କୋରାପୁଟ (ଆମ ଓଡିଶା ଖବର) ତାରିଖ ୧୮/୦୬/୨୦୨୫
କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ପଞ୍ଚାୟତ ଠାରେ ଧାନ ଫାଉଣ୍ଡେସନ ତରଫରୁ ଅଞ୍ଚଳ ର ସମସ୍ତ ଚାଷୀ ମାନଙ୍କୁ ନେଇ ମାଣ୍ଡିଆ ଚାଷ ଜୈବିକ ପଦ୍ଧତିରେ କିପରି କରାଯାଏ ସେ ବିଷୟ କୁ ନେଇ ଧାନ ଫାଉଣ୍ଡେସନ ତାରାଫରୁ ଏକ ବୈଠକ ଆୟୋଜନ କରା ଯାଇଥିଲା l ଏହି ବୈଠକ ରେ ଅଞ୍ଚଳ ର ଜଣାଶୁଣା ରାଜପୁଟ ସରପଞ୍ଚ ତଥା ଅଞ୍ଚଳ ର ଜଣାଶୁଣା ସମାଜ ସେବୀ ଶ୍ରୀ ପିତାମ୍ବର କିର୍ସାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଉପସ୍ଥିତ ଥିବା ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ ଜୈବିକ ପଦ୍ଧତିରେ ମାଣ୍ଡିଆ ଚାଷ କିପରି କରିବାକୁ ହେବ ବିସ୍ତାର ଭାବେ କହିବା ସହିତ ଅଧିକ ରୁ ଅଧିକ ଗୁରୁତ୍ୱ ଦେବାକୁ ଚାଷୀ ମାନଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଧାନ ଫାଉଣ୍ଡେସନ ର ବ୍ଲକ ସଂଯୋଜକ ତୁଳସୀ ନାଇକ ପଞ୍ଚାୟତ ସାଧନା ବ୍ୟକ୍ତି ଝୁନୁ ମୁଦୁଲି, ବ୍ଲକ ଚେୟାରମେନ ଲିଲି ଅଣ୍ଟାବିରିଆ, ନାଏବ ସରପଞ୍ଚ ସମସ୍ତ ୱାର୍ଡମେମ୍ବର ଏବଂ ଅଞ୍ଚଳ ସମସ୍ତ ଚାଷୀ ଭାଇ ଭଉଣୀ ଯୋଗଦେଇ ଥିବା ଦେଖିବାକୁ ମିଳିଥିଲା l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।