୁ ନେଇ ଅହଂକାର କରୁଥିଲା ଏବଂ ପ୍ରଭୁ ରାମଚନ୍ଦ୍ରଙ୍କ ଅହଂକାର ବିଷୟରେ ଜ୍ଞାନ ଥିଲା ତାହାକୁ ନେଇ ବେଶ ସୁମଧୁର ସଂଳାପ ଉପସ୍ଥାପନ କରିଥିଲେ | ତତ୍ପରେ ଅଞ୍ଚଳ ର ବିଶିଷ୍ଠ ଶିକ୍ଷାବିତ ତଥା ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିବା ଶ୍ରୀ ତ୍ରିନାଥ ନାହାକ ନିଜର ଅଭିଭାଷଣ ପ୍ରଦାନ କରିଥିଲେ | ପ୍ରଭୁ ଶ୍ରୀରାମଙ୍କ ନିଷ୍ଠା ଓ ଲୋଭମୋହ ତ୍ୟାଗ ସମ୍ପର୍କିତ ତଥା ସାମଜିକ ଚଳଣି ପାଇଁ ଉଦ୍ଧିଷ୍ଟ ବକ୍ତବ୍ୟ ପ୍ରଦାନ କରିଥିଲେ ଶ୍ରୀ ନାହାକ | ପରେ ବୁରୁଝରୀ ପଞ୍ଚାୟତ ର ଯୁବ ସରପଞ୍ଚ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଏହି ନାଟକର ଆୟୋଜକ, ନିର୍ଧେଶକ ତଥା ସହକାରୀ ବନ୍ଧୁ ମାନଙ୍କୁ ହୃଦୟତାର ସହିତ କୃତଜ୍ଞତା ଜ୍ଞାପନ କରିଥିଲେ | ତାଳସର ସମିତିସଭ୍ୟ ଶ୍ରୀ ମାଧବ ରାଉତ ନିଜର ନାଟକୀୟ ଢଙ୍ଗ ରେ ଅନେକ ଗୁଡ଼ାଏ ସଂଳାପ ମାଧ୍ୟମରେ ଦର୍ଶକ ମାନଙ୍କ ମନ ମୋହିଥିଲେ | ଅଞ୍ଚଳର ଯୁବ ସମାଜସେବୀ ଶ୍ରୀ ନାରାୟଣ ସାହୁ ଙ୍କ ବକ୍ତବ୍ୟ ଥିଲା ନିଆରା | ରାମାୟଣରେ ଶ୍ରୀରାମ ଙ୍କୁ ଆଜି ବି କାହିଁକି ଭକ୍ତି ରସ ମନାଯାଏ ତାହା ଉପରେ ପୁରାଣ ସମ୍ପର୍କିତ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ପି.ନୂଆଗାଁ ଗ୍ରାମ୍ୟ କମିଟି ସଭାପତି ଦେବାଶିଷ ନାୟକ, ଯୁବନେତା ଚନ୍ଦ୍ର ମୋହନ ଜେନା,ବାବୁ ସ୍ୱାଇଁ,ସୁଶାନ୍ତ ଜେନା,ସାମ୍ବାଦିକ ଦେବାଶିଷ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ ପ୍ରକାଶ ଚନ୍ଦ୍ର ଜେନା, ସୁମନ ନାହାକ ପ୍ରମୁଖ ବିଶେଷ ସହଯୋଗ କରିଥିଲେ |
ରିପୋର୍ଟ:ଦେବାଶିଷ ମହାରଣା
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ