ପୁରସ୍କୃତ ହେଲେ ବହୁ ମେଧାବୀ ଛାତ୍ର ଛାତ୍ରୀ
ବେଗୁନିଆପଡା, (ଆମ ଓଡିଶା ଖବର): ଏହି ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତର କନିଆରିବାଡି ଗ୍ରାମରେ ମା’ ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ ମଙ୍ଗଳବାର ଦିନ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ ହୋଇଯାଇଛି | କନିଆରୀବାଡ଼ି ଗ୍ରାମ୍ୟ କମିଟି ର ସଭାପତି ସଦାଶିବ ମାହାନ୍ତି ଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଯାତ୍ରାରେ ଗ୍ରାମ୍ୟ କମିଟି ର ଉପସଭାପତି କୈଳାଶ ଚନ୍ଦ୍ର ସାହୁ, ସମ୍ପାଦକ ରବୀନ୍ଦ୍ର ନାଥ ସାହୁ, କୋଷାଧକ୍ଷ ନାରାୟଣ ସାହୁ ଙ୍କ ସମେତ ଗ୍ରାମ୍ୟ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଯାତ୍ରା ମଞ୍ଚକୁ ଶୁଭ ଉଦଘାଟନ କରିଥିଲେ | ଏହି ଉଦଘାଟନି ସମାରୋହରେ ଗ୍ରାମରେ ଅଧ୍ୟୟନରତ ତଥା ବିଭିନ୍ନ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ପ୍ରାୟ କୋଡିଏ ରୁ ଉର୍ଦ୍ଧ ଜଣ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ | ଛୋଟିଆ ଗାଁ ଟି ହେଲେ ମଧ୍ୟ ଅନେକ ମେଧାବୀ ଛାତ୍ର ଛାତ୍ରୀ ତିଆରି କରି ଏହି ଗାଁ ଅନେକ ସମୟରେ ବେଗୁନିଆପଡା ବ୍ଲକ ର ଟେକ ରଖିଛି | ଯାହାକୁ ନେଇ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧ୍ୟୟନରତ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରି ଅନ୍ୟ ପିଲାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି | ପରେ ଏହି ଗ୍ରାମରୁ ସରକାରୀ ଚାକିରୀ କରିଥିବା ବିଭିନ୍ନ ବର୍ଗ ର ଚାକିରିଆ ଙ୍କୁ ମଧ୍ୟ ଷ୍ଟେଜରେ ମାନପତ୍ର ଦେଇ ସଂମ୍ମାନିତ କରାଯାଇଥିଲା | ପରେ ଆର.ଉଦୟଗିରି ରୁ ଆସିଥିବା ରାମାୟଣ ଏହି ମଞ୍ଚରେ ପରିବେଷଣ କରାଯାଇଥିଲା | ଯାହାକୁ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ବହୁ ନାଟ୍ୟ ପ୍ରେମୀ ଯୋଗଦେଇଥିଲେ |
ରିପୋର୍ଟ :ଦେବାଶିଷ ମହାରଣା
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ଗାଈ ଗୋରୁଙ୍କୁ କବଜାରେ ବେଗୁନିଆପଡା ବଜାର