କୋରାପୁଟ (ଆମ ଓଡିଶା ଖବର) ତାରିଖ ୧୮/୦୬/୨୦୨୫
କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ପଞ୍ଚାୟତ ଠାରେ ଧାନ ଫାଉଣ୍ଡେସନ ତରଫରୁ ଅଞ୍ଚଳ ର ସମସ୍ତ ଚାଷୀ ମାନଙ୍କୁ ନେଇ ମାଣ୍ଡିଆ ଚାଷ ଜୈବିକ ପଦ୍ଧତିରେ କିପରି କରାଯାଏ ସେ ବିଷୟ କୁ ନେଇ ଧାନ ଫାଉଣ୍ଡେସନ ତାରାଫରୁ ଏକ ବୈଠକ ଆୟୋଜନ କରା ଯାଇଥିଲା l ଏହି ବୈଠକ ରେ ଅଞ୍ଚଳ ର ଜଣାଶୁଣା ରାଜପୁଟ ସରପଞ୍ଚ ତଥା ଅଞ୍ଚଳ ର ଜଣାଶୁଣା ସମାଜ ସେବୀ ଶ୍ରୀ ପିତାମ୍ବର କିର୍ସାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଉପସ୍ଥିତ ଥିବା ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ଜୈବିକ ପଦ୍ଧତିରେ ମାଣ୍ଡିଆ ଚାଷ କିପରି କରିବାକୁ ହେବ ବିସ୍ତାର ଭାବେ କହିବା ସହିତ ଅଧିକ ରୁ ଅଧିକ ଗୁରୁତ୍ୱ ଦେବାକୁ ଚାଷୀ ମାନଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଧାନ ଫାଉଣ୍ଡେସନ ର ବ୍ଲକ ସଂଯୋଜକ ତୁଳସୀ ନାଇକ ପଞ୍ଚାୟତ ସାଧନା ବ୍ୟକ୍ତି ଝୁନୁ ମୁଦୁଲି, ବ୍ଲକ ଚେୟାରମେନ ଲିଲି ଅଣ୍ଟାବିରିଆ, ନାଏବ ସରପଞ୍ଚ ସମସ୍ତ ୱାର୍ଡମେମ୍ବର ଏବଂ ଅଞ୍ଚଳ ସମସ୍ତ ଚାଷୀ ଭାଇ ଭଉଣୀ ଯୋଗଦେଇ ଥିବା ଦେଖିବାକୁ ମିଳିଥିଲା l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।