ଖୋର୍ଦ୍ଧା ଜିଲ୍ଲା (ଆମ ଓଡିଶା ଖବର):-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକରେ ଉନ୍ନୟନମୂଳକ ପ୍ରକଳ୍ପର ଶୁଭଉଦଘାଟନ କରିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗି । ବୋଲଗଡ଼ ବ୍ଲକର କଳାଙ୍ଗ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଢ଼କ ପାଜନାରେ ନିର୍ମାଣ ହୋଇଥୁବା ନୂତନ ରାସ୍ତାର ଶୁଭ ଉଦଘାଟନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ , ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଓ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବିଜୁଳି । ଏହି ରାସ୍ତା ପାଇଁ ୧ କୋଟି ୯୮ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକ ଅଟକଳ ହୋଇଛି । ତେବେ ସମ୍ପୁର୍ଣ ହୋଇଛି ୩.୬ କି ମି କଳାଙ୍ଗ ଠାରୁ ଗୋବର୍ଦ୍ଧନପୁର ପର୍ଯ୍ୟନ୍ତ ରାସ୍ତାକୁ ଉଦଘାଟନ କରିଛନ୍ତି। ସେହିପରି ରାସ୍ତା ପାଇଁ ପାଇଁ ଜମି ଛାଡ଼ୁନଥିବା କାରଣରୁ ବାକି ୨୮୧ ମିଟର କାମ ଅସମ୍ପୂର୍ଣ ରହିଛି। ଏହାକୁ ୩ ମାସ ମମଧ୍ୟରେ ସମ୍ପୂର୍ଣ କରିବାକୁ ପ୍ରତିଶୃତି ଦେଇଛନ୍ତି ସାଂସଦ । ଏ ସମ୍ପର୍କରେ ସେ ଜିଲ୍ଲାପାଳଙ୍କ ସହ କଥା ହୋଇ ସମାଧାନର ରାସ୍ତା ବାହାର କରିବେ ବୋଲି କହିଥିଲେ । ଶୁଭ ଉଦଘାଟନ ହୋଇଥିବା ନୂତନ ରାସ୍ତା ଦ୍ବାରା ୫ଟି ପଞ୍ଚୟତର ୧୦ ହଜାର ଲୋକ ଉପକୃତ ହେବେ। ଭଲ ରାସ୍ତା ନଥିବା କାରଣରୁ ୫ ପଞ୍ଚାୟତ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ସ୍ଵାସ୍ଥ୍ୟ ସେବା ଏବଂ ଗମନାଗମନ କ୍ଷେତ୍ରରେ ବାଧା ଉପୁଜୁଥିଲା । ତେବେ ନୂତନ ରାସ୍ତା ଉଦଘାଟନ ହେବା ପରେ ଅଞ୍ଚଳବାସୀ ଖୁସୀ ବ୍ୟକ୍ତ କରିଛନ୍ତି । ଉଦଘାଟନୀ ଅବସରରେ ସାଂସଦ କହିଥିଲେ ମୋ ପାଇଁ ରାଜନିତୀର ଅର୍ଥ ହେଉଛି ୩ଟି କାର୍ଯ୍ୟ ବିକାଶ କରିବା, ଲୋକଙ୍କ ସେବା ଏବଂ ସମସ୍ତଙ୍କ ଅଭିଯୋଗ ଶୁଣିବା । ଜନସାଧାରଣ ମାନଙ୍କ ସମାଧାନ ପାଇଁ ପ୍ରତ୍ୟେକ ଗ୍ରାମକୁ ଯାଇ ଲୋକଙ୍କ ପାଖରେ ପହଁଚି ଅଭିଯୋଗ ଶୁଣି ସମସ୍ୟାର ସମାଧାନ କରାଯିବ । ସେହିପରି ବୋଲଗଡ଼ ବ୍ଲକର କୃଷକଙ୍କ ମାନଙ୍କ ପାଇଁ ମେଗା ଉଠା ଜଳସେଚନ ପାଇଁ ୩୦୨ କୋଟି ଟଙ୍କା ବ୍ୟୟ କରାଯାଇଛି ପ୍ରତ୍ୟେକ ଚାଷ ଜମିକୁ ଜଳସେଚିତ କରାଯିବା ।ତେବେ ୪୪ କୋଟି ବ୍ୟୟରେ ବେଗୁନିଅ।ରେ ସବଡିଭିଜନାଲ ଡାକ୍ତରଖାନା ର୍ନିମାଣ ଚାଲିଛି ଖୁବ ଶିଘ୍ର ଏହା ଶେଷ ହୋଇ ଲୋକଙ୍କୁ ସେବା ଯୋଗାଇବ ବୋଲି ସେ କହିଥିଲେ। ତେବେ ଆଗମୀ ବର୍ଷ ଜାନୁଆରୀରୁ ପ୍ରତ୍ୟେକ ଗାଁ ବୁଲିବେ ବୋଲି ଘୋଷଣା କରିଥିଲେ ଶ୍ରୀମତୀ ଷଡ଼ଙ୍ଗୀ ଗାଁର ବିକାଶ କଣ ହୋଇଛି ? କେଉଁ ସବୁ କାମ ଅଟକି ରହିଛି ? ଲୋକଙ୍କ ଠାରୁ ସିଧା ପଚାରି ବୁଝିବେ। କାର୍ଯ୍ୟକ୍ରମରେ ବି ବିଭିନ୍ନ ଧାର୍ମିକ ପୀଠର ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର ଞ୍ଜୁର କରିବା ସହ ବୋଲଗଡ଼, ବେଗୁନିଆକୁ ଏନଏସି ମାନ୍ୟତା ଦେବାକୁ ପ୍ରତିଶୃତି ଦୋହରାଇଥିଲେ I ଉଦଘାଟନୀ କାର୍ଯ୍ୟକ୍ରମରେ ବୋଲଗଡ଼ ମଣ୍ଡଳ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ , ଯୁବ ନେତା ରବୀନ୍ଦ୍ର କୁମାର ସୁବୁଦ୍ଧି , ପୁର୍ବତନ ସରପଞ୍ଚ କିଶୋର ଚନ୍ଦ୍ର ହୋତା , ଜଗନ ନାୟକ , ପୁର୍ବତନ ସମିତି ସଭ୍ୟ କବିରାଜ ସାହୁ , ପୁର୍ବତନ ସରପଞ୍ଚ ସୁବାସ ସ୍ବାଇଁ , ମଣ୍ଡଳ ଯୁବନେତା ଦିପନ ବିଶ୍ଵାଳ , ବିଦୂତ୍ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା କର୍ମୀ ମାନେ ଯୋଗଦେଇଥିଲେ ।
ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା
More Stories
ସାମ୍ବାଦିକ ସମ୍ମିଳନୀର ଆୟୋଜକ ଥିଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କର୍ମୀ।
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଯୋଗ କର୍ମଶାଳା ଆୟୋଜିତ ।
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇ ଟି ରେଡ୍।