ରାୟଗଡ଼ ତା ୧୮-୬-୨୦୨୫
ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ବିପର୍ଯ୍ଯୟ ପରିଚାଳନା ଅଧିକାରୀଙ୍କ ତରଫରୁ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟର ସୁପରିଚାଳନା ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ ଶିବିର ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ବୁଧବାର ଦିବା ଦଶ ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅତିରିକ୍ତ ଜିଲ୍ଳାପାଳ ନବିନ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିଲେ । ଓଡ଼ିଶା ରାଜ୍ଯ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସଙ୍ଗୀତା ଦାଶ ଉପସ୍ଥିତ ରହି ଜିଲ୍ଲାର ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଜନା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ବନ୍ୟା, ବାତ୍ୟା, ଘଡ଼ଘଡ଼ି, ସାପ କାମୁଡା, ଅଦିନିଆ ବର୍ଷା, ଭୂସ୍ଖଳନ, ପାଣିରେ ବୁଡ଼ି ମୃତ୍ଯୁବରଣ ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ବିଭାଗର ଭୂମିକା ତଥା ପୂର୍ବ, ପର ଓ ବିପର୍ଯ୍ୟୟ ସମୟରେ ସଜାଗ, ସାବଧାନତା ଓ ବିହିତ ପଦକ୍ଷେପ ବିଷୟରେ ଯୋଜନା ଉପସ୍ଥାପନ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମନୋଜ କୁମାର ନାହକ, ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପଦୋଶ ରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି ଜିଲ୍ଲାପାଳ, ରାୟଗଡ଼ଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ଦିନ ଅପରାହ୍ନ ତିନି ଘଟିକା ସମୟରେ ରାୟଗଡ଼ ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଟେବୁଲ ଟପ୍ ଅଭ୍ୟାସ ଶିବିର ବ୍ଲକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଓସଡମାର ରାଜ୍ଯ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସଙ୍ଗୀତା ଦାଶ, ଜରୁରୀକାଳୀନ ଅଧିକାରୀ ମନୋଜ କୁମାର ନାହକ, ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦୋଶ ରଞ୍ଜନ ଜେନା, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନୀ ହୁଇକା, ବିଡିଓ ସୁଜିତ କୁମାର ମିଶ୍ର, ସହକାରୀ ଜିଲ୍ଲାପାଳ ଏନ ରବିନ୍ଦ୍ର, ସିଡିପିଓ ମୀନାକ୍ଷୀ ଦାଶ,
ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ସାହୁ, ଶିକ୍ଷା ସ୍ବାସ୍ଥ୍ୟ, କୃଷି, ପାନିୟ ଜଳ, ସାମାଜିକ ସୁରକ୍ଷା, ପଶୁପାଳନ, ମହିଳା ଓ ଶିଶୁ ବିକାଶ , ଆଦି ବିଭାଗର ଅଧିକାରୀ , ସ୍ବୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ । ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ସହ ବ୍ଲକର ବିପର୍ଯ୍ୟୟ ପରିଚାଳନା ଯୋଜନା ଉପସ୍ଥାପନ କରିଥିଲେ । ଗ୍ରାମ ପଞ୍ଚାୟତ ବିକାଶ ଅଧିକାରୀ ଗୋପାଳ ପଣ୍ଡା ବନ୍ୟା ପ୍ରପୀଡିତ ଅଞ୍ଚଳ ନିମନ୍ତେ ଯୋଜନା, ପୂର୍ବ ପ୍ରସ୍ତୁତି ଓ ଗ୍ରାମ ପଞ୍ଚାୟତ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ନୋଡ଼ାଲ ଅଧିକାରୀଙ୍କ ତାଲିକା ଉପସ୍ଥାପନ କରିଥିଲେ । ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।