ବେଗୁନିଆପଡା, (ଆମ ଓଡିଶା ଖବର): ଚଳିତ ବର୍ଷ ନିଟ ପରୀକ୍ଷାରେ ବେଶ ସଫଳତାର ଶୀର୍ଷ ଛୁଇଁଛିନ୍ତି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ଗୋପାଳପୁର ଗ୍ରାମର ଅଂଶୁମାନ ଭୂୟାଁ | ଦଶମ ଶ୍ରେଣୀରେ ଉଲ୍ଲେଖନିୟ ସଫଳତା ହାସଲ କରିଥିବା ଅଂଶୁମାନ ଦ୍ୱାଦଶ ଶ୍ରେଣୀ ରେ ମଧ୍ୟ ନବେ ପ୍ରତିଶତ ମାର୍କ ରଖି ଅଞ୍ଚଳ ତଥା ପଞ୍ଚାୟତ ପାଈଁ ବେଶ ସୁନାମ ଅର୍ଜନ କରିଥିଲେ | ଅଂଶୁମାନ ଏକାଧାର ରେ ଜଣେ ମେଧାବୀ ଏଵଂ ଶାନ୍ତ ଶିଷ୍ଟ ଛାତ୍ର | ପିଲାଟି ବେଳୁ ପାଠ ପଢାରେ ମନୋନିବେଶ କରି ଭବିଷ୍ୟତରେ ଏକ ଭଲ ଡାକ୍ତର ହେବା ପାଈଁ ଯେଉଁ ପ୍ରଚେଷ୍ଟା ଥିଲା ତାହା ଆଜି ପୂରଣ ହୋଇ ପାରିଛି | ଯାହାକୁ ନେଇ ବେଶ ଆନନ୍ଦିତ ଅଛନ୍ତି ବାପା ପ୍ରକାଶ ଚନ୍ଦ୍ର ଭୂୟାଁ, ମା କସ୍ତୁରୀ ଭୂୟାଁ ଙ୍କ ସମେତ ବନ୍ଧୁ ପରିଜନ | ପୁଅ ର ଏହି ସଫଳତା ପଛରେ ବାପାଙ୍କ ଚେଷ୍ଟା, ପରିବାର ତଥା ଗୁରୁଜନ ମାନଙ୍କ ଆଶୀର୍ବାଦ ଥିବା କହିଛନ୍ତି ଅଂଶୁମାନ | ଅଂଶୁମାନ ଅଲ ଇଣ୍ଡିଆ ବେସିସ ରେ 8308 ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି | ଅଂଶୁମାନ ଙ୍କ ସଫଳତା ରେ ବେଗୁନିଆପଡା ବ୍ଲକ ଅଞ୍ଚଳରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି |
ରିପୋର୍ଟ:ଦେବାଶିଷ ମହାରଣା
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ