ଗଞ୍ଜାମ ଜିଲ୍ଲାର (ଆମ ଓଡ଼ିଶା ଖବର)
ବ୍ରହ୍ମପୁର, ୧୮/୦୬ : ବ୍ରହ୍ମପୁରସ୍ଥିତ ୧ (ଓଡି଼ଶା) ନାଭାଲ ୟୁନିଟ୍ ଏନ୍.ସି.ସି ଓ ୩ (ଓଡି଼ଶା) ମେଡିକାଲ କମ୍ପାନୀ ଏନ୍.ସି.ସି ପକ୍ଷରୁ ଆୟୋଜିତ ମିଳିତ ବାର୍ଷିକ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି । ପାରଳା ମହାରାଜା ଇଂଜିନିୟରିଂ କଲେଜ, ସିତଳାପଲ୍ଲି ଠାରେ ଏହି ସି.ଏ.ଟି.ସି -୧ କ୍ୟାମ୍ପ ଗତ ୧୦ ଦିନ ଧରି ଜାରି ରହିଥିଲା । ଏହି ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିରର ଶେଷ ସଂଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ୧ (ଓଡି଼ଶା) ନାଭାଲ ୟୁନିଟ୍ ଏନ୍.ସି.ସିର କମାଣ୍ଡିଙ୍ଗ୍ ଅଫିସର କମାଣ୍ଡର ଏନ୍.ଭି.ପି ସ୍ବାମୀ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାସହ କମାଣ୍ଡର ଏନ୍.ଭି.ପି ସ୍ବାମୀ ଏନ୍.ସି.ସି କ୍ୟାଡେଟ୍ ମାନଙ୍କୁ ଶୃଙ୍ଖଳା ଓ ଅନୁଶାସନ ଜ୍ଞାନକୁ ନିଜ ଜୀବନରେ ଉପଯୋଗ କରି ଭବିଷ୍ୟତ ଗଢିବା ପାଇଁ ଉଦବୋଧନ ଦେଇଥିଲେ । ଏହି ସି.ଏ.ଟି.ସି କ୍ୟାମ୍ପରେ ୬ଟି ମହାବିଦ୍ୟାଳୟ ଓ ୧୪ଟି ବିଦ୍ୟାଳୟର ପାଖାପାଖି ୬୦୦ କ୍ୟାଡେଟ୍ ଯୋଗଦେଇଥିଲେ । ଏହି ଶିବିରରେ ଉଭୟ ସିନିଅର ଏବଂ ଜୁନିଅର ବିଭାଗର ବାଳକ ଓ ବାଳିକା ବର୍ଗରେ ଟ୍ରେନିଂ ଦିଆଯାଇଥିଲା । ଏହି ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଶେଷ ସଂନ୍ଧ୍ୟା କାର୍ଯ୍ୟକ୍ରମଟି ଚିଫ୍ ପେଟି ଅଫିସର ସୁବଳ ପ୍ରଧାନଙ୍କ ତତ୍ବାବଧାନରେ ଆରମ୍ଭ ହୋଇଥିବା ବେଳେ ଏ.ଏନ୍.ଓ., ପି.ଆଇ. ଷ୍ଟାଫ୍ ଙ୍କ ଦ୍ବାରା ଭାରତୀୟ ନୌସେନା ଓ ଭାରତୀୟ ସ୍ଥଳସେନା ବିଷୟରେ ବିଭିନ୍ନ ବିଭାଗର ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରରେ ଡ୍ରିଲ, ରାଇଫଲ ଡ୍ରିଲ, ଫାଇରିଂ, ସିପ୍ ମୋଡଲିଂ, ସିମାଫୋର, ବୋଟ୍ ପୁଲିଂ, ବୋଟ୍ ରିଗିଂ, ବୋଟ୍ ସେଲିଂ, ସୁଇମିଂ, ନେଭିଗେସନ୍, ସି ମେନ୍ ସିପ୍, ବେଷ୍ଟ କ୍ୟାଡେଟ୍, ଫାୟର ଫାଇଟିଂ, ଅବଷ୍ଟାକଲ, ଟେଣ୍ଟ ପିଚିଂ ଭଳି ଟ୍ରେନିଂ ଦିଆଯାଇଥିଲା । ଏହି ବାର୍ଷିକ ପ୍ରଶିକ୍ଷଣ ଶିବିରରୁ ଆଗାମୀ ଜାତୀୟ କ୍ୟାମ୍ପ ପାଇଁ କ୍ୟାଡେଟ୍ ମାନଙ୍କୁ ଚୟନ କରାଯାଛି।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ
ଗାଈ ଗୋରୁଙ୍କୁ କବଜାରେ ବେଗୁନିଆପଡା ବଜାର